୪ଟି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର

ଡେରାବିଶ,୩୧ା୫ (ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ଥାନା ଅନ୍ତର୍ଗତ ରଘୁଦେଇପୁର ପଞ୍ଚାୟତ ବେଲାରପୁର ଗ୍ରାମର ୫ ଜଣ ଅଭିଯୋଗକାରୀଙ୍କ ନାମରେ ୪ଟି ମାମଲା କରି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ହେଲେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛନ୍ତି। ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ନୀରବ ରହୁଥିବା କାରଣରୁ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ଘଟଣାରୁ ପ୍ରକାଶ ବେଲାରପୁର ଗ୍ରାମର ନିରଞ୍ଜନ କରଙ୍କ ପୁଅ ରଞ୍ଜନ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ସେ ଗ୍ରାମରେ ବିଭିନ୍ନ ସମୟରେ ବିଭିନ୍ନ ଲୋକଙ୍କୁ ଦୁର୍ବ୍ୟବହାର କରିବା ସହ ଧମକଚମକ ଦେଉଛନ୍ତି। ଏପ୍ରିଲ ୧୪ରେ ରଞ୍ଜନ ମନ୍ଦ ଉଦ୍ଦେଶ୍ୟରେ ସେହି ଗ୍ରାମର ମନ୍ମଥ ମହାନ୍ତିଙ୍କ ସ୍ତ୍ରୀ କବିତାଙ୍କ ଘର ବାହାରେ ପରିସ୍ରା କରୁଥିବା ସମୟରେ ପଛପଟୁ ଆସି ଦୁର୍ବ୍ୟବହାର କରିବାକୁ ଉଦ୍ୟମ କରିଥିଲେ। କବିତା ଚିତ୍କାର କରିବାରୁ ତାଙ୍କ ତଣ୍ଟି ଚିପି ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ଏହି ସମୟରେ କବିତାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଦୌଡି ଆସିବାରୁ ରଞ୍ଜନ ଓ ତାଙ୍କ ବାପା ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। କବିତାଙ୍କ ସ୍ବାମୀ ହନୁମାନ ଜୟନ୍ତୀ ପର୍ବରେ ରୋଷେଇ କରିବାକୁ ଯାଇଥିବାରୁ ସେ ୧୫ ତାରିଖରେ ଏ ନେଇ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଆଧାର କରି ପୋଲିସ୍‌ ନଂ. ୧୩୦/୨୩ରେ ମାମଲା ରୁଜୁ କରିଛି। ସେହିପରି ରଞ୍ଜନଙ୍କ ନାମରେ ୨୦ ତାରିଖରେ ବେଲାରପୁର ଗ୍ରାମର କୀର୍ତ୍ତିଞ୍ଜୟ ତ୍ରିପାଠୀଙ୍କ ଆଉ ଏକ ଅଭିଯୋଗକୁ ଭିତ୍ତିକରି ଥାନାରେ ନଂ. ୧୭୨/୨୩ରେ ମାମଲା ରୁଜୁ ହୋଇଛି। ସେହିପରି ୨୨ ତାରିଖରେ ରଞ୍ଜନଙ୍କ ନାମରେ ବେଲାରପୁର ଗ୍ରାମର ୩ଜଣ ବରିଷ୍ଠ ନାଗରିକ ଭରତ ଚରଣ ସିଂ (୬୮), ନରୋତ୍ତମ ଦାଶ (୭୨), ପ୍ରଫୁଲ୍ଲ କୁମାର ନାୟକ (୬୪) ଡେରାବିଶ ଥାନାରେ କରିଥିବା ଅଭିଯୋଗ ଆଧାରରେ ନଂ. ୧୭୪/୨୩ରେ ମାମଲା ରୁଜୁ ହୋଇଛି।
ଅଭିଯୋଗରୁ ପ୍ରକାଶ, ରଞ୍ଜନ ‘ଗୋପବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନ’ ନାମରେ ଫେସ୍‌ବୁକ୍‌ରେ ଏକ ଆକାଉଣ୍ଟ ଖୋଲି ଅଭିଯୋଗକାରୀ ଉପରୋକ୍ତ ୩ଜଣଙ୍କ ନାମରେ ଅଶ୍ଳୀଳ ମନ୍ତବ୍ୟ ଦେଇ ସୋସିଆଲ୍‌ ମିଡିଆରେ ଛାଡ଼ି ଭାଇରାଲ୍‌ କରୁଛନ୍ତି। ଏମାନେ ବରିଷ୍ଠ ନାଗରିକ ହୋଇଥିବାରୁ ସମ୍ମାନରେ ହାନି ଆସୁଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏପରିକି ଅଭିଯୋଗକାରୀ ଭରତଙ୍କ ପୁଅ ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଓ ବୋହୂ ଜଣେ କର୍ମଜୀବୀ ମହିଳା ଭାବେ ଆମେରିକାରେ ରହି ଆସୁଛନ୍ତି। ପେସ୍‌ବୁକ୍‌ରେ ଏଭଳି ମନ୍ତବ୍ୟ ତାଙ୍କ ପରିବାର ସମ୍ମାନରେ ଆଞ୍ଚ ଆଣୁଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ସମ୍ପର୍କରେ ରଞ୍ଜନଙ୍କୁ ପଚାରିବାରୁ ସେ ଏମାନଙ୍କୁ ଗାଳିଗୁଲଜ କରିବା ସହ ମାମଲାର ଭୟ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଏତଲାରେ ଦର୍ଶାଯାଇଛି। ଅଭିଯୁକ୍ତ ରଞ୍ଜନ ଗ୍ରାମରେ ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଭୟଭୀତ ଗ୍ରାମବାସୀ ଥାନାରେ ୩ଟି ଅଭିଯୋଗ କରିବା ପରେ ପୋଲିସ କୌଣସି ପଦକ୍ଷେପ ନେଉ ନ ଥିବାରୁ ଗ୍ରାମର ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଜାନୁୟାରୀ ୧୫ରେ ସେହି ଗ୍ରାମର ଶରତ କାଣ୍ଡି ରଞ୍ଜନ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନଂ.୨୬/୨୩ରେ ମାମଲା ମଧ୍ୟ ରୁଜୁ ହୋଇଥିଲା। ଏ ସମ୍ପର୍କରେ ଡେରାବିଶ ଥାନା ଅଧିକାରୀ ଜ୍ୟୋତିର୍ମୟୀ ସେଠୀଙ୍କୁ ପଚାରିବାରୁ ସମ୍ପୃକ୍ତ ଗ୍ରାମରୁ ଆସିଥିବା ବିଭିନ୍ନ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ହୋଇଛି। ଏ ସବୁ ଘଟଣାର ତଦନ୍ତ ଜାରି ରହିଛି। ଅଭିଯୁକ୍ତ ରଞ୍ଜନ ଫେରାର ଥିବାରୁ ତାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୩।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri