ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ କର

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ଦେଶରେ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ କରୁଥିବା ପିଲାଙ୍କ ପାଇଁ ନିୟମିତ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ଜରୁରୀ ହୋଇପଡ଼ିଛି। ତେଣୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ସ୍ବତନ୍ତ୍ର ଶିକ୍ଷକ ପଦବୀ ପୂରଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରିହାବିଲିଟେଶନ କାଉନ୍‌ସିଲ ଅଫ୍‌ ଇଣ୍ଡିଆ ନିକଟରେ ସ୍ବତନ୍ତ୍ର ଶିକ୍ଷକ ପଦବୀ ପାଇଁ ୧,୨୦,୭୨୧ ଜଣ ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୫,୯୬୬ ରହିଛନ୍ତି। ପିଲା ଓ ଶିକ୍ଷକ ଆନୁପାତିକ ହାରରେ ସ୍ବତନ୍ତ୍ର ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦେବାକୁ ରାଜ୍ୟଗୁଡ଼ିକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ନ୍ୟାଶନାଲ କାଉନ୍‌ସିଲ ଅଫ୍‌ ଟିଚର୍ସ ଏଜୁକେଶନ(ଏନ୍‌ସିଟିଇ) ଦ୍ୱାରା ପଞ୍ଜୀକୃତ ଏବଂ ସ୍ବୀକୃତିପ୍ରାପ୍ତ ଶିକ୍ଷକଙ୍କ ଥଇଥାନ ଜରୁରୀ ହୋଇପଡ଼ିଛି। ୟୁନିଫାଏଡ୍‌ ଡିଷ୍ଟ୍ରିକ୍ଟ ଇନ୍‌ଫର୍ମେଶନ ସିଷ୍ଟମରୁ ମିଳିଥିବା ତଥ୍ୟ ଅନୁସାରେ ସାରା ଦେଶରେ ୨୨.୫ଲକ୍ଷ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ କରୁଥିବା ପିଲା(ସିଡବ୍ଲ୍ୟୁଏସ୍‌ଏନ୍‌) ଅଛନ୍ତି। ସେମାନଙ୍କ ପାଇଁ ମାତ୍ର ୪.୩୩ଲକ୍ଷ ସାଧାରଣ ଶିକ୍ଷକ ପ୍ରଶିକ୍ଷଣ ପାଇଛନ୍ତି। ଏହା ସହିତ ଏହି ଶିକ୍ଷକମାନେ ସାଧାରଣ ପିଲାଙ୍କୁ ମଧ୍ୟ ପଢ଼ାଉଛନ୍ତି। ଅନ୍ୟପକ୍ଷରେ ସିଡବ୍ଲ୍ୟୁଏସ୍‌ଏନ୍‌ଙ୍କ ପାଇଁ ଦେଶରେ ଏବେ ମାତ୍ର ୨୮,୫୩୫ ସ୍ବତନ୍ତ୍ର ଶିକ୍ଷକ ରହିଛନ୍ତି, ଯାହାକି ଆବଶ୍ୟକଠାରୁ ବହୁତ କମ୍‌ ବୋଲି ବିଚାରପତି ଏ.ଏମ୍‌.ଖାନ୍‌ଓ୍ବିଲ୍‌କର, ଦୀନେଶ ମାହେଶ୍ୱରୀ ଏବଂ ସି.ଟି. ରବିକୁମାରଙ୍କ ନେଇ ଗଠିତ ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି।
ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ଦିଆଯାଉଥିବା ଏହି ନିର୍ଦ୍ଦେଶକୁ ଯେପରି ଠିକ୍‌ ଭାବେ କାର୍ଯ୍ୟକାରୀ କରାଯିବ ଏବଂ ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷଙ୍କୁ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ସୁପାରିସ କରାଯିବା ସହ ଆସନ୍ତା ଫେବୃୟାରୀ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟ ଆୟୋଗଙ୍କୁ ଖଣ୍ଡପୀଠ କହିଛନ୍ତି। ଏପରି କି ଭିତ୍ତିଭୂମି ଥିବା ସାଧାରଣ ବିଦ୍ୟାଳୟଗୁଡ଼ିକରେ ସିଡବ୍ଲ୍ୟୁଏସ୍‌ଏନ୍‌ ପିଲାଙ୍କୁ ଉପଯୁକ୍ତ ଶିକ୍ଷା ଦାନ ଏବଂ ଏଥିପାଇଁ ଶିକ୍ଷକ ଓ କର୍ମଚାରୀଙ୍କୁ ଯେପରି ବାଧ୍ୟତାମୂଳକ ପ୍ରଶିକ୍ଷଣ ଦିଆଯାଇପାରିବ ସେନେଇ ରାଜ୍ୟ ସରକାର ପଦକ୍ଷେପ ନେବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri