ଏପ୍ରିଲ ସୁଦ୍ଧା ୮୫ ଦୁର୍ଘଟଣାରେ ୩୪ ମୃତ

ଜଗତ୍‌ସିଂହପୁର ଅଫିସ, ୨୪।୫: ଚଳିତବର୍ଷ ଏପ୍ରିଲ ସୁଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ମୋଟ ୮୫ଟି ଦୁର୍ଘଟଣା ଘଟିଛି। ଏଥିରେ ୩୪ଜଣଙ୍କ ଜୀବନ ଯାଇଛି। ମଦ୍ୟପାନ ଓ ସ୍ପିଡ୍‌ ଡ୍ରାଇଭିଂ ଯୋଗୁ ଏଭଳି ଘଟୁଛି। ଚଳିତ ଜାନୁୟାରୀରୁ ଏପ୍ରିଲ ମାସ ମଧ୍ୟରେ ପରିବହନ ବିଭାଗ ଓ ପୋଲିସ ଚଢ଼ାଉ କରି ୬୪୮ଜଣ ଗାଡି ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିଛି । ଜିଲାରେ ମୋଟ ୮୪୯୮ଟି ଦୁର୍ଘଟଣାଜନିତ ମାମଲା ଦ୍ୱାରା ୫୮,୫୨,୧୭୯ ଟଙ୍କା ଜରିମାନା ଆଦାୟ ହୋଇଛି। କେବଳ ଏତିକି ନୁହେଁ, ଜିଲାରେ ୨୧ଟି ବ୍ଲାକ୍‌ ସ୍ପଟ୍‌(ଦୁର୍ଘଟଣା ସ୍ଥଳ) ଚିହ୍ନଟ କରାଯାଇ ସେସବୁ ସ୍ଥାନରେ ଯେପରି ଦୁର୍ଘଟଣା ଏଡ଼ାଇ ଦିଆଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲା ସଡ଼କ ସୁରକ୍ଷା ସମିତି ଆନୁକୂଲ୍ୟରେ ଅନୁଷ୍ଠିତ ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ମହାନ୍ତି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଓଭରଟେକିଂ ଓ ଟ୍ରାଫିକ ସମସ୍ୟା ଦୂର ପାଇଁ ବ୍ୟାପକ ଚଢ଼ାଉ ଜାରି ରହିଛି। ଓଭରଟେକିଂ କରୁଥିବା ୩୪୬ ଗାଡି ଅଟକାଯାଇ ଚାଳକଙ୍କଠାରୁ ୭,୩୮,୦୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି। ଜଗତ୍‌ସିଂହପୁର ସହର ଦେଇ ଯାଇଥିବା କେନାଲର ନିର୍ଦ୍ଦିଷ୍ଟ ସ୍ଥାନରେ ବକ୍ସ କଲଭର୍ଟ ହୋଇଛି। ଏହି କଲଭର୍ଟକୁ ଯିବା ପାଇଁ କରାଯାଇଥିବା ସ୍ଲୋପ୍‌ ରାସ୍ତା ମରାମତି ଦରକାର। ଏନେଇ ସର୍ବେକ୍ଷଣ ଚାଲିଥିବା ମହାନ୍ତି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲାପାଳ ପାରୁଲ ପଟୱାରି ପୌରୋହିତ୍ୟ କରି ରାଜ୍ୟ ରାଜପଥ-୧୨ର ବିଭିନ୍ନ ସ୍ଥାନରେ ଥିବା ବ୍ଲାକ୍‌ ସ୍ପଟ୍‌ ଅଞ୍ଚଳରେ ଲାଇଟ୍‌ ବ୍ୟବସ୍ଥା ସହ ଏହା ପାର୍ଶ୍ୱରେ ଥିବା ସ୍କୁଲ ଓ କଲେଜ ସାମ୍‌ନାରେ ଆପ୍ରୋଚ୍‌ ରୋଡ୍‌, ଚିହ୍ନ (ସାଇନେଜ୍‌), ଫୁଟ୍‌ପାଥ ଆଦି ବ୍ୟବସ୍ଥା କରିବାକୁ ଆଞ୍ଚଳିକ ପରିବହନ ଅଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଭୁତମୁଣ୍ଡେଇ ଓ ପାରାଦୀପ ମଧ୍ୟରେ ଟ୍ରାଫିକ ଗହଳି ଲାଗି ରହୁଛି। ଏହି ସମସ୍ୟା ଦୂର ପାଇଁ ଭୁତମୁଣ୍ଡେଇ ନିକଟ ଭରତରଡ଼ିଆରେ ୩୦ ଏକର ପରିମିତି ଜମିରେ ଟ୍ରକ୍‌ ଟର୍ମିନାଲ ନିର୍ମାଣ ହେବ ବୋଲି ଜିଲାପାଳ କହିଥିଲେ। ଏହି ଅବସରରେ ବୁଲା ପ୍ରାଣୀଙ୍କ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା। ଏହି ପ୍ରାଣୀମାନେ ଯେପରି ରାସ୍ତାକୁ ନ ଆସନ୍ତି ସେଥିପ୍ରତି ଗୃହ ଓ ନଗର ଉନ୍ନୟନ ବିଭାଗ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଓ ପାରାଦୀପ ପୌର ପରିଷଦ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କୁହାଯାଇଥିଲା। ଦୁଘର୍ର୍ଟଣା ସ୍ଥାନରୁ ଆହତଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଜୀବନ ବଞ୍ଚାଇଥିବା ପାକନପୁରର ପିଣ୍ଟୁ ସାମଲ ଓ ବଡ଼ଲହଙ୍ଗାର ସୁରେଶ ସ୍ବାଇଁଙ୍କୁ ଜିଲାପାଳ ଓ ଏସ୍‌ପି ରାହୁଲ ପି.ଆର୍‌ ବୈଠକରେ ସମ୍ବର୍ଦ୍ଧିତ କରିଥିଲେ। ଉଭୟଙ୍କୁ ମାନପତ୍ର ସହ ୨ ହଜାର ଟଙ୍କା ଲେଖାଏ ଦିଆଯାଇଥିଲା। ବୈଠକରେ ବ୍ରେଥ୍‌ ଆନାଲାଇଜର, ଇ-ଚାଲାଣ, ହମ୍ପ୍‌ସ ଅପସାରଣ, ବ୍ଲାକ୍‌ ସ୍ପଟ୍‌ର ପ୍ରତିକାର ଉପାୟ, ବେଆଇନ ଗାଡି ପାର୍କିଂ, ଟ୍ରକ୍‌ ଟର୍ମିନାଲ ନିର୍ମାଣ, ଗୁଡ ସାମାରିଟାନ୍‌ ପୁରସ୍କାର, ଡ୍ରାଇଭିଂ ଟ୍ରେନିଂ ଓ ରକ୍ଷକ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଥିଲା। ଜିଲାରେ ଆଇଆର୍‌ଏଡି ଆପ୍ଲିକେଶନ୍‌ ଦ୍ୱାରା ପୋଲିସ, ହସ୍ପିଟାଲ ଓ ପରିବହନ ବିଭାଗରେ ସଡ଼କ ଦୁର୍ଘଟଣାର ତଥ୍ୟ ଏଣ୍ଟ୍ରି ସୁଚାରୁରୂପେ କରାଯାଉଥିବା କୁହାଯାଇଥିଲା। ପ୍ରାରମ୍ଭରେ ପୂର୍ବ ବୈଠକର ବିବରଣୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଏଥିରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ପାରାଦୀପ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧୀର, ପାରାଦୀପ ଅତିରିକ୍ତ ଏସ୍‌ପି ନିମାଇଁ ଚରଣ ସେଠୀ, ରୋଡ୍‌ସେଫ୍ଟି କମିଟି ସଦସ୍ୟ, ବସ୍‌ ଓ ଟ୍ରକ୍‌ ମାଲିକ ସଂଘ କର୍ମକର୍ତ୍ତା, ଟ୍ରାଫିକ ଇନ୍ସପେକ୍ଟର, ଏମ୍‌ଭିଆଇ ଓ ଜିଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲା ସଡ଼କ ସୁରକ୍ଷା କମିଟି ସଦସ୍ୟଙ୍କ ସମ୍ମୁଖରେ ସମସ୍ତ ତଥ୍ୟକୁ ପାୱାରପଏଣ୍ଟ ମାଧ୍ୟମରେ ଡିଆରଏମ୍‌ ଦେବାଶିଷ ନାୟକ ଉପସ୍ଥାପନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?