Posted inଜାତୀୟ

ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ: ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି

ଶ୍ରୀନଗର,୧୬।୧୧: ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକିସ୍ତାନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସେଥିପାଇଁ ଏଲ୍‌ଓସିରେ ଲଗାତାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ପାକିସ୍ତାନୀ ଲଞ୍ଚ୍‌ପ୍ୟାଡ୍‌ରେ ୩୦୦ ପାଖାପାଖି ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଥିବା ବିଏସ୍‌ଏଫ୍‌ ଆଇଜି ରାଜେଶ ମିଶ୍ର ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ,ଆତଙ୍କବାଦୀଙ୍କୁ ପାକିସ୍ତାନୀ ସୈନ୍ୟ ବାହିନୀ ପକ୍ଷରୁ ତାଲିମ୍‌ ଦିଆଯିବା ସହିତ ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଛି। ଏଥିରେ ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ମଧ୍ୟ ଆବଶ୍ୟକ ସହାୟତା ମିଳୁଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କିଛିଦିନ ତଳେ ସତର୍କ ସୂଚନା ଜାରି କରାଯାଇଥିଲା। ଗୋଇନ୍ଦା ରିପୋର୍ଟ ଆଧାରରେ ଏଲ୍‌ଓସିରେ ପାଟ୍ରୋଲିଂ ଏବଂ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେ ମୋଦିଙ୍କ ‘ମନ କି ବାତ୍‌’ ଶୁଣୁଛୁ, ଏବେ ସେ ଆମ ମନ କଥା ଶୁଣନ୍ତୁ

ନୂଆଦିଲ୍ଲୀ,୬।୧୨: ନୂତନ କୃଷି ଆଇନ ବିରୋଧରେ କୃଷକଙ୍କ ବିରୋଧ ଏକାଦଶ ଦିନରେ ପ୍ରବେଶ କରିଛି। ଗତ ୧୦ ଦିନ ହେବ ୨୪ ଘଣ୍ଟା ଦିଲ୍ଲୀ-ହରିୟାଣାର ସିନ୍ଦୂର...

ରାହୁଲ, ମମତାଙ୍କୁ ଶାହାଙ୍କ ଚାଲେଞ୍ଜ: କେମିତି ନାଗରିକତ୍ୱ ଯିବ ପ୍ରମାଣ ଦିଅ

ଜବଲପୁର,୧୩ା୧(ପି.ଟି.): ସିଏଏ କାର୍ଯ୍ୟକାରୀ ହେବାର ଦୁଇଦିନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଟିଏମ୍‌ସି ଉପରେ ବର୍ଷିଛନ୍ତି। ଅଯଥାରେ ଏହି ଦୁଇଦଳ ଲୋକଙ୍କୁ ବିଭ୍ରାନ୍ତ...

ଟିକା ନେବା ପରେ ୭ ଜଣରେ ଜଣେ ହସ୍ପିଟାଲ କର୍ମଚାରୀ ହେଉଛନ୍ତି କରୋନାରେ ଆକ୍ରାନ୍ତ…

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ମହାମାରୀ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ସାଧାରଣ ଲୋକଙ୍କ ସହିତ ହସ୍ପିଟାଲ କର୍ମଚାରୀମାନେ ମଧ୍ୟ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ତେବେ...

ମହାରାଷ୍ଟ୍ରରେ ଏଚ୍‌୩ଏନ୍‌୨ର ଭାଇରସ୍‌ର ପ୍ରକୋପ: ଜଣେ ଛାତ୍ରଙ୍କ ମୃତ୍ୟୁ ପରେ ଆଲର୍ଟରେ ସ୍ବାସ୍ଥ୍ୟବିଭାଗ

ମୁମ୍ବାଇ,୧୫।୩: ଅହମଦନଗରରେ ମାର୍ଚ୍ଚ ୧୪ରେ ଜଣେ ଏମ୍‌ବିବିଏସ୍‌ ଛାତ୍ରଙ୍କ ମୃତ୍ୟୁ ପରେ ମହାରାଷ୍ଟ୍ରରେ ଏଚ୍‌୩ଏନ୍‌୨ ଭାଇରସ୍‌ ଯୋଗୁ ପ୍ରଥମ ସନ୍ଦେହଜନକ ମୃତ୍ୟୁ ଖବର ସାମ୍ନାକୁ ଆସିଛି।...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ, ଲାଗିଲା ୧୪୪ ଧାରା

କୋଟା,୨୨ ।୩: ରାଜସ୍ଥାନର କୋଟାରେ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ବିବାଦ ମୁଣ୍ଡ ଟେକିଛି । ଯାହା ଫଳରେ କୋଟା ସହରରେ ୨୨ ମାର୍ଚ୍ଚରୁ ୨୧...

ନେହେରୁ ଏବଂ ଦେବଗୌଡ଼ା ପରି ମୋଦି ମଧ୍ୟ କରୁଛନ୍ତି ଶୀର୍ଷାସନ

ନୂଆଦିଲ୍ଲୀ,୧୬।୫: ଦେଶର ୩ ଜଣ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କେତେକ ସମାନତା ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁ ଏବଂ ଏଚ.ଡି....

ଶିବସେନାରେ ଯୋଗଦେବେ ଉର୍ମିଳା!

ମୁମ୍ବାଇ,୩୦ ।୧୧: ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ମଙ୍ଗଳବାର ଶିବସେନାରେ ଯୋଗ ଦେଇ ପାରନ୍ତି ବୋଲି କହିଛନ୍ତି ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି...

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି...

Advertisement
Archives

Model This Week