ଜଗନ୍ନାଥ ସାଗରର ବିକାଶ ନେଇ ସମୀକ୍ଷା କଲେ ଜିଲାପାଳ

ଜୟପୁର, ୧୨।୫(ନି.ପ୍ର.): ଜୟପୁରବାସୀଙ୍କ ବହୁ ବର୍ଷ ଦାବି ପୂରଣ ହେବାକୁ ଯାଉଛି ା ଐତିହାସିକ ଜଗନ୍ନାଥ ସାଗରର ବିକାଶ ହେବ ା ଏନେଇ ଏକ ଚୁକ୍ତିନାମା ପୂର୍ବରୁ ପୌର କାଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ଏବଂ ହାଲର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ପ୍ରମୋଦ କୁମାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଚୁକ୍ତି ସ୍ବାକ୍ଷର ପରେ କୋରାପୁଟ ଜିଲାପାଳ ମହମ୍ମଦ ଅବଦୁଲ ଆକ୍ତର ବୁଧବାର ଜଗନ୍ନାଥ ସାଗରକୁ ଯାଇ ସମୀକ୍ଷା କରିଛନ୍ତି ା ପଞ୍ଚାନନ ମନ୍ଦିର ନିକଟରେ ସାଗରର ପୂର୍ବ ପଟରେ ବିକାଶ ପାଇଁ ଆଲୋଚନା କରିଛନ୍ତି ା ପାର୍କ, ବସିବା ପାଇଁ ଚେୟାର, ପୁଟପାଥ, କାଫେ ଆଦି ହେବ ା ଏନେଇ ତୁରନ୍ତ ଏଷ୍ଟିମେଟ କରିବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପଟ୍ଟନାୟକଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ସାଗରର ଗୋଟିଏ ପାର୍ଶ୍ୱର ବିକାଶ ପାଇଁ ୭ କୋଟି ଟଙ୍କା ୩ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ହାଲ ଦେବ ା ଉକ୍ତ ଟଙ୍କାରେ ମୁଖ୍ୟ ଗେଟ ନିର୍ମାଣ, ପିଲାଙ୍କ ପାଇଁ ଚିତ୍ତ ବିନୋଦନ କେନ୍ଦ୍ର, ବରିଷ୍ଠ ନାଗରିକ ବସିବା ସ୍ଥାନ, ଓପନ ଥିଏଟର, ଷ୍ଟେଜ, ଚଲାପଥ ସାଗରରେ ପଶୁଥିବା ଦୁଷିତ ପାଣିକୁ ବନ୍ଦ କରିବା ପାଇଁ ଡ୍ରେନ ବ୍ୟବସ୍ଥା କରାଯିବ। ଦୁଷିତ ପାଣି ସାଗରକୁ ଯେପରି ନ ପଶିବ ସେନେଇ ସର୍ଭେ କରାଯାଉଛି ା ଖୁବ ଶୀଘ୍ର ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ପୌର ନିର୍ବାହୀ ଅଧିକାରୀ ପଟ୍ଟନାୟକଙ୍କ ସହ କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ୪୯୪.୨ ମିମି ବର୍ଷା, କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି

କୋରାପୁଟ,୪।୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ରବିବାର ୪୯୪.୨ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗର ରିପୋର୍ଟରୁ ଜଣାଯାଇଛି। ଜିଲାର କୋରାପୁଟ ବ୍ଲକରେ ସର୍ବାଧିକ ୬୪.୨ ମିମି...

ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା...

ଜାଲ୍‌ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ

ବୈପାରିଗୁଡା,୧୯ା୯ (ଡି.ଏନ୍‌.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍‌ ଓ ପୋଲିସ୍‌ ପକ୍ଷରୁ ମଧ୍ୟ...

ସୁସ୍ଥ ହୋଇ ଫେରିଲେ ପଦ୍ମଶ୍ରୀ କମଳା ପୂଜାରୀ

ଜୟପୁର ,୧୧ା୬ (ଡି.ଏନ.ଏ )- ଅସୁସ୍ଥ ହୋଇ ପ୍ରଥମେ ଜୟପୁର ପରେ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିବା ପଦ୍ମଶ୍ରୀ କମଳା...

ରାଜ୍ୟପାଳ ପୁରସ୍କାର ପାଇବ ଜାମୁଣ୍ଡା ଏସ୍‌ଏଚ୍‌ଜି

ଜୟପୁର,୧୪।୧(ଡି.ଏନ୍‌.ଏ.) କୋରାପୁଟ ଜିଲା ଜୟପୁର ବ୍ଲକ ଅଧୀନ ଜାମୁଣ୍ଡା ପଞ୍ଚାୟତର ସଦର ମହକୁମାସ୍ଥିତ ମା’ ମୁତ୍ୟାଲୁମା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଉଲ୍ଲେଖନୀୟ ଅବଦାନ...

ଏନ୍‌ଆଇଏଫ୍‌ଟି ପରୀକ୍ଷା ସର୍ବଭାରତୀୟ ସ୍ତରରେ କୋରାପୁଟ ଝିଅ ଅନ୍ବେଷା ଅର୍ପିତା

କୋରାପୁଟ,୨୩ା୫(ସ୍ବ.ପ୍ର.): ଏନ୍‌ଆଇଏଫ୍‌ଟି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫେଶନ ଟେକ୍ନୋଲୋଜି) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୬୨ତମ ର଼୍ୟାଙ୍କ ପାଇଛନ୍ତି କୋରାପୁଟ ଝିଅ ଅନ୍ବେଷା ଅର୍ପିତା ପାତ୍ର। ଏନେଇ...

୭୧ତମ ସାଧାରଣତନ୍ତ୍ର ଦିବସ ଧୁମ୍‌ଧାମରେ ପାଳିତ

ଜୟପୁର,୨୬।୧(ଡି.ଏନ.ଏ): କୋରାପୁଟ ଜିଲାର ଜୟପୁରରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଜୟପୁର ଉପଜିଲାପାଳ ଲୋକନାଥ ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା...

ଜରୁରିକାଳୀନ ସେବାରେ ଲାଗିବେ ଶିକ୍ଷକ

ଜୟପୁର,୧୬ା୪(ଡି.ଏନ୍‌.ଏ.): କୋରାପୁଟ ଜିଲାରେ ଲକ୍‌ ଡାଉନ ବେଳେ ହିତାଧିକାରୀଙ୍କୁ ଭତ୍ତା ଓ ଚାଉଳ ବଣ୍ଟନ କାମରେ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନିୟୋଜିତ...

Advertisement
Archives

Model This Week