Posted inଫୁରସତ

ଗର୍ଭସ୍ଥ ସନ୍ତାନ: ସ୍ବାମୀଙ୍କର ନୁହେଁ, ପୁଅର

ମା’ ପୁଅର ସମ୍ପର୍କ ସବୁଠାରୁ ନିଆରା। ପୁଅର ଭୁଲ ଠିକ୍‌ ବିଷୟରେ ମା’ ଉଚିତ୍‌ ଶିକ୍ଷା ଦେବା ସହ ତାଙ୍କୁ ସଠିକ୍‌ ରାସ୍ତା ଦେଖାଇଥାଏ। ମାତ୍ର ବେଳେବେଳେ ଏମିତି କିଛି ଖବର ସମ୍ମୁଖକୁ ଆସିଥାଏ ଯାହାକୁ ଶୁଣିବା ପରେ ସମ୍ପର୍କ ଉପରେ ପ୍ରଶ୍ନ ଉଠିଥାଏ। ଜଣେ ମା’ ଯାହାକୁ ଲାଳନପାଳନ କରି ବଡ଼ କରିଥିଲେ ଆଜି ସେ ତାଙ୍କ ସ୍ତ୍ରୀ ହୋଇଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଲା ବିବାହ ପୂର୍ବରୁ ସେ ନିଜ ପୁଅର ପିଲାର ମା’ ହେବାକୁ ଯାଉଛନ୍ତି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଘଟଣା ଘଟିଛି ରୁଷିଆରେ।
ମରୀନା ବାମଶେବ(୩୫)। ୧୩ ବର୍ଷ ପୂର୍ବେ ଆଲେକ୍ସି ଶବ୍ୟରୀନଙ୍କୁ ବିବାହ କରିଥିଲେ। ବିବାହ ପୂର୍ବରୁ ଆଲେକ୍ସିଙ୍କର ବ୍ଲାଦିମ ନାମକ ଏକ ୭ ବର୍ଷର ପୁଅ ଥିଲେ। ଏହା ପରେ ଦମ୍ପତ୍ତି ଆହୁରି ୫ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ମଧ୍ୟ ଗ୍ରହଣ କରିଥିଲେ। ବ୍ଲାଦିମ ୨୦ ବର୍ଷର ହେବା ପରେ ମା’ ମରୀନାଙ୍କ ପ୍ରେମରେ ପଡ଼ିଥିଲେ। ଏଥିପାଇଁ ମରୀନା ନିଜ ସ୍ବାମୀ ଶବ୍ୟରୀନଙ୍କୁ ମଧ୍ୟ ଛାଡିଦେଇଥିଲେ। ଏହି ସମୟରେ ମରୀନାଙ୍କ ଓଜନ ବହୁତ ବଢ଼ିଯାଇଥିଲା। ତେଣୁ ସେ ଅନ୍‌ଲାଇନ୍‌ ମାଧ୍ୟମରେ ଓ୍ବେଟ୍‌ ଲସ୍‌ ଜର୍ଣ୍ଣି ପ୍ରକ୍ରିୟା ଆରମ୍ଭ କଲେ। ଏହାପରେ ସେ ଇନ୍‌ଷ୍ଟାଗ୍ରାମ୍‌ ଇନ୍‌ଫ୍ଲୁଏନ୍ସର ପାଲଟିଲେ। ତାଙ୍କ ପୋଷ୍ଟକୁ ଅନେକ ଫଲୋ କରିବା ଆରମ୍ଭ କଲେ। କିଛି ମାସ ପୂର୍ବେ ମରୀନା ଏବଂ ପୁଅ ବ୍ଲାଦିମ ସେମାନଙ୍କ ସମ୍ପର୍କ ବିଷୟରେ ସୋସିଆଲ ମିଡିଆରେ ଶେୟାର କଲେ। ଏଥିସହ ମରୀନା ମା’ ହେବାକୁ ଯାଉଥିବା ମଧ୍ୟ ପୁଅ ଶେୟାର କରିଛନ୍ତି। ପୁଅ ସହ ବିବାହ ସମୟର କିଛି ଫଟୋ ମଧ୍ୟ ମରୀନା ଶେୟାର କରିଛନ୍ତି। ଏହା ପରେ ଲୋକେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରିଥିଲେ। ମାତ୍ର ଏସବୁ ମରୀନାଙ୍କୁ କିଛି ଫରକ୍‌ ପକାଇଲା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟକ୍ତିତ୍ୱ: ସଙ୍ଗୀତ ନିର୍ଦ୍ଦେଶକ ହେମନ୍ତ କୁମାର

ଭାରତୀୟ ସଙ୍ଗୀତକୁ ବ୍ୟବସାୟିକ କରିବା କ୍ଷେତ୍ରରେ ଯେଉଁ କେତେଜଣ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ହେମନ୍ତ କୁମାର ଅନ୍ୟତମ। ପୂର୍ବରୁ...

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ...

ପକ୍ଷୀ ଭଳି ଲାଗୁଥିବା ଡାଇନୋସର

ପ୍ରାଣୀଟି ଦେଖିବାକୁ ଠିକ୍‌ ବତକ ଭଳି। ମାତ୍ର ଏହା ବତକ ନୁହେଁ। ଏକଥା କହିଲେ ଆହୁରି ଆଶ୍ଚର୍ଯ୍ୟ ଲାଗିବ ଯେ, ଏହା ଏକ ପକ୍ଷୀ ହିଁ...

ବୃକ୍ଷ ପ୍ରେମରେ ବନ୍ଧା ମଣିଷ

ବୃକ୍ଷ ହିଁ ଜୀବନ। ହେଲେ ଅଧୁନା ମଣିଷ ନିଜର ସ୍ବାର୍ଥ ସାଧନ ଲାଗି କାଟି ଚାଲିଛି ଶହଶହ ବର୍ଷର ପୁରୁଣା ଗଛ। ଜଙ୍ଗଲ କାଟି ପଦା...

ଆଇସୋଲେଶନ୍‌ କ୍ୟାମ୍ପରୁ ଛୁଟି ମିଳିବା ଖୁସିରେ ନାଚିଉଠିଲେ ଯୁବତୀ

ନୂଆଦିଲ୍ଲୀ,୧୮।୨: କରୋନା ଭାଇରସ୍‌ ସନ୍ଦେହରେ ଦିଲ୍ଲୀର ଏକ ଆଇସୋଲେଶନ୍‌ କ୍ୟାମ୍ପରେ କିଛି ଯୁବତୀ ନାଚୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା...

ବର୍ଷାଦିନେ ଆଗ୍ରା ବୁଲିବାକୁ ଯାଉଛନ୍ତି କି…ତାଜମହଲ ଦୃଶ୍ୟ ସହ ଏସବୁ ଜିନିଷର ମଜା ନିଅନ୍ତୁ..

ଭ୍ରମଣ କାହାକୁ ବା ପସନ୍ଦ ନୁହେଁ। କର୍ମବହୁଳ ଜୀବନରୁ ସମୟ ଟିକିଏ ମିଳିବା ମାତ୍ରେ ଅନେକେ ଦର୍ଶନୀୟ ସ୍ଥାନ ଭ୍ରମଣରେ ବାହାରିଥାନ୍ତି। ଏହିକ୍ରମରେ ରାଜଧାନୀ ଦିଲ୍ଲୀର...

ହାରମୋନିୟମ୍‌ର ତାଳେତାଳେ କୁକୁର ଗାଇଲା ଗୀତ: ସୋସିଆଲ୍‌ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୧୫।୧: ମଣିଷ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ଗୀତ ଗାଇବା ଦେଖାଯାଇଥାଏ। ତେବେ ଏବେ ସୋସିଆଲ୍‌ ମିଡିଆରେ ହାରମୋନିୟମ୍‌ର ତାଳେତାଳେ ଏକ କୁକୁର ତେରେ ବିନ୍‌…ଗୀତ...

କପିଲ ଦେବ ପିନ୍ଧିଲେ ଏମିତି ପ୍ୟାଣ୍ଟ୍‌, ଫ୍ୟାନ୍‌ କହିଲେ ରଣବୀରଙ୍କଠାରୁ ଦୂରେଇ ରୁହ

୧୯୮୩ରେ ହୋଇଥିବା କ୍ରିକେଟ ବିଶ୍ୱକପରେ ଭାରତର ଐତିହାସିକ ବିଜୟକୁ ନେଇ ଫିଲ୍ମ ‘୮୩’ ନିର୍ମାଣ କରାଯାଉଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ରଣବୀର ସିଂହ କପିଲ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *