୫ ବର୍ଷରେ ମଲେଣି ୨,୮୧୭ ବନ୍ୟପ୍ରାଣୀ

ଭୁବନେଶ୍ୱର,୨୨।୧୧(ଅନିଲ ଦାସ): ରାଜ୍ୟର ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷିତ ନାହାନ୍ତି। ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ, ଶିକାରୀ ଏବଂ ବିଷ ପ୍ରୟୋଗ ଯୋଗୁ ଅଧିକାଂଶ ବନ୍ୟପ୍ରାଣୀଙ୍କ ମୃତ୍ୟୁ ଘଟୁଛି। ବିଭିନ୍ନ କାରଣରୁ ଗତ ୫ ବର୍ଷରେ ରାଜ୍ୟରେ ୨,୮୧୭ ବନ୍ୟପ୍ରାଣୀଙ୍କ ଜୀବନ ଯାଇଛି। ଭାଜପା ସଭ୍ୟ କୁସୁମ ଟେଟେଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମଙ୍ଗଳବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି।
ମନ୍ତ୍ରୀ କହିଛନ୍ତି ଯେ ୨୦୧୮-୧୯ରୁ ୨୦୨୨-୨୩ ମଧ୍ୟରେ ରାଜ୍ୟରେ ୪୩୦ଟି ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ବାଘ, ୩୧ କଲରାପତରିଆ ବାଘ ଏବଂ ୨,୩୫୨ ଜଣ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ଓ ଚିଲିକା ବନଖଣ୍ଡରେ ସର୍ବାଧିକ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ବନଖଣ୍ଡରେ ୨୩୧ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚିଲିକା ବନଖଣ୍ଡରେ ୨୨୦ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଛି। ଏହି ବନ୍ୟଜନ୍ତୁଙ୍କ ମୃତ୍ୟୁ ବିଭିନ୍ନ ରୋଗ, ରେଳ ଦୁର୍ଘଟଣା, ରାସ୍ତା ଦୁର୍ଘଟଣା, ବିଦ୍ୟୁତ୍‌ ଆଘାତ, ଶିକାରୀ ଏବଂ ବିଷ ପ୍ରକ୍ରିୟାକରଣ ଯୋଗୁ ମୃତ୍ୟୁ ଘଟିଛି ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷରେ ଏହି ସମୟରେ ଜୀବଜନ୍ତୁଙ୍କ ଆବାସସ୍ଥଳୀ ବଣଜଙ୍ଗଲ ମଧ୍ୟ ଉଜୁଡ଼ି ଯାଇଛି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୫ ବର୍ଷରେ ୧୩,୫୧୧.୧୬୪ ହେକ୍ଟର ଜଙ୍ଗଲ ଜମିରୁ ଗଛ କଟାଯାଇ ଅଣଜଙ୍ଗଲ ଜମିରେ ପରିଣତ କରାଯାଇଛି। ତେବେ ୨୦୧୮ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଜଙ୍ଗଲ କ୍ଷତିକୁ ଭରଣା କରିବା ପାଇଁ ୧୫,୭୪୯.୯୩୦ ହେକ୍ଟର ଜଙ୍ଗଲ ଜମିରେ ବନୀକରଣ କରିଛନ୍ତି। ଏଥିପାଇଁ ସରକାର ୧୧୩.୫୦ କୋଟି ଟଙ୍କା କ୍ଷତିପୂରକ ବନୀକରଣ ବାବଦରେ ଖର୍ଚ୍ଚ କରିଛନ୍ତି। କେବଳ ସେତିକି ନୁହେଁ, ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗରେ ମଧ୍ୟ ବହୁ ପଦବୀ ଦୀର୍ଘ ବର୍ଷ ଧରି ଖାଲିପଡ଼ିଛି। ବିଜେଡି ସଭ୍ୟ ପ୍ରଶାନ୍ତ ବେହେରା ଜଙ୍ଗଲ ବିଭାଗରେ କେଉଁ ପାହ୍ୟାର କେତେ ପଦବୀ ଖାଲିଥିବା ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି, ବିଭାଗର ଗ୍ରେଡ୍‌-ଏ’ର ୪୯୨ ଅନୁମୋଦନ ପଦବୀରୁ ୨୧୦ ପଦବୀ ଖାଲି ପଡ଼ିଥିବା ବେଳେ ଗ୍ରେଡ୍‌-ବି’ରେ ଅନୁମୋଦିତ ୭୫୯ରୁ ୪୧୦, ଗ୍ରେଡ୍‌-ସି’ରେ ୧୦,୩୭୮ରୁ ୪୦୧ ଏବଂ ଗ୍ରେଡ୍‌-ଡି’ରେ ୯୯୨ରୁ ୪୩୭ ପଦବୀ ଖାଲିପଡିଛି। ସେହିପରି ୨୪ ଜଣ ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜରଭେଟର ଡେରାଡୁନ୍‌ରେ ଥିବା ସେଣ୍ଟ୍ରାଲ ଏକାଡେମୀରେ ତାଲିମ ନେଉଛନ୍ତି। ସେହି ଅଧିକାରୀମାନେ ଖୁବ୍‌ଶୀଘ୍ର କାର୍ଯ୍ୟରେ ଯୋଗଦେବେ। ତେବେ ଖାଲିଥିବା ୪୫ଟି ଆସିଷ୍ଟାଣ୍ଟ ଫରେଷ୍ଟ କଞ୍ଜରଭେଟର ପଦବୀ ଶୀଘ୍ର ପୂରଣ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି। ସେହିପରି ୨୯ ଜଣ ଫରେଷ୍ଟ ରେଞ୍ଜର ଅନୁଗୋଳଠାରେ ଥିବା ଓଡ଼ିଶା ଫରେଷ୍ଟ ରେଞ୍ଜର୍ସ କଲେଜରେ ତାଲିମ ନେଉଛନ୍ତି। ଏଥିସହିତ ଆହୁରି ୧୩୧ ନୂଆ ଫରେଷ୍ଟ ରେଞ୍ଜର ପଦବୀ ପୂରଣ କରିବାକୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ବନଖଣ୍ଡରେ ୮୦୬ ଫରେଷ୍ଟ ଗାର୍ଡଙ୍କୁ ନିୟୋଜିତ କରାଯାଇଥିବା ବେଳେ ଖାଲିଥିବା ୧,୬୭୭ ଫରେଷ୍ଟ ଗାର୍ଡ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ଜଣେ ସାନ ବାବୁ ସରକାରଙ୍କୁ ହାଇଜାକ୍‌ କରିଛନ୍ତି: ସାଂଘାତିକ ଅଭିଯୋଗ ଆଣିଲେ ଅପରାଜିତା

ଭୁବନେଶ୍ୱର,୧।୫: ରାଜ୍ୟ ସରକାର ଏବଂ ବିଜେଡିକୁ ବୁଧବାର ଟାର୍ଗେଟ୍‌ କରିଛନ୍ତି ଭାଜପା ଏମ୍‌ପି ତଥା ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ। ସେ ନାଁ...

ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର ଅଫିସ,୧।୩ (ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲର ବୁଧବାର...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଥମୁନି ଶିମିଳିପାଳ ବନାଗ୍ନି

ବାରିପଦା,୧ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସବୁଜ ବନାନୀରେ ଭରପୁର ଶିମିଳିପାଳ ଅଭୟାରଣ୍ୟରେ ବନାଗ୍ନି ଅଣାୟତ୍ତ ହୋଇପଡିଛି । ପ୍ରତିଦିନ ନିଆଁ ଲାଗୁଥିବା ବେଳେ ବନ ବିଭାଗ ରୋକିବାକୁ...

ପାଣ୍ଡିଆନଙ୍କୁ କଡ଼ା ସମାଲୋଚନା କଲେ ପ୍ରଦୀପ, କହିଲେ…

ଭୁବନେଶ୍ୱର,୧।୫: ମୁଖ୍ୟମନ୍ତ୍ରୀ ଓ କାର୍ତ୍ତିକ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି ଭାଜପା ନେତା ତଥା ବ୍ରହ୍ମପୁରରୁ ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ଯଦି ତାଙ୍କ...

ବିଜେଡିରେ ଫାଟ: ପ୍ରଦୀପ-ରମେଶ ଗୋଷ୍ଠୀ ମୁହାଁମୁହିଁ

ନବରଙ୍ଗପୁର/ଝରିଗାଁ,୧।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ):ନିର୍ବାଚନ ଯେତିକି ପାଖେଇ ଆସୁଛି, ଝରିଗାଁ ନିର୍ବାଚନମଣ୍ଡଳୀରେ ବିଜେଡି ଟେନ୍‌ସନ ସେତିକି ବଢ଼ିବାରେ ଲାଗିଛି। ବିଜେଡିରେ ଫାଟ ଥିବା ଅଭିଯୋଗ ହେଉଛି।...

ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ଓଡ଼ିଶାର ୩

ଭୁବନେଶ୍ୱର, ୧ା୫ (ଅସମାପିକା ସାହୁ):ପ୍ରବଳ ଖରାରେ ଜଳୁଛି ସାରା ଓଡ଼ିଶା। ଘରୁ ବାହାରିଲେ ତାତି ସହିତ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି। ଗତ ୧୬ଦିନ...

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri