ବର୍ଷ ଶେଷସୁଦ୍ଧା ୩୦୦ ଚେକ୍‌ଡ୍ୟାମ୍‌ ସାର

ଭୁବନେଶ୍ୱର,୯ା୮(ବ୍ୟୁରୋ):ରାଜ୍ୟରେ ଗତ ୨ ମାସ ମଧ୍ୟରେ ୪୫ଟି ପୋଲତଳ ଚେକ୍‌ଡ୍ୟାମ୍‌ ନିର୍ମାଣ ସରିଛି। ସେଥିମଧ୍ୟରୁ ୩୧ଟି ପୂର୍ତ୍ତ ଏବଂ ୧୪ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ମାଣ କରିଛି। ଏହାଛଡ଼ା ଏହି ଦୁଇ ବିଭାଗ ଦ୍ୱାରା ପ୍ରାୟ ୪୮୦ଟି ପୋଲତଳ ଚେକ୍‌ଡ୍ୟାମ୍‌ ଚିହ୍ନଟ କରାଯାଇଛି। ଚଳିତ ବର୍ଷ ୩୦୦ ନୂଆ ଚେକ୍‌ଡ୍ୟାମ୍‌ ନିର୍ମାଣ ହେବ। ସୋମବାର ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ଏଥିପାଇଁ ପ୍ରାୟ ୪୧୩.୮୧ କୋଟି ଟଙ୍କାର ପ୍ରାଥମିକ ଖର୍ଚ୍ଚ ଅଟକଳ କରାଯାଇଛି।
ପୂର୍ବ ନିଷ୍ପତ୍ତି ଅନୁସାରେ, ରାଜ୍ୟର ବିଭିନ୍ନ ଜିଲାରେ ପୋଲ ତଥା ଚେକ୍‌ଡ୍ୟାମ୍‌ ନିର୍ମାଣରେ ଦ୍ରୁତ ଅଗ୍ରଗତି ହାସଲ ହୋଇଛି। ଏହାର ସମୀକ୍ଷା କରି ମୁଖ୍ୟ ଶାସନ ସଚିବ କହିଛନ୍ତି, ସ୍ବଳ୍ପଖର୍ଚ୍ଚଭିତ୍ତିକ ଏହିସବୁ ଚେକ୍‌ଡ୍ୟାମ୍‌ ନିର୍ମାଣରେ ବହୁମୁଖୀ ସୁଫଳ ମିଳିଥାଏ। ପ୍ରତି ଚେକ୍‌ଡ୍ୟାମ୍‌ ଯୋଗୁ ନଦୀଶଯ୍ୟାରେ ପ୍ରାୟ ୧ରୁ ୧.୫ କି.ମି. ପର୍ଯ୍ୟନ୍ତ ଜଳପତନ ବୃଦ୍ଧିପାଏ। ଏହି ଜଳକୁ ନଦୀର ଉଭୟ ପାର୍ଶ୍ୱରେ ଥିବା ଚାଷଜମିକୁ ଉଠା ପମ୍ପ୍‌ ମାଧ୍ୟମରେ ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପ ପାଇଁ ବ୍ୟବହାର କରାଯାଇପାରୁଛି। ଏହାବ୍ୟତୀତ ଏହି ଜଳ ଭୂତଳ ଜଳସ୍ତର ବୃଦ୍ଧିରେ ସହାୟକ ହୁଏ। ନଦୀରେ ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଦ୍ୱାରା ମାଛଚାଷ କରାଯାଇପାରୁଛି। ଚେକ୍‌ଡ୍ୟାମ୍‌ ନିର୍ମାଣ ହୋଇଥିବା ନଦୀ, ନାଳର ଉଭୟ ପାର୍ଶ୍ୱ ଜମିରେ ପନିପରିବା, ଅନ୍ୟାନ୍ୟ ଅର୍ଥକରୀ ଫସଲ ଉତ୍ପାଦନ ପାଇଁ ଚାଷୀମାନଙ୍କୁ ସଙ୍ଗଠିତ କରିବା ସହ ଉଠା ଜଳସେଚନ ପମ୍ପ୍‌ ମାଧ୍ୟମରେ ଜଳ ଯୋଗାଇ ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ଜଳସମ୍ପଦ, ଉଦ୍ୟାନ ଚାଷ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ପୋଲତଳ ଚେକ୍‌ଡ୍ୟାମ୍‌ ପ୍ରାୟ ୧ରୁ ୧.୫ ମି. ଉଚ୍ଚତାର ଜଳ ଧାରଣ କରେ। ଅବଶିଷ୍ଟ ଜଳ ନଦୀର ତଳମୁଣ୍ଡକୁ ଯାଏ। ନଦୀର ପ୍ରାକୃତିକ ପ୍ରବାହ ଉପରେ ଏହି ଚେକ୍‌ଡ୍ୟାମ୍‌ ବିପରୀତ ପ୍ରଭାବ ପକାଏ ନାହିଁ। ଏହି ବୈଷୟିକ କୌଶଳ ଓଡ଼ିଶା ପାଇଁ ବେଶ୍‌ ଉପଯୋଗୀ।
ଏହି ବୈଠକରେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ବିକ୍ରମ ଯାଦବ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଏବଂ ଯନ୍ତ୍ରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ର୍ନିବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ବିଜେଡି ସରକାର ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା

ଭୁବନେଶ୍ୱର,୨୪।୪: ବିଜେଡି ବିରୋଧରେ ଚାର୍ଜସିଟ୍‌ ଆଣିଲା ଭାଜପା। ବିଜେଡି ସରକାରରେ ଅନ୍ୟାୟ, ଦୁର୍ନୀତି, ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା, ମହିଳା ବିରୋଧୀ ହିଂସାକୁ ଚାର୍ଜସିଟରେ ସ୍ଥାନ ଦେଇଛି...

ଭୁବନେଶ୍ୱରରେ ହେବ ବିଗ୍‌ ଫାଇଟ୍‌, କାହାର ପଲା ଭାରି

ଭୁବନେଶ୍ବର,୨୪।୪: ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ହେବ ବିଗ ଫାଇଟ । ଯୁବ ଓ ମହିଳା ଭୋଟରଙ୍କୁ ହାତେଇପାରନ୍ତି ଭାଜପା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ବିଜେଡିର...

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri