Posted inଜାତୀୟ

୩୯% ଭାରତୀୟ ପରିବାର ଅନ୍‌ଲାଇନ ଠକେଇର ଶିକାର

ନୂଆଦିଲ୍ଲୀ,୩ା୫: ଗତ ୩ ବର୍ଷ ମଧ୍ୟରେ ଭାରତର ପ୍ରାୟ ୩୯% ପରିବାର ଅନ୍‌ଲାଇନ୍‌ରେ ଆର୍ଥିକ ଠକେଇର ଶିକାର ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲ୍‌ ସର୍କଲ ପକ୍ଷରୁ କରାଯାଇଥିବା ଏହି ସର୍ବେକ୍ଷଣରେ ସାମିଲ ପରିବାରଗୁଡ଼ିକ ମଧ୍ୟରୁ ମାତ୍ର ୨୪% ସେମାନଙ୍କ ଅର୍ଥ ଫେରିପାରିଥିବା କହିଛନ୍ତି।
ମଙ୍ଗଳବାର ପ୍ରକାଶିତ ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, କ୍ରେଡିଟ୍‌ କିମ୍ବା ଡେବିଟ୍‌ କାର୍ଡ ଜରିଆରେ ସର୍ବାଧିକ ୨୩% ଠକେଇର ଶିକାର ହୋଇଛନ୍ତି। କିଣାବିକା ବେଳେ ଓ କ୍ଲାସିଫାଏଡ୍‌ ସାଇଟ୍‌ ଜରିଆରେ ୧୩% ୟୁଜର୍ସ ନିଜ ଟଙ୍କା ହରାଇଛନ୍ତି। ୧୩ ପ୍ରତିଶତଙ୍କ ଠାରୁ ବିଭିନ୍ନ ଓ୍ବେବ୍‌ସାଇଟ୍‌ରେ ଟଙ୍କା ନିଆଯାଇଥିଲେ ହେଁ ଅର୍ଡର ସାମଗ୍ରୀ ସେମାନଙ୍କୁ ଡେଲିଭର କରାଯାଇ ନାହିଁ। ୧୦% ଲେଖାଏ ଏଟିଏମ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ତଥ୍ୟା ୧୬% ଅନ୍ୟ ପ୍ରକାର ଠକେଇର ଶିକାର ହୋଇଛନ୍ତି। ତଥ୍ୟରୁ ଜଣାପଡ଼ିଛି ଯେ, ସର୍ଭେରେ ସାମିଲ ହୋଇଥିବା ୟୁଜର୍ସଙ୍କ ମଧ୍ୟରୁ ୩୦% ପରିବାରର ଜଣେ ଲେଖାଏ ସଦସ୍ୟ ଠକେଇରେ ପଡ଼ିଛନ୍ତି। ୯ ପ୍ରତିଶତଙ୍କ ପରିବାରର ଏକାଧିକ ସଦସ୍ୟ ଗତ ୩ ବର୍ଷ ମଧ୍ୟରେ ଆର୍ଥିକ ଠକେଇର ଶିକାର ହୋଇଛନ୍ତି। ଅବଶିଷ୍ଟ ୫୭% ଏଭଳି ଜାଲରେ ଫସିବାରୁ ବର୍ତ୍ତିଯାଇଥିବା କହିଛନ୍ତି। ୪% କୌଣସି ଉତ୍ତର ଦେଇନାହାନ୍ତି। ଦେଶର ୩୩୧ ଜିଲାର ପ୍ରାୟ ୩୨,୦୦୦ ଉତ୍ତରଦାତାଙ୍କୁ ଏହି ସର୍ଭେରେ ସାମିଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୬% ପୁରୁଷ ଓ ୩୪% ମହିଳା। ୧୮% ନିଜ ଟଙ୍କା ଫେରିପାଇବା ପାଇଁ ସମ୍ପୃକ୍ତ ପ୍ଲାଟ୍‌ଫର୍ମରେ ଅଭିଯୋଗ ଦାଖଲ କରିଥିବାବେଳେ ୬% ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଛନ୍ତି। ୪୧% ୟୁଜର୍ସ ସେମାନଙ୍କ ଅଭିଯୋଗର ଶୁଣାଣି ହୋଇ ନ ଥିବା କହିଥିବାବେଳେ ୧୭% କେଉଁଠି କମ୍ପ୍ଲେନ୍‌ ଫାଇଲ୍‌ କରିବେ ତାହା ଜାଣିନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ନୂଆ ଟିମ୍‌ ଘୋଷଣା ପରେ ପ୍ରତିକ୍ରିୟା ରଖିଲେ ନୀତିନ ନବୀନ, କହିଲେ…

ନୂଆଦିଲ୍ଲୀ,୧୭।୮: ନୂଆ ଟିମ୍‌ ଘୋଷଣା କରିବା ପରେ ଭାଜପା ସଭାପତି ନୀତିନ ନବୀନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଭାପତି ନବନିଯୁକ୍ତ ଭାଜପା କାର୍ଯ୍ୟକର୍ତ୍ତାଙ୍କୁ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri