ଘୁମୁସର ବନଖଣ୍ଡରେ ୩୮ଲକ୍ଷ ଚାରାରୋପଣ ଯୋଜନା

ଭଞ୍ଜନଗର,୧୨।୫(ଡି.ଏନ.ଏ): ପ୍ରତିବର୍ଷ ଜୁଲାଇ ପହିଲାରୁ ବନ ମହୋତ୍ସବ ସପ୍ତାହ ପାଳନ ବେଳେ ବନବିଭାଗ ପକ୍ଷରୁ ଚାରାରୋପଣ ଓ ଲୋକଙ୍କୁ ଚାରା ବଣ୍ଟନ କରାଯାଏ। ସେ ସମୟରେ ପାଣିପାଗ ପରିବର୍ତ୍ତନ ହେଲେ ଚାରାରୋପଣ ସମୟ ବଦଳିଥାଏ। ଚଳିତବର୍ଷ ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଏବଂ ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ୩୮ଲକ୍ଷ ୩୦ ହଜାର ଚାରାରୋପଣ ଏବଂ ବଣ୍ଟନ ଯୋଜନା ରହିଛି । ଏଥିପାଇଁ ଏହି ଦୁଇ ବନଖଣ୍ଡର ବିଭିନ୍ନ ନର୍ସରୀରେ ଚାରା ପ୍ରସ୍ତୁତି ଚାଲିଛି । ଜୁଲାଇରେ ବିଭାଗ ପକ୍ଷରୁ ଚାରାରୋପଣ ହେବାକୁ ଥିବାବେଳେ ବର୍ତ୍ତମାନ ବିଭିନ୍ନ ଜଙ୍ଗଲରେ ଗାତ ଖୋଳା ଚାଲିଛି । ଚାରାରୋପଣ ପ୍ରକ୍ରିୟାକୁ ଓଏଫ୍‌ଏମ୍‌ଏସ୍‌ ଏସେଟ୍‌ ମ୍ୟାପିଙ୍ଗ୍‌ ଆପ୍‌ରେ ଫଟୋ ଅପ୍‌ଲୋଡ଼୍‌ କରାଯାଉଛି । ତଥାପି ଗାତଖୋଳା ଏବଂ ଚାରା ପ୍ରସ୍ତୁତିରେ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି । ଗତବର୍ଷ ଉତ୍ତର ଘୁମୁସର ବନଖଣ୍ଡର ଏକ ନର୍ସରୀରେ ମିଳିତ ଟିମ୍‌ର ଯାଞ୍ଚ ବେଳେ ବହୁ ଚାରା କମ୍‌ ଥିବା ଜଣାପଡ଼ିଥିଲା। ଏହା ଜଣାପଡ଼ିବା ପରେ ନର୍ସରୀ କର୍ମଚାରୀମାନେ ଅନ୍ୟ ରେଞ୍ଜରେ ବିକ୍ରି ହେବାକୁ ଥିବା କିଛି ଚାରା ଆଣି ନର୍ସରୀରେ ରଖିଥିଲେ। ତଥାପି ଚାରା କମ୍‌ ପଡ଼ିଥିଲା । ଏହାପରେ ବିଭାଗୀୟ ଉଚ୍ଚ ପଦାଧିକାରୀ ଆବଶ୍ୟକ ପଦକ୍ଷେପ ନେବାପାଇଁ ଚିଠି ଲେଖିଥିଲେ ।
ସେହିଭଳି ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମର ପ୍ରତିବର୍ଷ ସମୀକ୍ଷା ହୋଇଥାଏ । କିନ୍ତୁ ୨୦୨୧-୨୨ ଆର୍ଥିକ ବର୍ଷର ବାର୍ଷିକ ସମୀକ୍ଷା ହୋଇନାହିଁ । ଅନ୍ୟପକ୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରତି ବିଭାଗୀୟ କର୍ମଚାରୀଙ୍କ ଆଗ୍ରହ ନାହିଁ । ଏହାର କାରଣ ହେଲା ଶ୍ରମିକମାନଙ୍କୁ ଏହି ଯୋଜନାରେ ୨୨୨ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଅନ୍ୟପଟେ ସର୍ବନିମ୍ନ ମଜୁରୀ ୩୧୫ ଟଙ୍କା ହେଲାଣି । ଏଥିସହ ଶ୍ରମିକମାନଙ୍କୁ ଟଙ୍କା ପ୍ରଦାନରେ ବିଳମ୍ବ ହେଉଛି । ତେଣୁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କାମ କରିବାକୁ ଆଗ୍ରହ ଦେଖାଉନାହାନ୍ତି । ଉତ୍ତର ଘୁମୁସର ବନଖଣ୍ଡରେ ଚଳିତବର୍ଷ ୧୨ଲକ୍ଷ ୮୦ ହଜାର ଚାରାରୋପଣ ଯୋଜନା ଅଛି। ସେଥିମଧ୍ୟରୁ ପ୍ରାୟ ୪ଲକ୍ଷ ଚାରା ଲୋକଙ୍କୁ ବଣ୍ଟାଯିବ । ବଳକା ଚାରା ଜଙ୍ଗଲରେ ରୋପଣ ହେବ । ସେଥିମଧ୍ୟରେ କାମ୍ପାରେ ୧୦୬୫ ହେକ୍ଟର, ଆଇଜିସି ରେ ୧୫୦ ହେକ୍ଟର, ଓଏଫ୍‌ଡ଼ିସିପିରେ ୧୫ ହେକ୍ଟର, ଏମ୍‌ଜିଏନଆରଇଜିଏସ୍‌ରେ ୫୫ ହେକ୍ଟର ଜଙ୍ଗଲରେ ୧୮ମାସିଆ ଚାରା ରୋପଣ ହେବ । ସେହପରି ଦକ୍ଷିଣ ଘୁମୁସର ବନଖଣ୍ଡରେ ଚଳିତବର୍ଷ ୧୦ ଲକ୍ଷ ଚାରା ବଣ୍ଟାଯିବ । ୧୫ ଲକ୍ଷ ୫୦ ହଜାର ଚାରା ସାଢ଼େ ୩ ହଜାର ହେକ୍ଟର ଜଙ୍ଗଲରେ ରୋପଣ ହେବ । ଉତ୍ତର ଘୁମୁସର ବନଖଣ୍ଡ ବନ ସୁରକ୍ଷା ସମିତିର ବରିଷ୍ଠ କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ କହିଛନ୍ତି, ଓଏଫଏସ୍‌ଡ଼ିପି ୨ର ବାର୍ଷିକ ସମୀକ୍ଷା ବୈଠକ ଗତ ବର୍ଷ ହୋଇନାହିଁ । ତୁରନ୍ତ ଉକ୍ତ ବୈଠକ ଡ଼ାକିବା ପାଇଁ ଡିଏଫଓଙ୍କୁ ଅନୁରୋଧ କରିଛି । ଜଙ୍ଗଲ ନିଅଁାକୁ ରୋକିବା ପାଇଁ ଅଧିକ ସଚେତନତା କାର୍ଯ୍ୟକ୍ରମ ଲୋଡ଼ା । ବିଭିନ୍ନ ସମୟରେ ଅନେକ ଅଭିଯୋଗ ଆସୁଛି । ଅଭିଯୋଗର ସତ୍ୟତାକୁ ଖୋଜି ବିଭାଗୀୟ ଉଚ୍ଚ କର୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳେଇଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତିଯେ ଜଙ୍ଗଲରେ ୧୮ ମାସିଆ ପୁରୁଣା ଚାରାରୋପଣ କରାଯିବ। ନିୟମ ଅନୁସାରେ ବିଭାଗର ସମସ୍ତ କାର୍ଯ୍ୟ ହେଉଛି । ଅନିୟମିତତା ଅଭିଯୋଗକୁ ବନଖଣ୍ଡ ଅଧିତ୍କାରୀ ଖଣ୍ଡନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?