୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି

ଯୋଡା,୧୮।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ ସଂରକ୍ଷଣ ପାଇଁ ବୈତରଣୀ ନଦୀର ଜଳ ପ୍ରବାହକୁ ବନ୍ଧ ବାନ୍ଧି ଦିଆଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ପରେ ଜିଲାର ୫ ବ୍ଲକ୍‌ ଅଧୀନ ୨୪୪ ଗାଁର ୨୯ ହଜାରରୁ ଊଦ୍ଧର୍‌ବ ହେକ୍ଟର ଚାଷଜମି ଜଳସେଚିତ ହେବ। ଏହାଦ୍ୱାରା ଚାଷୀ ସବୁ ଋତୁରେ ଚାଷକରି ଉପକୃତ ହୋଇପାରିବେ। ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବରରେ ଶେଷ ହୋଇ ୨୦୨୪ ଜୁନ୍‌ରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ ପାଣି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୩ରୁ ନଦୀକୁ ବନ୍ଧ ଦ୍ୱାରା ଆବଦ୍ଧକରି ଜଳ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଯୋଡ଼ା ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ସୁନା ନଦୀ ଏବଂ ବୈତରଣୀ ନଦୀର ଜଳକୁ ବନ୍ଧରେ ସଂରକ୍ଷଣ କାର୍ଯ୍ୟ ଆଂଶିକ ଭାବେ ହୋଇଯାଇଛି। ବନ୍ଧର ନିରାପତ୍ତା ପାଇଁ ଏକ ପ୍ଲାଷ୍ଟିକ କଂକ୍ରିଟ କାର୍ଯ୍ୟ ଚାଲୁଥିବା ହେତୁ ଜଳ ସଂରକ୍ଷଣ ଆଂଶିକ ଭାବେ କରାଯାଉଛି। ବନ୍ଧରେ ୧୨ଟି ଗେଟ୍‌ ନିର୍ମାଣ କରାଯାଇଛି। ଡ୍ୟାମ୍‌ ରିଜର୍ଭର ସମ୍ପୂର୍ଣ୍ଣ ହୋଇଗଲେ ୨୦୨୪ ଜୁଲାଇ, ଅଗଷ୍ଟ ଖରିଫ ଋତୁରେ ଚମ୍ପୁଆ ବ୍ଲକ୍‌ର ୧୪୨ଗଁାଁ, ଝୁମ୍ପୁରାର ୭୮, ପାଟଣାର ୧୧ଟି, କେନ୍ଦୁଝର ସଦରର ୧୨ ଓ ଯୋଡ଼ା ବ୍ଲକ୍‌ର ଗୋଟିଏ ଗାଁର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚନ କରାଯିବ। ସମୁଦାୟ ୨୯ହଜାର ୫୭୮ ହେକ୍ଟର ଅଞ୍ଚଳ ଏହାଦ୍ବାରା ଜଳସେଚିତ ହେବ ବୋଲି ଯନ୍ତ୍ରୀ ପାଣି ସୂଚନା ଦେଇଛନ୍ତି। କାନପୁର ଡ୍ୟାମ୍‌ ରିଜର୍ଭର ୨୫୧୧ହେକ୍ଟର ବୁଡ଼ି ଅଞ୍ଚଳ ରହିବ। ଏହାର ସର୍ବାଧିକ ଉଚ୍ଚତା ୩୯.୦୫ ମିଟର ଓ ଜଳଧାରଣା କ୍ଷମା ୩୩ ହଜାର ୧୦୨ ଏମ୍‌ଏମକ୍ୟୁ ରହିବ। ତେବେ ଯୋଡ଼ା ଦେଇ ପ୍ରବାହିତ ହେଉଥିବା ସୁନା ନଦୀର ଜଳସ୍ତର ବୃଦ୍ଧି ହେଲେ ଯୋଡ଼ାର ତଳି ଅଞ୍ଚଳ ପ୍ରଭାବିତ ହେବ କି ବୋଲି ପ୍ରଶ୍ନରେ, ବିଲେଇପଦା ନିକଟସ୍ଥ ଲହଣ୍ଡା ପର୍ଯ୍ୟନ୍ତ ୪୪୦ ମିଟର ଲେବଲ ରହିବ। ଏଣୁ ଯୋଡ଼ା ପ୍ରଭାବିତ ହେବ ନାହିଁ। ବନ୍ଧ ନିର୍ମାଣ ପରେ ୪.୩ ମେଗାୱାଟ୍‌ ଜଳବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହେବା ପ୍ରସ୍ତାବ ରହିଛି ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପାଣି କହିଛନ୍ତି।
ପ୍ରକଳ୍ପର ନିର୍ଦ୍ଧାରିତ ବଜେଟ ୨୪୩୮କୋଟି ଟଙ୍କା ଥିବା ବେଳେ ଏହାଠାରୁ ଅଧିକ ବ୍ୟୟ ହେବ ବୋଲି ଅନୁମାନ କରାଯାଉଛି। ଏହା ଏକ ମେଗା ପ୍ରୋଜେକ୍ଟ ହୋଇଥିବାରୁ ଏହାର ନିର୍ମାଣ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲାପାଳ ଆଶିଷ୍‌ ଠାକ୍‌ରେ ନିୟମିତ ସମୀକ୍ଷା କରୁଛନ୍ତି। ବିସ୍ଥାପିତ ଓ ଥଇଥାନ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛି। ମାଟିବନ୍ଧ କାମ ୨୦୧୪ ଜୁନ୍‌ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରି ସ୍ପିଲ୍‌ୱେ ଦେଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପାଣି କହିଛନ୍ତି। ଦୀର୍ଘ ୪ ଦଶନ୍ଧି ପରେ କାନପୁର ଡ୍ୟାମ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ଅଞ୍ଚଳରେ ଥିବା ଚାଷୀକୁଳଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri