୨୯ ହଜାର ହେକ୍ଟର ଜମିକୁ ମାଡ଼ିବ ପାଣି

ଯୋଡା,୧୮।୪(ଡି.ଏନ.ଏ.) କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ଡ୍ୟାମ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବନ୍ଧରେ ଜଳ ସଂରକ୍ଷଣ ପାଇଁ ବୈତରଣୀ ନଦୀର ଜଳ ପ୍ରବାହକୁ ବନ୍ଧ ବାନ୍ଧି ଦିଆଯାଇଛି। ପ୍ରକଳ୍ପ କାର୍ଯ୍ୟକାରୀ ପରେ ଜିଲାର ୫ ବ୍ଲକ୍‌ ଅଧୀନ ୨୪୪ ଗାଁର ୨୯ ହଜାରରୁ ଊଦ୍ଧର୍‌ବ ହେକ୍ଟର ଚାଷଜମି ଜଳସେଚିତ ହେବ। ଏହାଦ୍ୱାରା ଚାଷୀ ସବୁ ଋତୁରେ ଚାଷକରି ଉପକୃତ ହୋଇପାରିବେ। ପ୍ରକଳ୍ପ ଆସନ୍ତା ସେପ୍ଟେମ୍ବରରେ ଶେଷ ହୋଇ ୨୦୨୪ ଜୁନ୍‌ରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପ୍ରସନ୍ନ ପାଣି ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୩ରୁ ନଦୀକୁ ବନ୍ଧ ଦ୍ୱାରା ଆବଦ୍ଧକରି ଜଳ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଯୋଡ଼ା ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ସୁନା ନଦୀ ଏବଂ ବୈତରଣୀ ନଦୀର ଜଳକୁ ବନ୍ଧରେ ସଂରକ୍ଷଣ କାର୍ଯ୍ୟ ଆଂଶିକ ଭାବେ ହୋଇଯାଇଛି। ବନ୍ଧର ନିରାପତ୍ତା ପାଇଁ ଏକ ପ୍ଲାଷ୍ଟିକ କଂକ୍ରିଟ କାର୍ଯ୍ୟ ଚାଲୁଥିବା ହେତୁ ଜଳ ସଂରକ୍ଷଣ ଆଂଶିକ ଭାବେ କରାଯାଉଛି। ବନ୍ଧରେ ୧୨ଟି ଗେଟ୍‌ ନିର୍ମାଣ କରାଯାଇଛି। ଡ୍ୟାମ୍‌ ରିଜର୍ଭର ସମ୍ପୂର୍ଣ୍ଣ ହୋଇଗଲେ ୨୦୨୪ ଜୁଲାଇ, ଅଗଷ୍ଟ ଖରିଫ ଋତୁରେ ଚମ୍ପୁଆ ବ୍ଲକ୍‌ର ୧୪୨ଗଁାଁ, ଝୁମ୍ପୁରାର ୭୮, ପାଟଣାର ୧୧ଟି, କେନ୍ଦୁଝର ସଦରର ୧୨ ଓ ଯୋଡ଼ା ବ୍ଲକ୍‌ର ଗୋଟିଏ ଗାଁର ଚାଷ ଜମିକୁ କେନାଲ ମାଧ୍ୟମରେ ଜଳସେଚନ କରାଯିବ। ସମୁଦାୟ ୨୯ହଜାର ୫୭୮ ହେକ୍ଟର ଅଞ୍ଚଳ ଏହାଦ୍ବାରା ଜଳସେଚିତ ହେବ ବୋଲି ଯନ୍ତ୍ରୀ ପାଣି ସୂଚନା ଦେଇଛନ୍ତି। କାନପୁର ଡ୍ୟାମ୍‌ ରିଜର୍ଭର ୨୫୧୧ହେକ୍ଟର ବୁଡ଼ି ଅଞ୍ଚଳ ରହିବ। ଏହାର ସର୍ବାଧିକ ଉଚ୍ଚତା ୩୯.୦୫ ମିଟର ଓ ଜଳଧାରଣା କ୍ଷମା ୩୩ ହଜାର ୧୦୨ ଏମ୍‌ଏମକ୍ୟୁ ରହିବ। ତେବେ ଯୋଡ଼ା ଦେଇ ପ୍ରବାହିତ ହେଉଥିବା ସୁନା ନଦୀର ଜଳସ୍ତର ବୃଦ୍ଧି ହେଲେ ଯୋଡ଼ାର ତଳି ଅଞ୍ଚଳ ପ୍ରଭାବିତ ହେବ କି ବୋଲି ପ୍ରଶ୍ନରେ, ବିଲେଇପଦା ନିକଟସ୍ଥ ଲହଣ୍ଡା ପର୍ଯ୍ୟନ୍ତ ୪୪୦ ମିଟର ଲେବଲ ରହିବ। ଏଣୁ ଯୋଡ଼ା ପ୍ରଭାବିତ ହେବ ନାହିଁ। ବନ୍ଧ ନିର୍ମାଣ ପରେ ୪.୩ ମେଗାୱାଟ୍‌ ଜଳବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହେବା ପ୍ରସ୍ତାବ ରହିଛି ବୋଲି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପାଣି କହିଛନ୍ତି।
ପ୍ରକଳ୍ପର ନିର୍ଦ୍ଧାରିତ ବଜେଟ ୨୪୩୮କୋଟି ଟଙ୍କା ଥିବା ବେଳେ ଏହାଠାରୁ ଅଧିକ ବ୍ୟୟ ହେବ ବୋଲି ଅନୁମାନ କରାଯାଉଛି। ଏହା ଏକ ମେଗା ପ୍ରୋଜେକ୍ଟ ହୋଇଥିବାରୁ ଏହାର ନିର୍ମାଣ ଉପରେ ରାଜ୍ୟ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲାପାଳ ଆଶିଷ୍‌ ଠାକ୍‌ରେ ନିୟମିତ ସମୀକ୍ଷା କରୁଛନ୍ତି। ବିସ୍ଥାପିତ ଓ ଥଇଥାନ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛି। ମାଟିବନ୍ଧ କାମ ୨୦୧୪ ଜୁନ୍‌ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରି ସ୍ପିଲ୍‌ୱେ ଦେଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିବା ମୁଖ୍ୟ ନିର୍ମାଣ ଯନ୍ତ୍ରୀ ପାଣି କହିଛନ୍ତି। ଦୀର୍ଘ ୪ ଦଶନ୍ଧି ପରେ କାନପୁର ଡ୍ୟାମ୍‌ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାରୁ ଅଞ୍ଚଳରେ ଥିବା ଚାଷୀକୁଳଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?