୨୮ଲକ୍ଷ ଟଙ୍କା ନେଇ ଚମ୍ପଟ

ଭବାନୀପାଟଣା,୨୯।୬(ଉତ୍ତମ କୁମାର ଦାଶ): ଗ୍ରାହକ ସେବାକେନ୍ଦ୍ରରେ ଠକେଇ। ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଏକ ପରିବାର। ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲା ଜୟପାଟଣା ଥାନା ଅଧୀନ ମୋହନଗୁଡା ଗ୍ରାମରେ। ଗାଁରେ ଏକ ଗ୍ରାହକ ସେବାକେନ୍ଦ୍ର କରି ଗାଁର ହରିଶଚନ୍ଦ୍ର ରାଉତଙ୍କ ସହ ତାଙ୍କ ମା’ ସରଶ ରାଉତ ଏବଂ ୨ ସମ୍ପର୍କୀୟ ଅଲେରା ରାଉତ ଓ ଲଲିତା ରାଉତ ଲୋକଙ୍କ
୨୮ ଲକ୍ଷ ଟଙ୍କା ଠକି ନେଇ ଫେରାର ହୋଇଯାଇଛନ୍ତି। ଏନେଇ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସମେତ ଅନ୍ୟ ହିତାଧିକାରୀମାନେ ଜୟପାଟଣା ଥାନାରେ ଏତଲା ଦେଇଛନ୍ତି। ହିତାଧିକାରୀଙ୍କ ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ସହ ସ୍ବୟଂ ସହାୟକ ଗୋଷ୍ଠୀର ଋଣ ଟଙ୍କାକୁ କୌଶଲ କ୍ରମେ ଫିଙ୍ଗର ସ୍କାନର ସହାୟତାରେ ଟଙ୍କା ଠକି ନେଇଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି। ଏ ନେଇ ଜୟପାଟଣା ଥାନାରେ ଏକ ମାମଲା (ନଂ.୧୪୨/୨୩) ରୁଜୁ ହୋଇଛି। ପୋଲିସ ଅଭିଯୋଗକୁ ଭତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ଅଭାବ ଭିତରେ ଭୁବନେଶ୍ୱରରେ ବଦଳିଲା ତେଲଦର! ଜାଣନ୍ତୁ କ’ଣ ହୋଇଛି ପରିବର୍ତ୍ତନ

ନୂଆଦିଲ୍ଲୀ,୧୪।୫: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହର ଗୁଡିକରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି ।…

୨୦ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୧୪ା୫(ରବିନାରାୟଣ ଜେନା):ଓଡ଼ିଶାର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ମେ’ ୨୦ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ଅପରାହ୍ନ…

କେନ୍ଦୁପତ୍ର ବୋଝେଇ ପିକଅପ୍‌ ଜବତ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ରିଆମାଳ, ୧୪୫(ବଦ୍ରିନାରାୟଣ ଅଗ୍ରୱାଲା):ଦେବଗଡ଼ ଜିଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କରଲଗା ଜିରୋ ପଏଣ୍ଟଠାରେ ଏକ କେନ୍ଦୁପତ୍ର ବୋଝେଇ ପିକଅପ ଜବତ ହେବା ସହ ଦୁଇ ଜଣକୁ…

ମାସେ ହେଲା ଅଚଳ ଜଳ ଯୋଗାଣ ପ୍ରକଳ୍ପ: ଚୁବୁକାଦାଦର ଗାଁରେ ପାନୀୟ ଜଳ ସମସ୍ୟା

ଅମରପାଲି,୧୪ା୫(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ଚୁବୁକାଦାଦର ଗଁାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଗ୍ରାମରେ ଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ…

ଏତିକି ଟଙ୍କା ଯାଏ କିଣିପାରିବେ ପେଟ୍ରୋଲ, ପେଟ୍ରୋଲ-ଡିଜେଲ ନିୟମରେ ସରକାର କଲେ ବଡ଼ ପରିବର୍ତ୍ତନ!

ନୂଆଦିଲ୍ଲୀ,୧୪।୫: କେରଳରେ ପେଟ୍ରୋଲ ଏବଂ ଡିଜେଲ କ୍ରୟ ସମ୍ୱନ୍ଧୀୟ ନୂତନ ନିୟମାବଳୀ ଜାରି କରାଯିବା ସମ୍ପର୍କରେ ଖବର ପ୍ରକାଶ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେରଳର ଇନ୍ଧନ…

ଜନଗଣନାରେ ଓବିସିଙ୍କୁ ଅଣଦେଖା ଅଭିଯୋଗ:ଦାବିପତ୍ର ପ୍ରଦାନ

ବରଗଡ଼,୧୪ା୫(ପ୍ରେମାନନ୍ଦ ଖମାରୀ):ଚଳିତ ଜନଗଣନାରେ ପଛୁଆବର୍ଗ (ଓବିସି)ଙ୍କୁ ଅଣଦେଖା କରାଯାଇଛି ବୋଲି ଅଭିଯୋଗ ହୋଇଛି। ଜନଗଣନାରେ ଉଦ୍ଦିଷ୍ଟ ୧୨ ନମ୍ବର ପ୍ରଶ୍ନରେ ଓବିସି କଲମ ଯୋଡିବା ପାଇଁ ଓଡିଶା…

ସେବାରୁ ଆରମ୍ଭ, ସ୍ୱାର୍ଥରେ ଶେଷ

ଏବକାର ଭାରତରେ ରାଜନୀତିଜ୍ଞମାନେ ଇଂଲିଶ ଅକ୍ଷର ଏସ୍‌(S)କୁ ଜପାମାଳି କରି ଦେଇଛନ୍ତି। ଏହା ମାଧ୍ୟମରେ ସେମାନେ ଦେଶସେବା କରିବାର ଛଳନା କରୁଛନ୍ତି। ପ୍ରତ୍ୟେକ ସ୍ଲୋଗାନ, ପ୍ରତ୍ୟେକ ଯୋଜନା,…

ପଶ୍ଚିମ ଓଡିଶା ପାଇଁ ଆଉ ଏକ ନୂଆ ଟ୍ରେନ: ସ୍ବପ୍ନ ପୂରଣ କଲେ ଅଶ୍ୱିନୀ ବୈଷ୍ଣବ

କେସିଙ୍ଗା,୧୪।୫(ତୁମେଶ୍ୱର ସାହୁ): କେସିଙ୍ଗାରୁ ଭୁବନେଶ୍ୱରକୁ ନୂତନ ଟ୍ରେନ ପାଇଁ ଦାବି ଜୋର ଧରିଥିଲା। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀରୁ କୋରାପୁଟ ସିଧା ପଶ୍ଚିମ ଓଡ଼ିଶାରକୁ ସଂଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri