୩୫ହଜାର ହେକ୍ଟର ଜମିରେ ହେବ ଜଳସେଚନ

ଭୁବନେଶ୍ୱର,(ବ୍ୟୁରୋ)/ବାରିପଦା ଅଫିସ,୨୦।୭:  ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲା ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ମୟୂରଭଞ୍ଜ ଜିଲାବାସୀଙ୍କ ପାଇଁ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ହେଉଛି ଜୀବନରେଖା। ବର୍ତ୍ତମାନ ସୁଦ୍ଧା ଏହି ପ୍ରକଳ୍ପ ଜରିଆରେ ମୟୂରଭଞ୍ଜ ଜିଲାର ସାରସକଣା, ବାଙ୍ଗିରିପୋଷୀ, କୁଳିଅଣା, ବାରିପଦା, ଶ୍ୟାମାଖୁଣ୍ଟା, ବଡ଼ସାହି, ଶୂଳିଆପଦା ଓ ମୋରଡ଼ା ବ୍ଲକର ୨୦ହଜାର ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି। ଏବେ ଆଉ ଅତିରିକ୍ତ ୧୫ହଜାର ୩୫୯ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟିହେବ। ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ବ୍ଲକର ୯୪ ଗାଁର ଲୋକେ ଏହାଦ୍ବାରା ଉପକୃତ ହେବେ। ଏହି ପ୍ରକଳ୍ପ ଦ୍ବାରା ଏହିସବୁ ଅଞ୍ଚଳରେ କୃଷି ଉତ୍ପାଦନ ବଢ଼ିବା ସହ ଚାଷୀଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ। ଆସନ୍ତା ୨୦୨୪ ଜାନୁୟାରୀ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।
ବାଘୁଆବୋଳ ଡିଷ୍ଟ୍ରିବ୍ୟୁଟାରି, ବେତନଟୀ ବ୍ରାଞ୍ଚ କେନାଲର ମାଇନର ଓ ସବ୍‌ ମାଇନର ଏବଂ ବୈଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବାରିପଦା ବ୍ଲକର ୨୨ଟି ଗାଁର ୬୫୮୭ ହେକ୍ଟର ଜମି ଜଳସେଚିତ ହେବ। ବେତନଟୀ ଡିଷ୍ଟ୍ରିବ୍ୟୁଟାରି ଏବଂ ବୈଶିଙ୍ଗା ବ୍ରାଞ୍ଚ କେନାଲ ଜରିଆରେ ବେତନଟୀ ବ୍ଲକର ୨୩ଟି ଗାଁର ୩୮୦୪ ହେକ୍ଟର ଜମି ଜଳସେଚିତ ହୋଇପାରିବ। ବୈଶିଙ୍ଗା ବ୍ରାଞ୍ଚ କେନାଲ ଏବଂ ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ୍‌ ମାଇନର କେନାଲ ଜରିଆରେ ମୋରଡ଼ା ବ୍ଲକର ୨୦ଟି ଗାଁର ୨୪୮୬ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହେବ। ଜମ୍ଭୀରା ବାମ ମୁଖ୍ୟ କେନାଲର ମାଇନର ଓ ସବ୍‌ ମାଇନର କେନାଲ ଜରିଆରେ ଶୂଳିଆପଦା ବ୍ଲକର ୨୨ଟି ଗାଁର ୧୯୨୮ ହେକ୍ଟର ଜମି ଜଳସେଚିତ ହେବ। ସେହିଭଳି ଜମ୍ଭୀରା ବାମ ମୁଖ୍ୟ କେନାଲ ଜରିଆରେ ରାସଗୋବିନ୍ଦପୁର ବ୍ଲକର ୭ଟି ଗାଁର ୫୪୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ସୃଷ୍ଟି ହେବ।
ପ୍ରକଳ୍ପ ଜଳକୁ ନଷ୍ଟ ନ କରି ସୁବିନିଯୋଗ ଦ୍ୱାରା ଫସଲ ଉପତ୍ାଦନ କରିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାର ଜଳସେଚନକୁ ଅଗ୍ରାଧିକାର ଦେଇଆସୁଥିବା ବେଳେ ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟରେ ନିର୍ମାଣାଧୀନ ୧୫ଟି ଜଳସେଚନ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୟୂରଭଞ୍ଜ ଜିଲାକୁ ରାଜ୍ୟ ସରକାର ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି। ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହେଉ ବା ଶିକ୍ଷା ବ୍ୟବସ୍ଥା ସବୁଥିରେ ମୟୂରଭଞ୍ଜ ଉନ୍ନତି କରିଛି। ଜିଲାର ସମସ୍ତ ପରିବାର ନିକଟରେ ପାଇପ୍‌ ଯୋଗେ ପିଇବା ପାଣି ପହଞ୍ଚାଇବା ପାଇଁଁ ୭୬୮କୋଟି ଟଙ୍କାର ଅଟକଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ମୋରଡ଼ା ବିଧାୟକ ରାଜକିଶୋର ଦାସ, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ, ସ୍ଥାନୀୟ ଲୋକପ୍ରତିନିଧି ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ଭିଡିଓ କନଫରେନ୍ସ ଜରିଆରେ ଏହି ପ୍ରକଳ୍ପର ଲୋକାର୍ପଣ କରିବା ପରେ ବାରିପଦା ସହର ଉପକଣ୍ଠ କାଠପାଳ ନିକଟ ପୁରୁଡ଼ିହିଠାରେ ଏହି ଶାଖା କେନାଲର ଗେଟ୍‌ ଖୋଲିଥିଲା। ଉପସ୍ଥିତ ଚାଷୀଙ୍କ ପରିବାରର ମହିଳା ସଦସ୍ୟମାନେ କେନାଲ ପାଣିରେ ଫୁଲ ପକାଇଥିଲେ। ଧୁମସା ମାଦଳର ତାଳେ ତାଳେ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ସ୍ବାଗତ କରାଯାଇଥିଲା। ଏହି ପ୍ରକଳ୍ପରୁ ପାଣି ଛଡ଼ାଯିବା ଫଳରେ ବାରିପଦା, ବେତନଟୀ, ମୋରଡ଼ା, ଶୂଳିଆପଦା ଓ ରାସଗୋବିନ୍ଦପୁର ଆଦି ୫ଟି ବ୍ଲକ ଅଧୀନ ୯୪ଟି ଗ୍ରାମର ୧୫ହଜାର ୩୫୯ହେକ୍ଟର ଚାଷଜମିକୁ ପ୍ରଥମ କରି ଜଳସେଚନ ସୁବିଧା ଉପଲବ୍ଧ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri