୩ ମଣ୍ଡଳ ସଭାପତିଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର: ଜିଲା ଭାଜପା ସଭାପତିଙ୍କୁ ଫେରାଦ

ପାଟଣା,୧୪ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଭାଜପା ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପାଟଣା ବିଧାୟକ ଓ ସଙ୍ଗଠନ ଦାୟିତ୍ୱରେ ଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଫାଟ ବୃଦ୍ଧି ପାଉଥିବା ଆଲୋଚନା ହେଉଛି। ଫଳରେ ଦଳ ମଧ୍ୟରେ ଆଭ୍ୟନ୍ତର ବିଶୃଙ୍ଖଳା ଓ ଗୋଷ୍ଠୀ କନ୍ଦଳ ଏବେ ପଦାରେ ପଡ଼ିଛି। ୩ ଭାଜପା ମଣ୍ଡଳ ସଭାପତି ବିଧାୟକଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ଏ ନେଇ ଶନିବାର ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତଙ୍କୁ ଜିଲା ଭାଜପା କାର୍ଯ୍ୟାଳୟରେ ଭେଟି ଲିଖିତ ଭାବେ ଜଣାଇଛନ୍ତି।
ଅଭିଯୋଗ ଅନୁଯାୟୀ, ପାଟଣା ମଣ୍ଡଳ ସଭାପତି ବ୍ରଜ ସେଠୀ, କେନ୍ଦେଇପଶି ମଣ୍ଡଳ ସଭାପତି ଜୁଲିଅସ ସିଂ, କ୍ଷୀରେଇ ଟାଙ୍ଗିରୀ ମଣ୍ଡଳ ସଭାପତି ମନୋଜ ମହାନ୍ତ ଏପ୍ରିଲ ୭ ତାରିଖରେ ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ତୁରୁମୁଙ୍ଗାସ୍ଥିତ ବାସଭବନକୁ ରାମନବମୀ ଓ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ। ଏହି ଅବସରରେ ୩ ମଣ୍ଡଳ ସଭାପତି ବିଜେଡିର କର୍ମକର୍ତ୍ତାଙ୍କୁ କାମ ନ ଦେବାକୁ ଅନୁରୋଧ କରିଥିଲେ। ଫଳରେ ବିଧାୟକ ଉତ୍‌କ୍ଷିପ୍ତ ହୋଇ ଦୁର୍ବ୍ୟବହାର କରିବା ସହ ଘରୁ ତଡ଼ିଦେଇଥିଲେ। ପରେ ୩ ମଣ୍ଡଳ ସଭାପତି ଫୋନ୍‌ ଯୋଗେ ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ ଓ ପୂର୍ବତନ ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶନିବାର ୩ ମଣ୍ଡଳ ସଭାପତି କେନ୍ଦୁଝର ପାର୍ଟି କାର୍ଯ୍ୟାଳୟରେ ସଭାପତିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକଙ୍କ ସହ ୩ ମଣ୍ଡଳ ସଭାପତିଙ୍କ ମତାନ୍ତର ପରେ ଗତ ଗୁରୁବାର ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଶର୍ବି ଦାଶଙ୍କ ଅଧ୍ୟକ୍ଷତାରେ ପାଟଣା ବୈତରଣୀ ନଦୀକୂଳରେ ୩ ମଣ୍ଡଳ ସଭାପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଉକ୍ତ ଘଟଣା ଦଳ ମଧ୍ୟରେ ଅସନ୍ତୋଷକୁ ପ୍ରଶମିତ କରିବା ଓ ସମନ୍ବୟ ପାଇଁ ଏକ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଆଲୋଚନା ହେଉଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କହିଛନ୍ତି, ସେମାନେ ଘରକୁ ଆସିବା କଥା ସତ୍ୟ। କିନ୍ତୁ ସେମାନଙ୍କୁ ଦୁର୍ବ୍ୟବହାର କରିବା ସମ୍ପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ। ସେମାନେ ମୋର କାର୍ଯ୍ୟକର୍ତ୍ତା ସଙ୍ଗଠନ ଦାୟିତ୍ୱରେ ଅଛନ୍ତି, ସେ କାହିଁକି ସେମାନଙ୍କୁ ଅସମ୍ମାନ କରିବେ ବୋଲି କହିଥିଲେ। ଏ ନେଇ ଜିଲା ଭାଜପା ସଭାପତି ଶୁକଦେବ ମହାନ୍ତ କହିଛନ୍ତି, ସେ ଭେଟି ଘଟଣା ସମ୍ପର୍କରେ ଜଣାଇଛନ୍ତି। ବିଧାୟକ ଏବେ ପୁରୀରେ, ସେ ଫେରିଲେ ପୂର୍ଣ୍ଣ ବାତାବରଣରେ ଉପଯୁକ୍ତ ସମୟ ଓ ସ୍ଥାନରେ ଆଲୋଚନା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?