ଶାସକ ଦଳକୁ ମୁକାବିଲାରେ ବିଫଳ ବିରୋଧୀ

ବ୍ରହ୍ମପୁର ଅଫିସ,୧୨।୫: ଗଞ୍ଜାମ ଜିଲା ରାଜନୀତିରେ ଶାସକ ଦଳକୁ ମୁକାବିଲାରେ ବିଫଳ ହୋଇଛି ବିରୋଧୀ। ଜିଲାର ସବୁ ନିର୍ବାଚନରେ ବିଜେଡିର ବିଜୟ ବାନା ଉଡ଼ୁଛି। କଂଗ୍ରେସର ସ୍ଥିତି ଦୁର୍ବଳ ଥିବାରୁ ସେହି ସଂଗଠନର ପକେଟ ଭୋଟ ଭାଜପାକୁ ଯାଇଛି। ଫଳରେ ଭାଜପା ଭୋଟ ହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ଯଦି କଂଗ୍ରେସ ସକ୍ରିୟ ହେବ ତେବେ ଭାଜପା ପୁଣି ତୃତୀୟକୁ ଖସିବାର ରାଜନୈତିକ ସମୀକ୍ଷକଙ୍କ ପକ୍ଷରୁ ଆକଳନ କରାଯାଇଛି। ଅପରପକ୍ଷରେ ୯୦ ଦଶକର ଦ୍ୱିତୀୟ ଭାଗରେ ରାଜ୍ୟରେ ଆଞ୍ଚଳିକ ଦଳ ବିଜେଡି ଗଠନ ହୋଇଥିଲା। ଘଟଣାଚକ୍ରରେ ବିଜେଡି ଓ ଭାଜପା ମଧ୍ୟରେ ମେଣ୍ଟ ରାଜନୀତି ଆରମ୍ଭ ହୋଇ ଏହା ୧୦ ବର୍ଷ ଚାଲିଲା। ଗଞ୍ଜାମର ଦୁଇ ଲୋକସଭା ଓ ସବୁ ବିଧାନସଭା ଆସନରେ ଲଢ଼ିବା ପାଇଁ ଦୁଇ ଦଳ ମଧ୍ୟରେ ଭାଗ ବଣ୍ଟା ହୋଇଥିଲା।
କନ୍ଧମାଳ ଜିଲାରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କୁ ହତ୍ୟା ଯୋଗୁ ମେଣ୍ଟ ରାଜନୀତିରେ ଫାଟ ଦେଖାଦେଲା। ୨୦୦୮ରେ ମେଣ୍ଟରୁ ଭାଜପା ଓହରିଗଲା। ପରବର୍ତ୍ତୀ ୨୦୦୯ ନିର୍ବାଚନଠାରୁ ଦୁଇ ଦଳ ଏକାକୀ ଲଢ଼ୁଛନ୍ତି। ମେଣ୍ଟ ଭାଙ୍ଗିବା ପରେ ଏହି ଜିଲାରେ ଭାଜପା ପ୍ରାର୍ଥୀ ଜିତି ପାରୁନାହାନ୍ତି। ମେଣ୍ଟ ଥିବା ବେଳେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଅନାଦି ସାହୁ ୧୯୯୯ ନିର୍ବାଚନରେ ନିର୍ବାଚିତ ହୋଇଥିଲେ। ସେହିପରି ୨୦୦୦ ବିଧାନସଭା ନିର୍ବାଚନରେ ଛତ୍ରପୁର ଆସନରୁ ଭାଜପା ପ୍ରାର୍ଥୀ ରାମଚନ୍ଦ୍ର ପଣ୍ଡା ଜିତି ବିଧାନସଭା ଉପବାଚସ୍ପତି ପଦ ପାଇଥିଲେ। ୨୦୦୪ ନିର୍ବାଚନରେ ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଧରାକୋଟ ରାଜା କିଶୋର ଚନ୍ଦ୍ର ସିଂହ ଦେଓ ଭାଜପାରୁ ବିଧାୟକ ହୋଇଥିଲେ। ୨୦୧୪ ନିର୍ବାଚନ ବେଳେ ଧରାକୋଟ ରାଜ ପରିବାର ବିଜେଡିରେ ଯୋଗ ଦେଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା ରାଜ୍ୟ ରାଜନୀତିରେ ଏକ ନମ୍ବର ହେବାର ଦିବା ସ୍ବପ୍ନ ଦେଖିଲା। ଏଥିପାଇଁ ବହୁଳ ପ୍ରଚାର ମଧ୍ୟ ହୋଇଥିଲା। ସେତେବେଳେ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ ଅମିତ ଶାହା। ୨୦୧୭ ଜୁଲାଇ ୪ରେ ସେ ଗଞ୍ଜାମ ଜିଲା ଗସ୍ତରେ ଆସି ବ୍ରହ୍ମପୁର ଉପକଣ୍ଠ ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ। ଓଡ଼ିଶାରେ ୧୨୦ ବିଧାନସଭା ଆସନ ଦଖଲ କରି କ୍ଷମତାସୀନ ହେବାର ବୋବାଳି ଛାଡ଼ିଥିଲେ। ତାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ନେତା ଆସିଥିଲେ। ସମାବେଶ ପୂର୍ବରୁ ଶାହା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଗୁଳାପଟା ଗଁାରେ ସଭା କରିବା ସହ ସେଠାର ଏକ ଗରିବ କ୍ଷୁଦ୍ର ବ୍ୟବସାୟୀଙ୍କୁ ଭଙ୍ଗା ଦଦରା ଘରେ ମଧ୍ୟାହ୍ନ ଭୋଜନ କରିଥିଲେ। ଦଳର ଭୋଟ ବ୍ୟାଙ୍କ ବଢ଼ାଇବାକୁ ଏହି ଡ୍ରାମା କରିଥିବା ଅନ୍ୟ ଦଳର ଲୋକେ ପରିହାସ କରିଥିଲେ। ଶାହାଙ୍କ ଆଡ଼ମ୍ବରପୂର୍ଣ୍ଣ ପ୍ରଚାରରେ ବାଉଳା ହୋଇ ବିଭିନ୍ନ ଅଞ୍ଚଳର କଂଗ୍ରେସିଆମାନେ ଭାଜପାରେ ଯୋଗ ଦେଇଥିଲେ। ତେବେ ୨୦୧୯ ନିର୍ବାଚନରେ ଗଞ୍ଜାମରେ ଗୋଟିଏ ବି ଆସନରେ ଜିତି ପାରିଲା ନାହିଁ ଭାଜପା। ସଦ୍ୟ ସମାପ୍ତ ପୌର ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭାଜପା ସମଦଶା ଭୋଗିଛି। ୨୦୧୭ ପଞ୍ଚାୟତ ଓ ୨୦୧୩ ପୌର ନିର୍ବାଚନ ତୁଳନାରେ ଜିଲା ପରିଷଦ ସଭ୍ୟ ଓ ପୌର ସଦସ୍ୟ ସଂଖ୍ୟା ଯଥେଷ୍ଟ କମିଯାଇଛି। ସମଗ୍ର ଜିଲାରେ ବିଜେଡି ମାଡ଼ି ଚାଲିଛି। ତେଣୁ ଭାଜପା ଏକାକୀ ଉପରକୁ ଉଠିବା ରାଜନୈତିକ ସଚେତନ ଜିଲା ଗଞ୍ଜାମରେ ସମ୍ଭବ ନୁହେଁ ବୋଲି ଚଳନ୍ତି ସ୍ଥିତିରେ ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବ୍ରହ୍ମପୁର ପୌର ନିର୍ବାଚନ ପରେ ମେୟର ପ୍ରାର୍ଥୀ ଓ ଜିଲା ସଂଗଠନ ମଧ୍ୟରେ ଫାଟ ଦେଖାଦେଇଛି। ମହିଳା ମେୟର ପ୍ରାର୍ଥୀ ସାଢ଼େ ୪୫ ହଜାର ଭୋଟ ପାଇଥିବାରୁ ଆଗାମୀ ୨୦୨୪ ନିର୍ବାନରେ ବିଧାୟକ ପ୍ରାର୍ଥୀ ଦେବାକୁ ସଜବାଜ ହେଉଥିବା କେତେକ କର୍ମୀ ମହଲରୁ ପ୍ରାକ୍‌ ସୁରାକ୍‌ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?