ବାଦ୍‌ ପଡ଼ିବ ୩ ହଜାର ଏଫ୍‌ପିଏସ୍‌ କାଉଣ୍ଟର

ଭୁବନେଶ୍ୱର,୩ା୭(ବ୍ୟୁରୋ): ଶ୍ରମିକମାନେ କାମଧନ୍ଦା ପାଇଁ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସେହି ଲୋକମାନେ କିପରି ଅନ୍ୟ ରାଜ୍ୟରେ ନିଜର ରାଶନ ପାଇପାରିବେ ସେନେଇ କେନ୍ଦ୍ର ସରକାର ‘ୱାନ୍‌ ନେଶନ ୱାନ୍‌ ରାଶନ’ ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦେଇଥିଲେ। ୨୦୧୯ରୁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହେଉନାହିଁ। ହାତଗଣତି କେତୋଟି ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ତାହା ଗରିବ ଲୋକଙ୍କୁ ରାଶନ ଯୋଗାଇବାରେ ସହାୟକ ହେଉନାହିଁ। ଫଳରେ କରୋନା ମହାମାରୀ ପାଇଁ ଜୀବିକା ହରାଇଥିବା ଲୋକମାନେ ଅନ୍ୟ ରାଜ୍ୟରେ କିମ୍ବା ନିଜ ରାଜ୍ୟର ଅନ୍ୟ ଜିଲାରେ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଜୁଲାଇ ୩୧ ସୁଦ୍ଧା ସମସ୍ତ ରାଜ୍ୟ ୱାନ୍‌ ନେଶନ, ୱାନ୍‌ ରାଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ତାଗିଦ୍‌ ପରେ ରାଜ୍ୟ ସରକାର ହରଡ଼ଘଣାରେ ପଡ଼ିଛନ୍ତି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ଜିଲାରେ ୱାନ୍‌ ନେଶନ ୱାନ୍‌ ରାଶନ ବ୍ୟବସ୍ଥା ଆରମ୍ଭ କରାଯାଇ ନାହିଁ। ୨୦୧୯ ସେପ୍ଟେମ୍ବରରୁ ବିଏମ୍‌ସି ଅଞ୍ଚଳରେ ପାଇଲଟ ପ୍ରକଳ୍ପ ଭାବେ ଏହାକୁ ଆରମ୍ଭ କରାଯାଇଥିଲା। ୯୦ ହଜାର ରାଶନ କାର୍ଡଧାରୀଙ୍କୁ ଏଥିରେ ସାମିଲ କରାଯାଇଛି। ରାଜ୍ୟ ବାହାରେ ବିଶେଷକରି ଡାମନ୍‌ ଏବଂ ଡିୟୁରେ ୫୦୦ ଜଣ ରାଶନ ନେଇଥିବା ଜଣାପଡ଼ିଛି। ବିହାର ଓ ଅନ୍ୟ ରାଜ୍ୟର କିଛି ହିତାଧିକାରୀ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ମଧ୍ୟ ରାଶନ ନେଉଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଜଣେ ଅଧିକାରୀ କହିଛନ୍ତି। ତେବେ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ ହେବାର ୨ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ରାଜ୍ୟର ଅନ୍ୟ କୌଣସି ଜିଲାରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇନାହିଁ।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ରାଶନ ଯୋଗାଇ ଦେବାକୁ ୧୨ ହଜାର ୩୦୦ ଫେୟାର ପ୍ରାଇସ୍‌ ଶପ(ଏଫ୍‌ପିଏସ୍‌) କାଉଣ୍ଟର ରହିଛି। ସେଥିରୁ କୋରାପୁଟ, ମାଲକାନଗିରି, କନ୍ଧମାଳ, ମୟୂରଭଞ୍ଜ ଭଳି ଜିଲାର ଦୁର୍ଗମ ଅଞ୍ଚଳରେ ଥିବା ୩୦୦ ପିଡିଏସ୍‌ କାଉଣ୍ଟରରେ ଇଣ୍ଟରନେଟ୍‌ ବ୍ୟବସ୍ଥା ନାହିଁ। ସେ ସବୁକୁ ୱାନ୍‌ ନେଶନ ୱାନ୍‌ ରାଶନରେ ସାମିଲ କରାଯାଇପାରିବ ନାହିଁ। ସେହିପରି ସ୍ବଳ୍ପ ନେଟ୍‌ୱର୍କ ଥିବା ପ୍ରାୟ ୩ ହଜାର ଦୋକାନ ମଧ୍ୟ ଏଥିରୁ ବାଦ୍‌ ପଡ଼ିବା ଆଶଙ୍କା ରହିଛି। ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥାରେ ଆଧାର ସଂଯୋଗ କରିବା ବାଧ୍ୟତାମୂଳକ। ଏଫ୍‌ପିଏସ୍‌ରେ ଶତ ପ୍ରତିଶତ ଇଣ୍ଟରନେଟ ସୁବିଧା ନ ଥିଲେ ଆଧାରକାର୍ଡ ଲିଙ୍କ୍‌କୁ ଦର୍ଶାଇବ ନାହିଁ। ଫଳରେ ହିତାଧିକାରୀ ସେହି କାଉଣ୍ଟରରୁ ରାଶନ ନେଇପାରିବେ ନାହିଁ। ଇଣ୍ଟରନେଟ ସୁବିଧା ଉପଲବ୍ଧ ଥିବା କାଉଣ୍ଟରଗୁଡ଼ିକୁ ଜୁଲାଇ ଶେଷ ସୁଦ୍ଧା ଓ୍ବାନ୍‌ ନେଶନ ଓ୍ବାନ୍‌ ରାଶନ ବ୍ୟବସ୍ଥାରେ ସାମିଲ କରିବାକୁ ଉଦ୍ୟମ କରାଯାଉଛି ବୋଲି ଖାଦ୍ୟ ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଯେଉଁ ଅଞ୍ଚଳରେ ଏହି ସୁବିଧା ସମ୍ଭବ ହେବ ନାହିଁ ସେଠାରେ ଉକ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ନ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଇଣ୍ଟରନେଟ ନ ଥିବା କାଉଣ୍ଟରକୁ ସାମିଲ କଲେ ରାଶନ ଜାଲିଆତି ହୋଇପାରେ। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରଣାଳୟକୁ ଅବଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଇଣ୍ଟରନେଟ ସୁବିଧା ନ ଆସିବା ଯାଏ ହିତାଧିକାରୀଙ୍କୁ ଅଫ୍‌ଲାଇନରେ ଚାଉଳ ଯୋଗାଇ ଦିଆଯିବ। ଆସନ୍ତା ଜୁଲାଇ ୩୧ ସୁଦ୍ଧା ୯ ହଜାର ପିଡିଏସ୍‌ କାଉଣ୍ଟରକୁ ସାମିଲ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

କିଛି ଘଣ୍ଟାରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ; ଏହି ସ୍ଥାନରେ ହେବ ଲ୍ୟାଣ୍ଡଫଲ୍! ୫୦ରୁ ୬୦ କିମି ବେଗରେ ବହିବ ପବନ

ଭୁବନେଶ୍ବର,୨୩ା୯: ସ୍ଥଳଭାଗ ଆଡକୁ ମାଡ଼ିଆସୁଛି ଗଭୀର ଅବପାତ । ଗତ ୬ ଘଣ୍ଟା ଧରି ୭କିମି ବେଗରେ ସ୍ଥଳଭାଗ ମୁହାଁ ହେଉଛି । ଏପଟେ ବର୍ଷାର ପରିମାଣ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ଲଘୁଚାପ ବର୍ଷାରେ ସୃଷ୍ଟି ହେଲା ବନ୍ୟା ଆଶଙ୍କା: ଭଞ୍ଜନଗରରେ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର, ସ୍ଥିତି ଉପରେ ନଜର ରଖିଛନ୍ତି ବିଧାୟକ

ଭଞ୍ଜନଗର, ୨୩।୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ବୁଧବାର ସନ୍ଧ୍ୟା ପର୍ଯ୍ୟନ୍ତ ତୁହାକୁ ତୁହା ଲଗାଣ ବର୍ଷା ଜାରି ରହିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?