ବିଜେଡିର ତୁଷ୍ଟୀକରଣ ନୀତି: ଭାଜପା ସଂସଦୀୟ କମିଟି

ସମ୍ବଲପୁର,୩।୫(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା। ଶୋଭାଯାତ୍ରା ସମୟରେ ପଥରମାଡ଼, ଆକ୍ରମଣ ସହ ଜେହାଦୀ ନାରା ଦିଆଯାଇଥିଲା, ଯାହାର ଭିଡିଓ ଭାଇରାଲ ହୋଇଥିଲା। ରାଜ୍ୟ ସରକାରଙ୍କ ତୁଷ୍ଟୀକରଣ ନୀତି ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପୂର୍ବ ଯୋଜନା ଥିବା ଓ ସୂଚନା ଥାଇ ମଧ୍ୟ ସରକାର ଦଙ୍ଗା ରୋକିବାରେ ବିଫଳ ହେଲେ। ଓଡ଼ିଶାରେ ବିଜେଡି ସରକାର ଅପରାଧ ନିୟନ୍ତ୍ରଣ କରିପାରୁନାହିଁ। ଉତ୍ତରପ୍ରଦେଶ ସରକାରଠାରୁ ତାଲିମ ନେବା ଆବଶ୍ୟକ। ସେଠାରେ ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଉପରେ ବୁଲ୍‌ଡୋଜର ଚଳାଯାଉଛି। ଓଡ଼ିଶା ସରକାର ଏଠାରେ ଓଲଟା ସୁରକ୍ଷା ଦେଉଛନ୍ତି। ପଶ୍ଚିମବଙ୍ଗ ଭଳି ସରକାର ଓଡ଼ିଶାରେ ରହିଛି। ରାଜ୍ୟ ପୋଲିସ ଉପରେ ଭରସା କରିହେବ ନାହିଁ। ତେଣୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ଆବଶ୍ୟକ ପଡ଼ିଲେ ଏନ୍‌ଆଇଏର ମଧ୍ୟ ସହଯୋଗ ନିଆଯିବ ବୋଲି ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସିଥିବା ଭାଜପା ସଂସଦୀୟ କମିଟି ସଦସ୍ୟମାନେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।
ସଂସଦୀୟ କମିଟି ଅଧ୍ୟକ୍ଷ ଉତ୍ତରପ୍ରଦେଶ ରାଜ୍ୟ ସଭା ସଦସ୍ୟ ବ୍ରିଜ୍‌ ଲାଲ ଆହୁରି କହିଥିଲେ, ଶୋଭାଯାତ୍ରାରେ ହିନ୍ଦୁଙ୍କ ଉପରେ ଆକ୍ରମଣ କରାଗଲା। ୟୁପିର ଅପରାଧୀ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଆଶ୍ରୟ ନେଉଛି। ୟୁପି ଏସ୍‌ଟିଏଫ୍‌ ଏଠାକୁ ଆସି ଚଢ଼ାଉ କରୁଛି। ତେଣୁ ପୋଲିସ ବ୍ୟବସ୍ଥା ଢିଲା ହୋଇଛି। ଦଙ୍ଗା ଘଟଣାରେ ଆଦିବାସୀ ଯୁବକ ସ୍ବର୍ଗତ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ପରିବାରର କାହାକୁ ଭେଟିବାକୁ ଦିଆଯାଉ ନାହିଁ। ରାତିଅଧିଆ ତାଙ୍କ ମୃତଦେହକୁ ପରମ୍ପରା ପାଳନ ନ କରି ବ୍ୟବଚ୍ଛେଦ କରିଦିଆଗଲା। ଏବେ ମଧ୍ୟ ତାଙ୍କ ଘରେ ତାଲା ପକାଇ ଦିଆଯାଇଛି। ଯଦି ପ୍ରଶାସନ ପାଖରେ ଖବର ନାହିଁ, ତା’ହେଲେ ତାଙ୍କୁ କ୍ଷତିପୂରଣ ଟଙ୍କା କିଭଳି ଦିଆଯାଉଛି। ସତ୍ୟକୁ ଲୁଚାଇବା ପାଇଁ ସରକାର ଲାଗିପଡ଼ିଛନ୍ତି। ହେଲେ ଭାଜପା ଆନ୍ଦୋଳନକୁ ଓହ୍ଲାଇବ। ଦଳ ବିଧାନସଭା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିବ ବୋଲି ସେ କହିଥିଲେ।
ସଂସଦୀୟ କମିଟି ସଦସ୍ୟମାନେ ପ୍ରଥମେ ବୁର୍ଲା ଥାନା ସାନସିଂହାରି ଗ୍ରାମର ମୃତକ ଚନ୍ଦ୍ରଶେଖର ମିର୍ଦ୍ଧାଙ୍କ ଘରକୁ ଯାଇଥିଲେ। ସେଠାରେ ପରିବାର ଅନୁପସ୍ଥିତ ଥିବାରୁ ପାଖ ପଡ଼ୋଶୀଙ୍କୁ ଭେଟି ଆଲୋଚନା କରିଥିଲେ। ପରେ ଯୁଯୁମୁରା ଥାନା ଭବାନୀପାଲି ଗ୍ରାମର ଆହତ ବିଶ୍ୱନାଥ ଶିଖା (କାଳିଆ)ଙ୍କୁ ଭେଟିଥିଲେ। ଶୋଭାଯାତ୍ରା ସମୟରେ ହୋଇଥିବା ଆକ୍ରମଣ ଘଟଣାର ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ। ପରେ ସର୍କିଟ ହାଉସରେ ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ମହିଳାମାନଙ୍କୁ ଭେଟି ଆଲୋଚନା କରିଥିଲେ। ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦୀପକ କୁମାର, ଏସ୍‌ପି ବାତୁଳା ଗଙ୍ଗାଧରଙ୍କୁ ନେଇ ଆଇଜି ଅଫିସରେ ମଧ୍ୟ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ନିଯୁକ୍ତ କରିଥିବା ଏହି କମିଟିରେ ଝାଡ଼ଖଣ୍ଡ ରାଜ୍ୟ ସଭା ସଦସ୍ୟ ସମୀର ଔରଁାବ, ରାଜ୍ୟ ସଭା ସଦସ୍ୟ ଆଦିତ୍ୟ ସାହୁ, ପଶ୍ଚିମବଙ୍ଗ ପୁରୁଲିଆ ସାଂସଦ ଜ୍ୟୋତିର୍ମୟ ସିଂ ମହତୋ ସାମିଲ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ରେଙ୍ଗାଲି ବିଧାୟକ ନାଉରି ନାଏକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ତଳସରା ବିଧାୟକ ଭବାନୀ ଭୋଇ, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?