Posted inଫୁରସତ

ଗୋଟିଏ ଗଛରେ ୩୨,୦୦୦ ଟମାଟୋ

ଫ୍ଲୋରିଡାସ୍ଥ ଓ୍ବାଲ୍ଟ ଡିଜନୀ ଓ୍ବାର୍ଲଡ ରିସର୍ଟର ଏକ୍ସପେରିମେଣ୍ଟାଲ ଗ୍ରୀନ୍‌ ହାଉସ୍‌ରେ ଅଛି ଏକ ବିରାଟକାୟ ଟମାଟୋ ଗଛ। ଏହା ଏକ ବରଗଛ ପରି ଦେଖିବାକୁ। ହେଲେ ଏଥିରେ ଖୁନ୍ଦି ହୋଇ ଲାଲ୍‌ ଲାଲ୍‌ ଟମାଟୋ ଫଳିଥାଏ। ଏଥିରେ ଏତେ ଟମାଟୋ ହୁଏ ଯେ, ଗିନିଜ୍‌ ଓ୍ବାର୍ଲଡ ରେକର୍ଡସରେ ଗୋଟିଏ ଗଛରେ ସବୁଠାରୁ ଅଧିକ ଟମାଟୋ ଫଳିବାର ରେକର୍ଡ ଏହାର ନାମରେ ରହିଛି। ଗୋଟିଏ ବର୍ଷରେ ଏଥିରେ ସର୍ବାଧିକ ୩୨,୧୯୪ଟି ଟମାଟୋ ହୋଇ ଉକ୍ତ ରେକର୍ଡ ହାସଲ ହୋଇଥିଲା। ଏହି ଟମାଟୋର ସର୍ବମୋଟ ଓଜନ ୫୨୨ କି.ଗ୍ରା. ଥିଲା। ଉକ୍ତ ଟମାଟୋ ଗଛଟି ଭଲରେ ବଢ଼ିବା ଲାଗି ଏକ ସ୍ବତନ୍ତ୍ର ଗ୍ରୀନ୍‌ ହାଉସ୍‌ ତିଆରି କରାଯାଇଥିଲା। ଏହି ଗଛ ତା’ର ବିରାଟ ଆକାରରେ ପହଞ୍ଚତ୍ବା ଲାଗି ୧.୨-୧.୫ ବର୍ଷ ସମୟ ଲାଗିଥାଏ। ୭-୮ ମାସ ପର୍ଯ୍ୟନ୍ତ ଏଥିରେ ଟମାଟୋ ଫଳି ନ ଥାଏ। ପ୍ରାପ୍ତ ବୟସରେ ପହଞ୍ଚତ୍ଲେ ଯାଇ ସେଥିରେ ଫଳ ଧରେ। ବହୁ ପର୍ଯ୍ୟଟକ ଏହି ଟମାଟୋ ଗଛକୁ ଦେଖିବାକୁ ଆସନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତି ଅଲଗା, ମମତା ଗୋଟିଏ! ଗାଈର ବାଛୁରୀକୁ ନିଜ କ୍ଷୀର ପିଆଇଲା କୁକୁର, ଭିଡିଓ ଦେଖି ଭାବବିହ୍ବଳ ଲୋକେ

ସୋସିଆଲ ମିଡିଆରେ ଏହିଦିନଗୁଡ଼ିକରେ ଏକ ଅତ୍ୟନ୍ତ ଭାବବିହ୍ବଳ କରିଦେଉଥିବା ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଭିଡିଓଟି ଦେଖି ଲୋକଙ୍କ ହୃଦୟ ତରଳି ଯାଉଛି। ଭିଡିଓରେ ଏକ…

ପ୍ରଥମଥର ଏକାକୀ ବିମାନ ଉଡ଼ାଇଲେ ଯୁବତୀ, ଆକାଶରେ ଥାଇ ବାପାଙ୍କୁ କହିଲେ ଏହି ଦୁଇ ଶବ୍ଦ, ହୃଦୟକୁ ଛୁଇଁଗଲା…

ବାପା ଏବଂ ଝିଅଙ୍କ ମଧ୍ୟରେ ସମ୍ପର୍କ ବହୁତ ସ୍ବତନ୍ତ୍ର ହୋଇଥାଏ। ଜଣେ ବାପା ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ତାଙ୍କ ଝିଅର ସ୍ବପ୍ନରେ ବିଶ୍ୱାସ କରନ୍ତି। ପ୍ରତ୍ୟେକ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri