ସ୍ଥାନାନ୍ତର ଅପେକ୍ଷାରେ ୨୫୭ ହରିଣ

କଟକ ଅଫିସ, ୩ା୮: ସ୍ଥାନ ଚିହ୍ନଟ ସରିଛି ହେଲେ ସ୍ଥାନାନ୍ତର ହୋଇପାରୁନାହାନ୍ତି ହରିଣ। ୩ ବର୍ଷ ଧରି ଅନୁପଯୁକ୍ତ ପରିବେଶରେ ରହୁଛନ୍ତି। ୨ରୁ ୩ ହରିଣ ରହିବା ସ୍ଥାନରେ ରହୁଛନ୍ତି ୨୫୭। ହରିଣ ସ୍ଥାନାନ୍ତରଣ ପାଇଁ ସିଏମ୍‌ସିର ଏକ ଟିମ୍‌ ଇତିମଧ୍ୟରେ ଚନ୍ଦକାରେ ଚିହ୍ନଟ କରାଯାଇଥିବା ସ୍ଥାନ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ନୂଆ ପାର୍କ ପାଇଁ ୧କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ଇତିମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ଆସନ୍ତା ୫ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ କୁହାଯାଇଛି।
୧୯୮୧ ମସିହାରେ କଟକ ତୁଳସୀପୁରଠାରେ ୨.୫ ଏକରରେ ଜାଗାରେ ୬ଟି ହରିଣକୁ ନେଇ ସ୍ଥାପନ କରାଯାଇଥିଲା ହରିଣ ପାର୍କ ା ୧୯୯୫ ଅଗଷ୍ଟ ୧୭ରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ଏହାକୁ ସ୍ବୀକୃତି ପ୍ରଦାନ କରିଥିଲେ। ବର୍ତ୍ତମାନ ଉକ୍ତ ପାର୍କରେ ରହିଛନ୍ତି ୨୫୭ ହରିଣ। ଏହି ହରିଣଗୁଡିକର ରକ୍ଷଣାବେକ୍ଷଣ ସିଏମ୍‌ସି ପକ୍ଷରୁ ବର୍ଷକୁ ୫୧ ଲକ୍ଷ ୨୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ତେବେ ଏହି ପାର୍କର ତିନି ପାର୍ଶ୍ୱରେ ବ୍ୟସ୍ତ ବହୁଳ ରାସ୍ତା ଥିବା ସହ ଚତୁର୍ଥ ପାର୍ଶ୍ୱରେ ଏକ ଚାରିଟେବଲ ଟ୍ରଷ୍ଟର ଡିସ୍‌ପେନ୍ସାରି ରହିଛି। ଯାହାକି ଉକ୍ତ ହରିଣଙ୍କ ପାଇଁ ଅନୁକୂଳ ପରିବେଶ ହେଉନାହିଁ। ଫଳରେ କେନ୍ଦ୍ରୀୟ ଚିଡିଆଖାନା ପ୍ରାଧିକରଣ ୨୦୧୯ ଅକ୍ଟୋବର ୭ତାରିଖରେ ନିଜର ସ୍ବୀକୃତି ପ୍ରତ୍ୟାହାର କରି ନେଇଥିଲେ। ଏହାପରେ ଉକ୍ତ ସ୍ଥାନରୁ ପାର୍କ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା। ଚନ୍ଦକା (ବନ୍ୟପ୍ରଣୀ) ବନଖଣ୍ଡ ହଳଦିଆ ରେଞ୍ଜ ଅଧୀନସ୍ତ ଅମ୍ବଲିକୁ ସ୍ଥାନାନ୍ତର କାରିବାକୁ ସ୍ଥିର କରାଯାଇଛି ା କେନ୍ଦ୍ରୀୟ ଚିଡ଼ିଆଖାନା ସ୍ବୀକୃତି ପ୍ରତ୍ୟାହାରକୁ ୩ବର୍ଷ ବିତିଯାଇଥିଲେ ମଧ୍ୟ ହରିଣଙ୍କୁ ସ୍ଥାନାନ୍ତର କରାଯାଇ ପାରିନାହିଁ। ୩ ବର୍ଷ ମଧ୍ୟରେ ହରିଣ ରକ୍ଷଣାବେକ୍ଷଣ ପାଇଁ ସିଏମ୍‌ସି ସମୁଦାୟ ୧କୋଟି ୫୩ ଲକ୍ଷ ୭୫ ହଜାର ଟଙ୍କା ଖର୍ଚ୍ଚ କରିଛି। ହେଲେ ହରିଣଙ୍କୁ ଉତ୍ତମ ପରିବେଶ ମିଳିପାରୁ ନାହିଁ। ଏନେଇ ସିଏମସି ଡେପୁଟି କମିଶନର ଅଜୟ ମହାନ୍ତି କହିଛନ୍ତି ଏକ ଦଳ ଚିହ୍ନଟ ସ୍ଥାନ ପରିଦର୍ଶନ କରିଛନ୍ତି ା କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଆସନ୍ତା ୪ରୁ ୫ ମାସ ମଧ୍ୟରେ କାର୍ଯ୍ୟ ଶେଷ ହୋଇଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri