ଜଗନ୍ନାଥ ସାଗରର ବିକାଶ ନେଇ ସମୀକ୍ଷା କଲେ ଜିଲାପାଳ

ଜୟପୁର, ୧୨।୫(ନି.ପ୍ର.): ଜୟପୁରବାସୀଙ୍କ ବହୁ ବର୍ଷ ଦାବି ପୂରଣ ହେବାକୁ ଯାଉଛି ା ଐତିହାସିକ ଜଗନ୍ନାଥ ସାଗରର ବିକାଶ ହେବ ା ଏନେଇ ଏକ ଚୁକ୍ତିନାମା ପୂର୍ବରୁ ପୌର କାଯ୍ୟନିର୍ବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ ଏବଂ ହାଲର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର ପ୍ରମୋଦ କୁମାରଙ୍କ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଥିଲା। ଚୁକ୍ତି ସ୍ବାକ୍ଷର ପରେ କୋରାପୁଟ ଜିଲାପାଳ ମହମ୍ମଦ ଅବଦୁଲ ଆକ୍ତର ବୁଧବାର ଜଗନ୍ନାଥ ସାଗରକୁ ଯାଇ ସମୀକ୍ଷା କରିଛନ୍ତି ା ପଞ୍ଚାନନ ମନ୍ଦିର ନିକଟରେ ସାଗରର ପୂର୍ବ ପଟରେ ବିକାଶ ପାଇଁ ଆଲୋଚନା କରିଛନ୍ତି ା ପାର୍କ, ବସିବା ପାଇଁ ଚେୟାର, ପୁଟପାଥ, କାଫେ ଆଦି ହେବ ା ଏନେଇ ତୁରନ୍ତ ଏଷ୍ଟିମେଟ କରିବାକୁ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପଟ୍ଟନାୟକଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି ା ସାଗରର ଗୋଟିଏ ପାର୍ଶ୍ୱର ବିକାଶ ପାଇଁ ୭ କୋଟି ଟଙ୍କା ୩ ବର୍ଷ ମଧ୍ୟରେ ପର୍ଯ୍ୟାୟ କ୍ରମେ ହାଲ ଦେବ ା ଉକ୍ତ ଟଙ୍କାରେ ମୁଖ୍ୟ ଗେଟ ନିର୍ମାଣ, ପିଲାଙ୍କ ପାଇଁ ଚିତ୍ତ ବିନୋଦନ କେନ୍ଦ୍ର, ବରିଷ୍ଠ ନାଗରିକ ବସିବା ସ୍ଥାନ, ଓପନ ଥିଏଟର, ଷ୍ଟେଜ, ଚଲାପଥ ସାଗରରେ ପଶୁଥିବା ଦୁଷିତ ପାଣିକୁ ବନ୍ଦ କରିବା ପାଇଁ ଡ୍ରେନ ବ୍ୟବସ୍ଥା କରାଯିବ। ଦୁଷିତ ପାଣି ସାଗରକୁ ଯେପରି ନ ପଶିବ ସେନେଇ ସର୍ଭେ କରାଯାଉଛି ା ଖୁବ ଶୀଘ୍ର ସାଗରର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ପୌର ନିର୍ବାହୀ ଅଧିକାରୀ ପଟ୍ଟନାୟକଙ୍କ ସହ କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ଗୋପବନ୍ଧୁଙ୍କ ତ୍ୟାଗ, ସେବା ଚିର ସ୍ମରଣୀୟ

କୋରାପୁଟ,୯।୧୦(ଅମିତାଭ ବେହେରା): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ତମ ଜୟନ୍ତୀ ଶୁକ୍ରବାର କୋରାପୁଟଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଆୟୋଜିତ ସ୍ମୃତି ସଭାରେ…

କଂଗ୍ରେସର ବନ୍ଦ ଡାକରାରେ ଅଟକି ରହିଛି ଗାଡ଼ିମୋଟର, ଯାତ୍ରୀ ହନ୍ତସନ୍ତ

ପଟ୍ଟାଙ୍ଗି,୮ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ କଂଗ୍ରେସର ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଦଳର ବ୍ଲକ ସଭାପତି ଅର୍ଜୁନ ବାଙ୍କା…

ଶିକ୍ଷକଙ୍କ ଦୁଇମାସର ଦରମା ଅଟକିଥିଲା, ଦାବି ଜଣାଇବାକୁ ପହଞ୍ଚିବା ବେଳେ ଆକାଉଣ୍ଟରେ ଚଢ଼ିଲା ଟଙ୍କା! ଉଠିଲା ପ୍ରଶ୍ନ

ପଟ୍ଟାଙ୍ଗି,୭।୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ କାର୍ଯ୍ୟାଳୟ ସମୁଖରେ ରହିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଏକ୍ସ୍ କ୍ୟାଡର ଶିକ୍ଷୟିତ୍ରୀ ଶିକ୍ଷକ ପହଞ୍ଚି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?