Posted inଜାତୀୟ

ଜାତିଗତ ଜନଗଣନା ପାଇଁ ୩ ରାଜ୍ୟ ସରକାର କରିଛନ୍ତି ଅନୁରୋଧ : ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର…

ନୂଆଦିଲ୍ଲୀ,୧୩।୧୨ : ଜାତିଗତ ଭୋଟ ଗଣନାକୁ ନେଇ ଅନେକ ରାଜନୈତିକ ଦଳ ପ୍ରାୟତଃ କେନ୍ଦ୍ର ସରକାରଙ୍କୁ ଘେରି ରହିଥାନ୍ତି। ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଠାରୁ ବିହାରର ଲାଲୁ ଯାଦବ ପର୍ଯ୍ୟନ୍ତ ଏହା ଦାବି କରିଛନ୍ତି। ଏଥି ସହିତ ସଂସଦର ଚାଲିଥିବା ଶୀତ ଅଧିବେଶନରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ବିହାର, ମହାରାଷ୍ଟ୍ର ଏବଂ ଓଡିଶାର ଆଦି ତିନୋଟି ରାଜ୍ୟର ସରକାର ଆଗାମୀ ଜନଗଣନାରେ ଜାତିଗତ ବିବରଣୀ ନେବାକୁ ଅନୁରୋଧ କରିଛନ୍ତି।

ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ସ୍ବାଧୀନତା ପରଠାରୁ ଜନଗଣନାରେ କେନ୍ଦ୍ର ସରକାର ଏସସି ଏବଂ ଏସଟି ବ୍ୟତୀତ ଅନ୍ୟ ଜାତିର ଜନସଂଖ୍ୟା ଗଣନା କରିନାହାଁନ୍ତି। ଏହାପୂର୍ବରୁ କରୋନା ଆରମ୍ଭ ଯୋଗୁ ଦେଶରେ ଜନଗଣନା ବନ୍ଦ ହୋଇଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ରାୟ କହିଛନ୍ତି ଯେ ଜନଗଣନାରେ ଜାତି ଓ ଜନଜାତି ଯାହା ନିର୍ଦ୍ଦିଷ୍ଟ ଭାବରେ ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ଭାବରେ ସମ୍ବିଧାନର ୧୯୫୦ ଆଦେଶ ଅନୁଯାୟୀ ସୂଚିତ କରାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଜନଗଣନାରେ ବିଭିନ୍ନ ସାମାଜିକ ଅର୍ଥନୈତିକ ପାରାମିଟର ଯଥା ଜନସଂଖ୍ୟା, ଶିକ୍ଷା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଧର୍ମ, ଭାଷା, ବିବାହ, ପ୍ରଜନନ କ୍ଷମତା, ଅକ୍ଷମତା, ବୃତ୍ତି ଏବଂ ବ୍ୟକ୍ତିବିଶେଷଙ୍କ ସ୍ଥାନାନ୍ତରଣ ଉପରେ ତଥ୍ୟ ସଂଗ୍ରହ କରିଥାଏ। ସେ କହିଛନ୍ତି ଯେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଶ୍ନପତ୍ରକୁ ଗେଜେଟ ଅଫ ଇଣ୍ଡିଆରେ ଅଧିସୂଚିତ କରାଯାଇଛି।

ଏଥିସହ ମନ୍ତ୍ରୀ ରାୟ କହିଛନ୍ତି ଯେ ଆଗାମୀ ଜନଗଣନା ହେଉଛି ପ୍ରଥମ ଡିଜିଟାଲ ଜନଗଣନା ଏବଂ ସ୍ବ-ଗଣନା ପାଇଁ ବ୍ୟବସ୍ଥା ରହିଛି। ତଥ୍ୟ ସଂଗ୍ରହ ପାଇଁ ଏକ ମୋବାଇଲ ଆପ ଏବଂ ବିଭିନ୍ନ ଜନଗଣନା ସମ୍ବନ୍ଧୀୟ କାର୍ଯ୍ୟକଳାପର ପରିଚାଳନା ଏବଂ ମନିଟରିଂ ପାଇଁ ଏକ ଜନଗଣନା ପୋର୍ଟାଲ ପ୍ରସ୍ତୁତ କରାଯାଇଛି। ସରକାର ଏହି ଜନଗଣନାକୁ ସଂପୂର୍ଣ୍ଣ ଡିଜିଟାଲ କରିବେ, କାରଣ ଏହି ତାଲିମ ମଧ୍ୟ ଲୋକଙ୍କୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ୱାଘା ବର୍ଡର ବନ୍ଦ ପରେ ବି ଭାରତ ଆସିଲେ ୧୫୦ ପାକିସ୍ତାନୀ ବଧୂ! କଲେ ବିବାହ, ଜାଣନ୍ତୁ କିପରି

ନୂଆଦିଲ୍ଲୀ,୨୩।୮: ଅପରେଶନ ସିନ୍ଦୂର ପରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବା ସହ ଅଟାରୀ-ୱାଘା ବର୍ଡର ବନ୍ଦ କରାଯାଇଥିଲା। ଏହାର ପ୍ରଭାବରେ ଦୁଇ ଦେଶରେ ବିବାହ ପାଇଁ ଅପେକ୍ଷା…

ଡିଫେନ୍ସ ମିନିଷ୍ଟ୍ରିରେ କରୁଥିଲେ ଚାକିରି, ହଠାତ୍‌ ୩ ମାସର ଗର୍ଭବତୀବସ୍ଥାରେ କଲେ ଆତ୍ମହତ୍ୟା; ରାଜଧାନୀରେ ଚାଞ୍ଚଲ୍ୟ…

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ (ଡିଫେନ୍ସ ମିନିଷ୍ଟ୍ରି) ରେ କାର୍ଯ୍ୟରତ ଜଣେ ୩ ମାସର ଗର୍ଭବତୀ ମହିଳା ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଶାଶୂଘର ଲୋକେ…

ବାଂଲାଦେଶରେ ପୁଣି ହିନ୍ଦୁମାନଙ୍କୁ କରାଯାଉଛି କି ଟାର୍ଗେଟ? ଛାତ ଉପରେ ବାପା, ସିଡ଼ିରେ ମାଆ-ଝିଅ, ଖଟ ତଳେ ମିଳିଲା ୧୨ ବର୍ଷ ପୁଅର ମୃତଦେହ

ଢାକା,୨୩।୮: ବାଂଲାଦେଶର ରଙ୍ଗପୁର ସହରରେ ଏକ ବନ୍ଦ ଘର ଭିତରେ ପରିବାରର ଚାରି ଜଣଙ୍କ ମୃତଦେହ ମିଳିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ…

ଚାଇନା ଯିବେ NSA ଅଜିତ ଡୋଭାଲ; ଜାଣନ୍ତୁ ଏହାର ପ୍ରମୁଖ କାରଣ

ନୂଆଦିଲ୍ଲୀ,୨୩।୮: ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ସମ୍ପର୍କରେ ପୁଣି ଥରେ କୂଟନୈତିକ ଆଲୋଚନା ଆଗକୁ ବଢ଼ିବାକୁ ଯାଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri