୧୨ ବର୍ଷ ହେଲା ଶିକୁଳିରେ ବନ୍ଧା ୨ ଭାଇ

କୋକସରା, ୭।୭(ଡି.ଏନ.ଏ.) ସମୟ ବଦଳିଛି। ତା’ସହିତ ତାଳ ଦେଇ ବଦଳିଛି ଲୋକଙ୍କ ଜୀବନ ଶୈଳୀ। ହେଲେ ଅନ୍ଧବିଶ୍ୱାସରୁ ଆଜି ବି ମଣିଷ ବାହାରି ପାରିନାହିଁ। ତା’ର ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଅଧୀନ ଖୁଣ୍ଟିଆ ପଞ୍ଚାୟତ ବାରବଖରା ଗ୍ରାମରେ ା ଏହି ଗାଁରେ ୨ ଭାଇଙ୍କୁ ଦୀର୍ଘ ୧୨ବର୍ଷ ହେବ ଶିକୁଳିରେ ବନ୍ଧାଯାଇ ରଖାଯାଇଛି। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥିବା ତାଙ୍କ ପରିବାର ସଦସ୍ୟମାନେ ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିପାରି ନାହାନ୍ତି। ସେଥିପାଇଁ ରୋଗରେ ପଡ଼ି ସେହି ୨ ଭାଇ ଅଭିଶପ୍ତ ଜୀବନ ବିତାଇବାକୁ ବାଧ୍ୟ ହୋଇଥିବା ଅଭିଯୋଗ ହୋଇଛି।
ଆଜକୁ ୧୨ବର୍ଷ ପୂର୍ବେ ବାରବଖରା ଗ୍ରାମର ବେଣୁ ଧରୁଆଙ୍କ ବଡ଼ପୁଅ କ୍ଷୀତ (୪୫)ଙ୍କୁ ଜ୍ୱର ହୋଇଥିଲା। ଆବଶ୍ୟକ ଚିକିତ୍ସା ଅଭାବରୁ ସେ ମାନସିକ ସନ୍ତୁଳନ ହରାଇ ବସିଥିଲେ। ସେହିପରି ମଝିଆ ପୁଅ ଲିଳିତ (୩୮)ଙ୍କ ସମାନ ଅବସ୍ଥା। ୧୨ ବର୍ଷ ହେଲା ଦୁଇ ଭାଇ ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ କହିଛନ୍ତି। ପରିବାର ଲୋକେ ସେମାନଙ୍କୁ ଡାକ୍ତରଖାନାକୁ ନେଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ପରିବାରର ଆର୍ଥିକ ସ୍ଥିତି ଦୁର୍ବଳତା ଥିବାରୁ ଉପଯୁକ୍ତ ଚିକିତ୍ସା କରିବା ସମ୍ଭବ ହେଇ ନ ଥିଲା। ସାଧାରଣତଃ ଆଦିବାସୀ ସମ୍ପ୍ରଦାୟର ଲୋକେ ଆଜି ବି ଗୁଣିଗାରେଡି ଉପରେ ବିଶ୍ୱାସ କରୁଛନ୍ତି। ଏପରି କି କ୍ଷୀତ ଓ ଲିଳିତଙ୍କୁ ଭଲ ଡାକ୍ତରଖାନାକୁ ନେବା ବଦଳରେ ତାଙ୍କ ପରିବାର ଲୋକେ ଗ୍ରାମ ଦେବଦେବୀଙ୍କୁ ଛେଳି ମେଣ୍ଡା ବଳି ଦେଇ ପୂଜାର୍ଚ୍ଚନା କରିଥିଲେ ା ହେଲେ ସେମାନଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ଅଣାୟତ୍ତ ହୋଇପଡିଥିଲା। ଏହା ପରେ ବି ସେମାନଙ୍କ କୌଣସି ଚିକିତ୍ସା କରା ନ ଯାଇ ଗୋଡରେ ଶିକୁଳି ବାନ୍ଧି ରଖାଯାଇଥିଲା। ବର୍ଷେ କି ଦୁଇ ବର୍ଷ ନୁହେଁ, ଆଜକୁ ୧୨ ବର୍ଷ ହେଲା ସେମାନେ ଶିକୁଳିରେ ବନ୍ଧା ଜୀବନ ବିତାଉଛନ୍ତି। ଦିନକୁ ଦିନ ସେମାନଙ୍କ ମାନସିକ ରୋଗ ବଢି ଚାଲିଛି। ସେମାନଙ୍କୁ ଆହା କରିବାକୁ କେହି ନାହାନ୍ତି। ୨ ପୁଅଙ୍କ ଏଭଳି ଦୁଃଖ ଦେଖି ବାପା ବେଣୁ ଧରୁଆ ଗତ ୮ ବର୍ଷ ତଳେ ଆରପାରିକୁ ଚାଲିଯାଇଛନ୍ତି। ପାଞ୍ଚ ବର୍ଷ ତଳେ ମା’ଙ୍କ ବି ପରଲୋକ ଘଟି ସାରିଛି। ଏପରି ପରିସ୍ଥିତିରେ ମାନସିକ ରୋଗରେ ପୀଡିତ ଦୁଇ ଭାଇ ଅସହାୟ ଅବସ୍ଥାରେ ଖରା, ବର୍ଷା, ଶୀତ କାକରରେ ପଡ଼ି ରହିଛନ୍ତି। ଅନ୍ୟର ହାତଟେକା ଖାଦ୍ୟରେ ସେମାନଙ୍କ ପେଟ ପୂରେ, ନଚେତ ଅନାହାରରେ ଦିନ ବିତେ। ଜିଲା ପ୍ରଶାସନ ଏ ସଂକ୍ରାନ୍ତରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଉଚିତ ଚିକିତ୍ସା କରାଗଲେ ସେମାନେ ମାନସିକ ରୋଗରୁ ମୁକ୍ତି ପାଇପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏନେଇ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବସନ୍ତ ସେଠୀଙ୍କୁ ପଚାରିବାରୁ ଏ ସମ୍ପର୍କରେ ଅବଗତ ନ ଥିଲେ। ଉକ୍ତ ଘଟଣାର ତଦନ୍ତ କରି ତୁରନ୍ତ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?