୪.୧୮ କୋଟିର ଔଷଧ ଖତ

ଭୁବନେଶ୍ୱର,୨୭। ୭(ବ୍ୟୁରୋ): ରାଜ୍ୟ ସରକାର ନିରାମୟ ଯୋଜନାରେ ଲୋକଙ୍କୁ ସରକାରୀ ହସ୍ପିଟାଲରେ ମାଗଣାରେ ଔଷଧ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ତେବେ ଓଡ଼ିଶା ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସି) ଏବଂ ସ୍ବାସ୍ଥ୍ୟ ଅଧିକାରୀମାନଙ୍କ ବେପରୁଆ ମନୋଭାବ ଯୋଗୁ ସରକାରୀ ତହବିଲରୁ ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଇ କ୍ରୟ ହୋଇଥିବା ଔଷଧ ରୋଗୀଙ୍କ ସେବାରେ ନ ଲାଗି ଖତଖାଉଛି। କେବଳ ସେତିକି ନୁହେଁ, ଜିଲା ଚିକିତ୍ସା ଅଧିକାରୀ ସ୍ଥାନୀୟ ଅଞ୍ଚଳରୁ କ୍ରୟ କରୁଥିବା ଔଷଧରେ ମଧ୍ୟ ସରକାରୀ ନୀତି ନିୟମକୁ ଦଳିମକଚି ସରକାରୀ ଅର୍ଥ ବରବାଦ କରି ଚାଲିଛନ୍ତି। ଓଏସ୍‌ଏମ୍‌ସିର ଅପାରଗ ପରିଚାଳନା ଯୋଗୁ ୨ ବର୍ଷ ପଡ଼ିରହି ୪ କୋଟି ୧୮ ଲକ୍ଷ ଟଙ୍କାର ୩୪୯ ପ୍ରକାର ଔଷଧ ଖତ ଖାଇଯାଇଛି। କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ତାଙ୍କ ରିପୋର୍ଟରେ ଏଭଳି ସାଂଘାତିକ କଥା ଦର୍ଶାଇଛନ୍ତି।
୨୦୧୭ରୁ ୨୦୧୯ ମଧ୍ୟରେ ୪.୧୮ କୋଟି ଟଙ୍କାର ୩୪୯ ପ୍ରକାରର ୪ କୋଟି ୮୮ ଲକ୍ଷ ୟୁନିଟ୍‌ ଔଷଧ ଗୋଦାମରେ ପଡ଼ି ପଡ଼ି ନଷ୍ଟ ହୋଇଯାଇଛି। ସିଏଜି ଅଡିଟ୍‌ ସମୟରେ ଦେଖିବାକୁ ପାଇଛନ୍ତି ଯେ ବୌଦ୍ଧ, ବଲାଙ୍ଗୀର, କେନ୍ଦୁଝର, ପୁରୀ, ରାୟଗଡ଼ା, କଟକ ଏବଂ ସୁନ୍ଦରଗଡ଼ ଜିଲାରେ ୧.୪୧ କୋଟି ଟଙ୍କାର ୪୧୫ ପ୍ରକାର ଔଷଧ ଗୋଦାମ ଘରେ ପଡ଼ିରହିବାରୁ ସେଗୁଡ଼ିକର ବୈଧତା(ଏକ୍ସପାଏରି) ଶେଷ ହୋଇଯାଇଛି। ଇ-ନିରାମୟ ଆପ୍ଲିକେଶନ ଦ୍ୱାରା ଷ୍ଟକ୍‌ ରହିଥିବା ଔଷଧଗୁଡ଼ିକର ସ୍ଥିତି, ବ୍ୟବହାର, ଆବଣ୍ଟନ, ଆବଶ୍ୟକ ତାଲିକା ଇତ୍ୟାଦି ପ୍ରସ୍ତୁତ କରିବା ରାଜ୍ୟ ଔଷଧ ନିଗମର ଦାୟିତ୍ୱ। ମାତ୍ର ନିଗମ ପକ୍ଷରୁ ଏହାକୁ ଠିକ୍‌ ଢଙ୍ଗରେ କରା ନ ଯିବାରୁ ଔଷଧ ରୋଗୀ ସେବାରେ ନ ଲାଗି ପାଣିରେ ପଡ଼ିଛି। ଆବଶ୍ୟକଠାରୁ ଅଧିକ ଔଷଧ ସଂଗ୍ରହ କରିବା ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଅଡିଟ୍‌ ସମୟରେ ଜଣାପଡ଼ିଛି ଯେ, ଆଚାର୍ଯ୍ୟ ହରିହର ଆଞ୍ଚଳିକ କ୍ୟାନ୍‌ସର କେନ୍ଦ୍ରକୁ ନିଗମ ପକ୍ଷରୁ ୨୦୧୫-୧୬ରେ ୧.୯୯ କୋଟି ଟଙ୍କାର ୨୨ ପ୍ରକାର ଔଷଧ ଯୋଗାଇ ଦିଆଯାଇଥିଲା। ତେବେ ସେଥିରୁ ୦.୮୧ କୋଟି ଟଙ୍କାର ଔଷଧ ବ୍ୟବହାର ହୋଇ ନ ପାରି ନଷ୍ଟ ହୋଇଥିଲା। ସେହିପରି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜକୁ ୩୧ ପ୍ରକାର ୩,୯୨,୩୯୦ ୟୁନିଟ୍‌ ବଦଳରେ ନିଗମ ପକ୍ଷରୁ ୮,୭୭,୬୯୮ ୟୁନିଟ୍‌ ଔଷଧ ଯୋଗାଇ ଦିଆଯାଇଥିଲା। ଅଧିକ ଯୋଗାଣ ଯୋଗୁ ୫୬.୫୯ ଲକ୍ଷ ଟଙ୍କାର ୩,୪୮,୯୬୪ ୟୁନିଟ୍‌ ଔଷଧ ନଷ୍ଟ ହୋଇଛି। ସେହିପରି ରାୟଗଡ଼ାକୁ ୧୧,୯୨୩ ୟୁନିଟ୍‌ ଔଷଧ ଯୋଗାଇବା ପରିବର୍ତ୍ତେ ୧,୧୬,୫୭୮ ୟୁନିଟ୍‌ ଔଷଧ ନିଗମ ଯୋଗାଇ ଦେଇଥିଲା। ସେଥିରୁ ୬.୨୪ ଲକ୍ଷ ଟଙ୍କାର ୧,୦୪,୧୦୧ ୟୁନିଟ୍‌ ଔଷଧ ଏକ୍ସପାଏରି ହୋଇଯାଇଥିଲା। କେବଳ ସେତିକି ନୁହେଁ ଔଷଧ ନିଗମ ୨୦୧୬ରେ ୮୯ କୋଟି ଟଙ୍କାର ୮୫ ହଜାର ସୋଡିୟମ ଭାପ୍ରୋଏଟ ଟାବ୍‌ଲେଟକୁ କ୍ରୟ କରି କେନ୍ଦ୍ରୀୟ ଔଷଧ ଷ୍ଟୋରରେ ରଖିଥିଲା। ତାହାକୁ ୨ ବର୍ଷ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରକୁ ଯୋଗାଇ ନ ଦେବାରୁ ୨୦୧୮ରେ ସେ ସବୁ ଟାବ୍‌ଲେଟ ନଷ୍ଟ ହୋଇଯାଇଥିବା ସିଏଜି ଜାଣିବାକୁ ପାଇଛନ୍ତି। ଦୀର୍ଘ ଦିନ ଔଷଧଗୁଡ଼ିକ ପଡ଼ି ନଷ୍ଟ ହେଉଥିଲେ ମଧ୍ୟ ଜିଲା ମୁଖ୍ୟ ଚିିକିତ୍ସା ଅଧିକାରୀ, ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ମେଡିକାଲ କଲେଜ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟ ସେଥିପ୍ରତି ଧ୍ୟାନ ଦେଇ ନ ଥିବାରୁ ସିଏଜି ଉଦ୍‌ବେଗ ପ୍ରକାଶ କରିଛନ୍ତି।
କେବଳ ସେତିକ ନୁହେଁ ଜରୁରିକାଳୀନ ପରିସ୍ଥିତିରେ ଔଷଧ କ୍ରୟ ପାଇଁ ବଜେଟର ୨୦ ପ୍ରତିଶତ ଅର୍ଥରୁ ମୁଖ୍ୟ ଚିିକିତ୍ସା ଅଧିକାରୀ, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କିମ୍ବା ମେଡିକାଲ କଲେଜ ହସ୍ପିଟାଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ କ୍ଷମତା ଦିଆଯାଇଛି। ବିନା ଟେଣ୍ଡରରେ ଚିକିତ୍ସା ଅଧିକାରୀମାନେ ଔଷଧ କ୍ରୟ କରିଛନ୍ତି। ଏହାଛଡ଼ା ୨୦୧୮-୧୯ରେ ୮ଟି ଜିଲାର ହସ୍ପିଟାଲଗୁଡ଼ିକ ରାଜ୍ୟ ଔଷଧ ନିଗମ କ୍ରୟ ଦରଠାରୁ ୪୪ ପ୍ରତିଶତ ଅଧିକ ଦରରେ କ୍ରୟ କରିଛନ୍ତି। ଅର୍ଥାତ୍‌ ହସ୍ପିଟାଲଗୁଡ଼ିକ ୨.୨୪ କୋଟି ଟଙ୍କାର ଔଷଧ କ୍ରୟରେ ୯୮.୧୨ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଔଷଧ କ୍ରୟ ପାଇଁ ଟେଣ୍ଡର ଡାକିବା ବାଧ୍ୟତାମୂଳକ ଥିବାବେଳେ ଚିକିତ୍ସା ଅଧିକାରୀମାନେ ଏହାକୁ ଜାଣିଶୁଣି ଉଲ୍ଲଂଘନ କରିଥିବା ସିଏଜି ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷେ ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ ସେ ଏନେଇ କିଛି ମତାମତ ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?