୨୩ଲକ୍ଷ ଟଙ୍କା, ଅଡି କାର୍‌ ଜବତ କଲା ଇଡି

ଭୁବନେଶ୍ୱର,୯।୩(ସତ୍ୟଜିତ୍‌ ରାଉତ): ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ ମାଲିକଙ୍କ ଘର ଓ ଅଫିସ, ବିଲ୍ଡରଙ୍କ ଘର ସମେତ ପ୍ରାୟ ୪ ସ୍ଥାନ ଏବଂ ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ଆଦି ସ୍ଥାନରେ ଥିବା ଅଭିଯୁକ୍ତମାନଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା। ତେବେ ଯାଞ୍ଚବେଳେ ସେମାନଙ୍କ ନିକଟରୁ ମୋଟ ୨୩ ଲକ୍ଷ ନଗଦ ଟଙ୍କା, ୩୫ ଲକ୍ଷ ଟଙ୍କାର ଅଡି କ୍ୟୁ୩ କାର୍‌, ୨୪.୧୫ ଲକ୍ଷ ଟଙ୍କାର ଅଳଙ୍କାର, ବହୁ କାଗଜପତ୍ର, ଡିଜିଟାଲ୍‌ ଡିଭାଇସ୍‌ ଜବତ ହୋଇଥିବା ଶୁକ୍ରବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଓଡି୦୨ସିଏଚ୍‌୨୮୦୯ ନମ୍ବର ବିଶିଷ୍ଟ ଉକ୍ତ ଅଡି କାର୍‌ଟି ବ୍ରହ୍ମପୁରର ଜଣେ ଠିକାଦାରଙ୍କର ବୋଲି ଜଣାପଡିଛି। ସେହିଭଳି ଆଉ ଜଣେ ଠିକାଦାରଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଜବତ ହୋଇଥିବା ସୂଚନା ମିଳିଛି।
୨୦୦୯ରେ ଅର୍ଥତତ୍ତ୍ୱ କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲାରେ ଶାଖା ଖୋଲି ବହୁ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କଠାରୁ ପ୍ରାୟ ୫ଶହ କୋଟି ଟଙ୍କା ଠକେଇ କରିଥିଲା। ଏନେଇ ୨୦୧୩ରେ ପ୍ରଥମେ ଭୁବନେଶ୍ୱର ଖାରବେଳନଗର ଥାନାରେ ମାମଲା ହେବା ସହ ପୋଲିସ କମ୍ପାନୀର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଗିରଫ କରିଥିଲା। ୨୦୧୪ରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ତଦନ୍ତଭାର ସିବିଆଇକୁ ଦେଇଥିଲେ। ସିବିଆଇ ଏହି ଘଟଣାରେ ତଦନ୍ତ କରି ପ୍ରଦୀପଙ୍କ ଲିଙ୍କ୍‌ରେ ଥିବା ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସିବିଆଇର ଚାର୍ଜଶିଟ୍‌ ଆଧାରରେ ଇଡି ତଦନ୍ତ କରୁଛି। ଏପରିକି ଇଡି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ୍‌ କରିସାରିଛି। ଅନ୍ୟପକ୍ଷରେ ୨୦୧୭ ଏପ୍ରିଲ ୬ରେ ଭୁବନେଶ୍ୱର ସିବିଆଇ କୋର୍ଟ ପ୍ରଦୀପଙ୍କୁ ୭ ବର୍ଷ ଓ ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ୪ ବର୍ଷ ଜେଲଦଣ୍ଡ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?