୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ ଭଦ୍ରକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଉଭୟ ଜିଲାରେ ଏହି ସ୍ବାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ବାଲେଶ୍ୱରରେ ୨୦ ଲକ୍ଷ ଏବଂ ଭଦ୍ରକର ୧୧ ଲକ୍ଷ ହିତାଧିକାରୀ ଏହାଦ୍ୱାରା ଉପକୃତ ହେବେ। ଏହି ଅବସରରେ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ କୋଟି ଏବଂ ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି।
ବାଲେଶ୍ୱର ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲାର
୩୧ ଲକ୍ଷଙ୍କୁ ମିଳିବ…
ପାନୀୟ ଜଳ ସମସ୍ୟାର ସମାଧାନ ଲାଗି ୬ ବ୍ଲକରେ ୯୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ୬୬୦ ଗ୍ରାମର ୬ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ। ଜିଲାର ମତ୍ସ୍ୟଜୀବୀଙ୍କ ସୁବିଧା ପାଇଁ ବସ୍ତାଠାରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ବ୍ୟୟରେ ହୋଲ୍‌ସେଲ ମାଛ ମାର୍କେଟ କରାଯିବ। ଏହା କାର୍ଯ୍ୟକ୍ଷମ ହେଲେ ବାଲେଶ୍ବର, କେନ୍ଦ୍ରାପଡ଼ା ଏବଂ ଜଗତ୍‌ସିଂହପୁରର ମତ୍ସ୍ୟଜୀବୀ ଲାଭବାନ୍‌ ହେବେ। ମାଛ ବିକିବା ପାଇଁ ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ପଶ୍ଚିମବଙ୍ଗର ଦୀଘା ଉପରେ ନିର୍ଭର ହେବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରାରମ୍ଭରେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିବା ଦୁଇ ମହାରଥୀ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ସ୍ବାଧୀନତା ସଂଗ୍ରାମରେ ବାଲେଶ୍ବରର ଅବଦାନକୁ ସ୍ମରଣ କରିଥିଲେ।
ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବାଲେଶ୍ୱରରୁ ଭର୍ଚୁଆଲ ମୋଡ୍‌ରେ ଭଦ୍ରକ ଜିଲା ପାଇଁ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ। ପ୍ରଥମେ ବନ୍ଦେ ଉତ୍କଳ ଜନନୀର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିଚାରଣ କରିବା ସହିତ ଇରମ ମାଟିକୁ ପ୍ରଣାମ ଜଣାଇଥିଲେ। ଏହି ଅବସରରେ ଭଦ୍ରକ ପାଇଁ ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ମୁଖ୍ୟମନ୍ତ୍ରୀ ଜିଲା ମୁଖ୍ୟାଳୟରେ ୩୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲ ବିଲ୍ଡିଂର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଭଦ୍ରକ ଜିଲାରେ ୯୫୦ କୋଟି ଟଙ୍କା ବିନିମୟରେ ୨ଟି ମେଗା ପାଇପ ପାଣି ପ୍ରକଳ୍ପ କାମ ଜାରିରହିଛି। ଏହାଦ୍ୱାରା ୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଜିଲାର ମିଶନ ଶକ୍ତି ଗୋଷ୍ଠୀକୁ ୨୪୫ କୋଟି ଟଙ୍କାର ଋଣ ସୁବିଧା ଯୋଗାଇ ଦିଆଯାଇଛି। ଏହାଦ୍ୱାରା ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ହୋଇପାରିବ। ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ସାଢ଼େ ୩ କୋଟି ଲୋକ ଉପକୃତ ହେବେ। ଓଡ଼ିଶାର ୭୭% ଜନସାଧାରଣ ଚିକିତ୍ସା ବୋଝରୁ ମୁକ୍ତି ପାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଲେଶ୍ବରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଧାୟକ ସ୍ବରୂପ ଦାସ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଭଦ୍ରକ ନେହେରୁ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ପ୍ରଶଂସା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡପଡ଼ାରେ ଅଜଣା ରୋଗରେ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ

ଖଣ୍ଡପଡା,୧୯।୧୦(ସ୍ବ.ପ୍ର.): ଖଣ୍ଡପଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ଅଞ୍ଚଳରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ୨ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ...

ଗିରଫ ହେଲେ ଅମାପ ସମ୍ପତ୍ତିର ଅଧିକାରୀ ଜଳେଶ୍ୱର ବିଡିଓ

ଭୁବନେଶ୍ୱର,୧୯।୬(ବ୍ୟୁରୋ): ଜଳେଶ୍ୱରର ଅମାପ ସମ୍ପତ୍ତିର ଅଧିକାରୀ ବିଡିଓ ଅଶ୍ୱିନୀ ଦାସ ଗିରଫ ହୋଇଛନ୍ତିି। ତାଙ୍କ ଠାରୁ ଏଯାବତ୍‌ ମୋଟ ୫ କୋଟି ୭ ଲକ୍ଷ ଟଙ୍କାର...

ମିଛ କହି ଶାସନ ଚଳାଇଛନ୍ତି କେନ୍ଦ୍ର ସରକାର: ଚେଲ୍ଲା କୁମାର

ବାଲେଶ୍ୱର ଅଫିସ, ୧୨ା୧୧: ବାଲେଶ୍ୱରରେ ଶୁକ୍ରବାର ପୂର୍ବାହ୍ନରେ ‘ଭାରତ ଯୋଡୋ ଯାତ୍ରା’ ଅନୁଷ୍ଠିତ ହୋଇଥିଲା। କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃବର୍ଗ ଏଥିରେ ସାମିଲ ହୋଇ...

୧୩ବର୍ଷର ବାଳକଙ୍କ ହୃଦ୍‌ ପ୍ରତିରୋପଣ ସଫଳ

କେନ୍ଦୁଝର, ୧୭ା୩ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ଘଟଗାଁ ବ୍ଲକ କୁଣ୍ଡାପିଠା ଗ୍ରାମର ବାଦଲ ପଇଦା (୧୩) ଙ୍କ ହୃଦ୍‌ପ୍ରତିରୋପଣ ସଫଳ ହୋଇଛି । ସେ ଓଡିଶାର ପ୍ରଥମ...

ପେନସନ ଟଙ୍କାରୁ ସହାୟତା

ସମ୍ବଲପୁର, ୧୯।୪ (ବ୍ୟୁରୋ)- କରୋନା ଭୂତାଣୁକୁ ପ୍ରତିରୋଧ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ା ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ସ୍କୁଲର...

ପ୍ରଶ୍ନପତ୍ର ତ୍ରୁଟିକୁ ନେଇ ଭାଜପାର ବିକ୍ଷୋଭ

ବାରିପଦା ଅଫିସ,୨୦ା୩: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରତିବାଦରେ ବାରିପଦା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ଯୁବମୋର୍ଚ୍ଚା...

ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି...

‘ଜାଗା ସମ୍ପର୍କ’ ଆୟୋଜନ କଲା ପୌରସଂସ୍ଥା

ଢେଙ୍କାନାଳ ଅଫିସ, ୨୧।୧ ଢେଙ୍କାନାଳ ପୌରାଞ୍ଚଳର ୧ନଂ. ଓ୍ବାର୍ଡ କାଠଗଡ଼ା ପର୍ବତିଆ ସାହିରେ ପୌର ସଂସ୍ଥା ପକ୍ଷରୁ ନିର୍ବାଚନ ଲାଗି ଜାରି କରାଯାଇଥିବା ଆଦର୍ଶ ଆଚରଣ...

Advertisement
Archives

Model This Week