କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ପକ୍ଷରୁ ଚିଠି ନମ୍ବର ୮୮୦୭/୧୯ା୭ା୨୨ରେ ରାଜ୍ୟର ୫୭ ସ୍କୁଲକୁ ଅପ୍‌ଗ୍ରେଡ୍‌ କରଯାଇଥିବା ବେଳେ ଜିଲାର ତିନୋଟି ସ୍କୁଲ ସ୍ଥାନ ପାଇଥିବା ସୂଚନା ଦିଆଯାଇଛି। ସେଗୁଡ଼ିକ ହେଲା ବାଂଶପାଳ ବ୍ଲକର ବୈତରଣୀ ଉଚ୍ଚ ବିଦ୍ୟାଳୟ, ତେଲକୋଇ ବ୍ଲକର ଶ୍ରୀ ଜଗନ୍ନାଥ ହାଇସ୍କୁଲ, ଗୋଲାବନ୍ଧ ଓ ଏଲ୍‌ ଡି ବିଦ୍ୟାପୀଠ, କୋଡ଼ପଡ଼ା । ଏହା ଦ୍ବାରା ଆଦିବାସୀ ଅଞ୍ଚଳର ପିଲାମାନେ ଉକ୍ତ ସ୍କୁଲରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଦୁର୍ଗମ ଅଞ୍ଚଳର ଛାତ୍ରୀଛାତ୍ର ବାହାରକୁ ବିଭିନ୍ନ କାରଣରୁ ଉଚ୍ଚ ଶିକ୍ଷା ପାଇଁ ଯାଇ ପାରୁ ନ ଥିବାରୁ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଦୈନିକ ନିର୍ଯାତନାର ଶିକାର ହେଉଛନ୍ତି ୨୮% ବୟୋଜ୍ୟେଷ୍ଠ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ବୟସ ବଢ଼ିଲେ ଅଲୋଡ଼ା ହୋଇପଡ଼ୁଛନ୍ତି ବୟୋଜ୍ୟେଷ୍ଠ। ନା ପିଲାମାନେ ପଚାରୁଛନ୍ତି, ନା ସମାଜ ସେମାନଙ୍କୁ ଆଦର୍ଶ ନାଗରିକଭାବେ ଗ୍ରହଣ କରୁଛି। ତେଣୁ ପ୍ରତି...

ସଫାରୀରୁ ଜାଲ ଛିଣ୍ଡାଇ ଖସି ପଳାଇଥିଲା ବାଘ, ଏବେ ଖୁଆଡ଼କୁ ଫେରିଲା

ବାରଙ୍ଗ,୨ା୯(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗୁରୁବାର ସକାଳେ ୩୩ ନମ୍ବର ଖୁଆଡ଼ରୁ ଏକ ବାଘ ପଛପଟ ଜାଲି ଛିଣ୍ଡାଇ ଖସି ଯାଇଥିଲା। ତୁରନ୍ତ କର୍ମଚାରୀମାନେ ବାଘଟିକୁ...

ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ଶୁକ୍ରବାର ସକାଳ ୮ଟାରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଏହି  ପରୀକ୍ଷା ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ। ଆଜି ପ୍ରଥମ ଦିନରେ ଛାତ୍ରୀଛାତ୍ର ମାତୃଭାଷା...

ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି...

ଦ୍ରୌପଦୀଙ୍କୁ ସମର୍ଥନ କରିବେ ମକରନ୍ଦ

ଭୁବନେଶ୍ୱର,୬ା୭(ବ୍ୟୁରୋ): ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଭାଜପା ସମର୍ଥିତ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କୁ ସମର୍ଥନ...

ମାଓବାଦୀଙ୍କ ବର୍ବର କାଣ୍ଡ: ପୋଲିସ ଇନ୍‌ଫର୍ମର ସନ୍ଦେହରେ ଦୁଇ ଛାତ୍ରଙ୍କୁ ହତ୍ୟା

ମାଲକାନଗିରି,୧୯।୪(ଡି.ଏନ୍‌.ଏ.):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲାରେ ସୋମବାର ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ମାନବିକତାକୁ ଳାଳି ଦେଇ ଦୁଇ ଛାତ୍ରଙ୍କୁ...

ଖୋଲିଲା ମେଡିକାଲ ମୁଖ୍ୟ ଫାଟକ

ଅନୁଗୋଳ ଅଫିସ, ୯।୬: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ୨୩ ଦିନ ପରେ ବୁଧବାର ଖୋଲିଛି। ମୁଖ୍ୟ ଫାଟକ ଛାତ ମରାମତି ପରେ ଖୋଲା...

ସୀମାନ୍ତରେ ଜୀବନ ହାରିଲେ ଆଉ ଜଣେ ପ୍ରବାସୀ

ବରଗଡ଼ ଅଫିସ,୨୮।୫: ବରଗଡ଼ ଜିଲା ସୀମାନ୍ତ ଲୁହୁରାଚଟିରେ ବୁଧବାର ରାତିିରେ ଜଣେ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ତାଙ୍କ ପାଖରୁ ଏକ ଆଧାର କାର୍ଡ଼ ମିଳିଛି। ହସ୍ତଗତ...

Advertisement
Archives

Model This Week