୪.୧୮ କୋଟିର ଔଷଧ ଖତ

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ରାଜ୍ୟ ସରକାର ନିରାମୟ ଯୋଜନାରେ ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଔଷଧ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତେବେ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସି) ଏବଂ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ସରକାରୀ ତହବିଲରୁ ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଇ କ୍ରୟ ହୋଇଥିବା ଔଷଧ ରୋଗୀଙ୍କ ସେବାରେ ନ ଲାଗି ଖତଖାଉଛି। କେବଳ ସେତିକି ନୁହେଁ, ଜିଲା ଚିକିତ୍ସା ଅଧିକାରୀ ସ୍ଥାନୀୟ ଅଞ୍ଚଳରୁ କ୍ରୟ କରୁଥିବା ଔଷଧରେ ମଧ୍ୟ ସରକାରୀ ନୀତି ନିୟମକୁ ଦଳିମକଚି ସରକାରୀ ଅର୍ଥ ବରବାଦ କରି ଚାଲିଛନ୍ତି। ଓଏସ୍‌ଏମ୍‌ସିର ଅପାରଗ ପରିଚାଳନା ଯୋଗୁ ୨ ବର୍ଷ ପଡ଼ିରହି ୪ କୋଟି ୧୮ ଲକ୍ଷ ଟଙ୍କାର ୩୪୯ ପ୍ରକାର ଔଷଧ ଖତ ଖାଇଯାଇଛି। କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଏଭଳି ସାଂଘାତିକ କଥା ଦର୍ଶାଇଛନ୍ତି।
୨୦୧୭ରୁ ୨୦୧୯ ମଧ୍ୟରେ ୪.୧୮ କୋଟି ଟଙ୍କାର ୩୪୯ ପ୍ରକାରର ୪ କୋଟି ୮୮ ଲକ୍ଷ ୟୁନିଟ୍‌ ଔଷଧ ଗୋଦାମରେ ପଡ଼ି ପଡ଼ି ନଷ୍ଟ ହୋଇଯାଇଛି। ସିଏଜି ଅଡିଟ୍‌ ସମୟରେ ଦେଖିବାକୁ ପାଇଛନ୍ତି ଯେ ବୌଦ୍ଧ, ବଲାଙ୍ଗୀର, କେନ୍ଦୁଝର, ପୁରୀ, ରାୟଗଡ଼ା, କଟକ ଏବଂ ସୁନ୍ଦରଗଡ଼ ଜିଲାରେ ୧.୪୧ କୋଟି ଟଙ୍କାର ୪୧୫ ପ୍ରକାର ଔଷଧ ଗୋଦାମ ଘରେ ପଡ଼ିରହିବାରୁ ସେଗୁଡ଼ିକର ବୈଧତା(ଏକ୍ସପାଏରି) ଶେଷ ହୋଇଯାଇଛି। ଇ-ନିରାମୟ ଆପ୍ଲିକେଶନ ଦ୍ୱାରା ଷ୍ଟକ୍‌ ରହିଥିବା ଔଷଧଗୁଡ଼ିକର ସ୍ଥିତି, ବ୍ୟବହାର, ଆବଣ୍ଟନ, ଆବଶ୍ୟକ ତାଲିକା ଇତ୍ୟାଦି ପ୍ରସ୍ତୁତ କରିବା ରାଜ୍ୟ ଔଷଧ ନିଗମର ଦାୟିତ୍ୱ। ମାତ୍ର ନିଗମ ପକ୍ଷରୁ ଏହାକୁ ଠିକ୍‌ ଢଙ୍ଗରେ କରା ନ ଯିବାରୁ ଔଷଧ ରୋଗୀ ସେବାରେ ନ ଲାଗି ପାଣିରେ ପଡ଼ିଛି। ଆବଶ୍ୟକଠାରୁ ଅଧିକ ଔଷଧ ସଂଗ୍ରହ କରିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଅଡିଟ୍‌ ସମୟରେ ଜଣାପଡ଼ିଛି ଯେ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍‌ସର କେନ୍ଦ୍ରକୁ ନିଗମ ପକ୍ଷରୁ ୨୦୧୫-୧୬ରେ ୧.୯୯ କୋଟି ଟଙ୍କାର ୨୨ ପ୍ରକାର ଔଷଧ ଯୋଗାଇ ଦିଆଯାଇଥିଲା। ତେବେ ସେଥିରୁ ୦.୮୧ କୋଟି ଟଙ୍କାର ଔଷଧ ବ୍ୟବହାର ହୋଇ ନ ପାରି ନଷ୍ଟ ହୋଇଥିଲା। ସେହିପରି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ୩୧ ପ୍ରକାର ୩,୯୨,୩୯୦ ୟୁନିଟ୍‌ ବଦଳରେ ନିଗମ ପକ୍ଷରୁ ୮,୭୭,୬୯୮ ୟୁନିଟ୍‌ ଔଷଧ ଯୋଗାଇ ଦିଆଯାଇଥିଲା। ଅଧିକ ଯୋଗାଣ ଯୋଗୁ ୫୬.୫୯ ଲକ୍ଷ ଟଙ୍କାର ୩,୪୮,୯୬୪ ୟୁନିଟ୍‌ ଔଷଧ ନଷ୍ଟ ହୋଇଛି। ସେହିପରି ରାୟଗଡ଼ାକୁ ୧୧,୯୨୩ ୟୁନିଟ୍‌ ଔଷଧ ଯୋଗାଇବା ପରିବର୍ତ୍ତେ ୧,୧୬,୫୭୮ ୟୁନିଟ୍‌ ଔଷଧ ନିଗମ ଯୋଗାଇ ଦେଇଥିଲା। ସେଥିରୁ ୬.୨୪ ଲକ୍ଷ ଟଙ୍କାର ୧,୦୪,୧୦୧ ୟୁନିଟ୍‌ ଔଷଧ ଏକ୍ସପାଏରି ହୋଇଯାଇଥିଲା। କେବଳ ସେତିକି ନୁହେଁ ଔଷଧ ନିଗମ ୨୦୧୬ରେ ୮୯ କୋଟି ଟଙ୍କାର ୮୫ ହଜାର ସୋଡିୟମ ଭାପ୍ରୋଏଟ ଟାବ୍‌ଲେଟକୁ କ୍ରୟ କରି କେନ୍ଦ୍ରୀୟ ଔଷଧ ଷ୍ଟୋରରେ ରଖିଥିଲା। ତାହାକୁ ୨ ବର୍ଷ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ନ ଦେବାରୁ ୨୦୧୮ରେ ସେ ସବୁ ଟାବ୍‌ଲେଟ ନଷ୍ଟ ହୋଇଯାଇଥିବା ସିଏଜି ଜାଣିବାକୁ ପାଇଛନ୍ତି। ଦୀର୍ଘ ଦିନ ଔଷଧଗୁଡ଼ିକ ପଡ଼ି ନଷ୍ଟ ହେଉଥିଲେ ମଧ୍ୟ ଜିଲା ମୁଖ୍ୟ ଚିିକିତ୍ସା ଅଧିକାରୀ, ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ମେଡିକାଲ କଲେଜ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ସେଥିପ୍ରତି ଧ୍ୟାନ ଦେଇ ନ ଥିବାରୁ ସିଏଜି ଉଦ୍‌ବେଗ ପ୍ରକାଶ କରିଛନ୍ତି।
କେବଳ ସେତିକ ନୁହେଁ ଜରୁରିକାଳୀନ ପରିସ୍ଥିତିରେ ଔଷଧ କ୍ରୟ ପାଇଁ ବଜେଟର ୨୦ ପ୍ରତିଶତ ଅର୍ଥରୁ ମୁଖ୍ୟ ଚିିକିତ୍ସା ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ମେଡିକାଲ କଲେଜ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ କ୍ଷମତା ଦିଆଯାଇଛି। ବିନା ଟେଣ୍ଡରରେ ଚିକିତ୍ସା ଅଧିକାରୀମାନେ ଔଷଧ କ୍ରୟ କରିଛନ୍ତି। ଏହାଛଡ଼ା ୨୦୧୮-୧୯ରେ ୮ଟି ଜିଲାର ହସ୍ପିଟାଲଗୁଡ଼ିକ ରାଜ୍ୟ ଔଷଧ ନିଗମ କ୍ରୟ ଦରଠାରୁ ୪୪ ପ୍ରତିଶତ ଅଧିକ ଦରରେ କ୍ରୟ କରିଛନ୍ତି। ଅର୍ଥାତ୍‌ ହସ୍ପିଟାଲଗୁଡ଼ିକ ୨.୨୪ କୋଟି ଟଙ୍କାର ଔଷଧ କ୍ରୟରେ ୯୮.୧୨ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଔଷଧ କ୍ରୟ ପାଇଁ ଟେଣ୍ଡର ଡାକିବା ବାଧ୍ୟତାମୂଳକ ଥିବାବେଳେ ଚିକିତ୍ସା ଅଧିକାରୀମାନେ ଏହାକୁ ଜାଣିଶୁଣି ଉଲ୍ଲଂଘନ କରିଥିବା ସିଏଜି ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଏନେଇ କିଛି ମତାମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪(ଅସମାପିକା ସାହୁ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୪ ମେ’ ୬ରୁ ଆରମ୍ଭ ହେବ। ସିବିଟି ମୋଡ୍‌ରେ ହେବାକୁ ଥିବା ଏହି ପରୀକ୍ଷା ମେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri