ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ, ଟ୍ରକ୍‌ ଲୁଟ୍‌; ୪ ଗିରଫ

ବଡ଼ବିଲ,୩୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋ ନିକଟରୁ ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ କରିବା ସହ ଏକ ୧୨ ଚକିଆ ଟ୍ରକ ଲୁଟ୍‌ ଅଭିଯୋଗରେ ପୋଲିସ ବୁଧବାର ସନ୍ଧ୍ୟାରେ ୪ ଜଣ ଝାଡ଼ଖଣ୍ଡ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ରାମଗଡ଼ ଥାନା ବଡ଼କିକୁନ୍ଦୁରୁ ଗ୍ରାମର ଇଜାଜ ଅନସାରୀ, ରାମଗଡ଼ ଥାନା ମୁନ୍ଦୁରାପଡ଼ା ଅଞ୍ଚଳର ମୋଜମବିଲ ଅନସାରୀ, ରାମଗଡ଼ ଥାନା ମୁଦ୍ଦାନ ଗ୍ରାମର ଏମଡି ମିରାଜ ଅନସାରୀ ଏବଂ ବୋକାରୋ ଜିଲା ମହୁଆଟାନ ଥାନା ଅନ୍ତର୍ଗତ କାଶିଆଡିହି ଗ୍ରାମର ସଜନ ଅନସାରୀ।

ସୂଚନାନୁଯାୟୀ, ଗତ ୨୮ ତାରିଖ ବିଳମ୍ବିତ ରାତିରେ ଏହି ଥାନା ଅନ୍ତର୍ଗତ ଭଦ୍ରାସାହିସ୍ଥିତ ଟଣ୍ଟୋ ନିକଟରୁ ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ କରିବା ସହ ୧୨ ଚକିଆ ଟ୍ରକ୍‌କୁ ଲୁଟି ନେଇଥିବା ନେଇ ବଡ଼ବିଲ ଓଏମ୍‌ସି ଅଫିସ ପଛପାଖରେ ରହୁଥିବା ବିଶ୍ୱଜିତ କୁମାର ଅଭିଯୋଗ କରିଥିଲେ। ବିଶ୍ୱଜିତଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ବଡ଼ବିଲ ଥାନା କେସ ନଂ- ୫୯/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା। ଅଭିଯୋଗ ଅନୁଯାୟୀ, ଭଦ୍ରାସାହି ଟଣ୍ଟୋ ନିକଟରେ ଓଡି ୦୯ ଜି ୯୩୦୩ ନମ୍ବର ବିଶିଷ୍ଟ ୧୨ ଚକିଆ ଟ୍ରକଟି ଛିଡ଼ା ହୋଇଥିଲା। ଟ୍ରକ୍‌ ଭିତରେ ହେଲପର ଶୋଇଥିବାବେଳେ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ଟ୍ରକର ସମ୍ମୁଖ ଭାଗ ଉଭୟ ପାର୍ଶ୍ୱରୁ କାଚଭାଙ୍ଗି ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ପଶିଥିଲେ। ବନ୍ଧୁକ ମୁନରେ ହତ୍ୟା ଧମକ ଦେବା ସହ ହେଲପରଙ୍କ ସହ ଟ୍ରକଟିକୁ ଝାଡ଼ଖଣ୍ଡ ଆଡ଼କୁ ନେଇଯାଇଥିଲେ। ତେବେ ଝାଡ଼ଖଣ୍ଡ ରାଜ୍ୟ ହାଟଗମ୍ଭାରିଆ ନିକଟ ଜଙ୍ଗଲରେ ଦୁର୍ବୃତ୍ତମାନେ ହେଲପରଙ୍କ ହାତବାନ୍ଧି ଫିଙ୍ଗି ଦେଇ ଚାଲିଯାଇଥିଲେ। ଏ ନେଇ ହେଲପର ମାଲିକ ବିଶ୍ୱଜିତଙ୍କୁ କୌଣସି ମତେ ସୂଚନା ଦେଇଥିଲେ। ତେବେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାବେଳେ ଲୁଟ୍‌ ହୋଇଥିବା ଟ୍ରକ୍‌କୁ ଉଦ୍ଧାର କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତମାନଙ୍କ ନିକଟରୁ ପୋଲିସ ଗୋଟେ ପିସ୍ତଲ, ଗୋଟିଏ ଖଣ୍ଡା, ଗୋଟିଏ ଛୁରି ସହ ୪ ମୋବାଇଲ ଜବତ କରିଥିବା ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?