୧୪୨ କେନ୍ଦ୍ରରେ ସମ୍ମେଟିଭ୍‌ ପରୀକ୍ଷା ଦେଲେ ୨୨୪୪୨ ଛାତ୍ରୀଛାତ୍ର

କେନ୍ଦୁଝର,୨୩ା୧୧(ସ୍ବ.ପ୍ର.): ମାଟ୍ରିକ ସମ୍ମେଟିଭ୍‌-ଓ୍ବାନ୍‌ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। କେନ୍ଦୁଝର ଜିଲାରେ ୧୧ଟି ନୋଡାଲ ସେଣ୍ଟରରୁ ଜିଲାର ୩୯ ଡେସ୍‌ପାଚ ଟିମ୍‌ ଦ୍ୱାରା ୧୪୪ଟି ପରୀକ୍ଷା କେନ୍ଦ୍ରକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଶ୍ନପତ୍ର ପଠାଯାଇଛି। ପରୀକ୍ଷା କେନ୍ଦ୍ରରେ ୧୫ ମିନିଟ୍‌ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲା ଯାଇଥିଲା। ପରୀକ୍ଷାକୁ ଶୃଙ୍ଖଳିତ ଏବଂ କପି ରୋକିବା ପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଛି। ଚଳିତ ବର୍ଷ ୨୪ଟି ସେଣ୍ଟରକୁ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ରେଗୁଲାର କୋର୍ସରେ ୧୧ଟି ନୋଡାଲ କେନ୍ଦ୍ରରେ ୪୭୭ଟି ବିଦ୍ୟାଳୟର ମୋଟ୍‌ ୨୩ ହଜାର ୩୭ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବା ପାଇଁ ନିୟମିତ ପରୀକ୍ଷାର୍ଥୀ ଭାବେ ଫର୍ମପୂରଣ କରିଥିଲେ। ସେଥିମଧ୍ୟରୁ ୨୨୦୯୯ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୯୩୮ ଜଣ ଅନୁପସ୍ଥିତ ଥିଲେ। ମଧ୍ୟମା ପରୀକ୍ଷାରେ ୨ଟି ନୋଡାଲ ସେଣ୍ଟର ଅଧୀନରେ ୨ଟି କେନ୍ଦ୍ରରେ ୬୧ଜଣ ଛାତ୍ରୀଛାତ୍ର ଫର୍ମପୂରଣ କରିଥିବାବେଳେ ସେଥିମଧ୍ୟରୁ ୫୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ୩ ଜଣ ଛାତ୍ରୀଛାତ୍ର ଅନୁପସ୍ଥିତ ଥିଲେ। ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୨ଟି ନୋଡାଲ ସେଣ୍ଟର ଅଧିନରେ ୧୪ଟି ଷ୍ଟଡି ସେଣ୍ଟରରେ ୩୦୭ ଜଣ ଛାତ୍ରୀଛାତ୍ର ଫର୍ମପୂରଣ କରିଥିବା ବେଳେ ୨୮୫ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ଏବଂ ୨୨ ଜଣ ଅନୁପସ୍ଥିତ ଥିଲେ। ଏଥିରେ ପ୍ରତ୍ୟେକ ବିଷୟରେ ୮୦ ମାର୍କର ପରୀକ୍ଷା କରାଯାଉଛି। ୮୦ ମାର୍କ ମଧ୍ୟରୁ ୫୦ ମାର୍କ ସଂକ୍ଷିପ୍ତ ଉତ୍ତରମୂଳକ ଏବଂ ୩୦ ମାର୍କ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ପଡ଼ିଛି। ପ୍ରଥମ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା କରାଯାଇଥିଲା। ଛାତ୍ରୀଛାତ୍ର ୧୦ରୁ ୧୨ ପର୍ଯ୍ୟନ୍ତ ପରୀକ୍ଷା ହୋଇଥିଲା। ୨୫ ତାରିଖରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ମାଟ୍ରିକ ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ମାଟ୍ରିକ ପରୀକ୍ଷା ସୁପରିଚାଳନା ଏବଂ ତଦାରଖ ପାଇଁ ନିଜ ନିଜ ଅଞ୍ଚଳର ଉପଜିଲାପାଳ,ବିଡିଓ ଏବଂ ତହସିଲଦାରମାନଙ୍କୁ ଜିଲାପାଳ ଆଦେଶ କରିଛନ୍ତି। ନୋଡାଲ ସେଣ୍ଟରଗୁଡ଼ିକରେ ଜିଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ଅବଜରଭର ନିଯୁକ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି

କେନ୍ଦ୍ରାପଡ଼ା,୨୬ା୪ (ଜଗନ୍ନାଥ ଧଳ): ଦାଦନ ସମସ୍ୟାରେ ପୀଡିତ କେନ୍ଦ୍ରାପଡ଼ା ଜିଲାର ଶ୍ରମିକଙ୍କ ଉପରେ ଚଳିତ ସାଧାରଣ ନିର୍ବାଚନର ପ୍ରର୍ଥୀଙ୍କ ଆଖିପଡିଛି। ଏଥିପାଇଁ ପରିବାର ଓ ଦଳୀୟ...

ମାପଚୁପ ରିପୋର୍ଟ ଦାଖଲରେ ବିଳମ୍ବ

ଯାଜପୁର,୨୬ା୪(ହର୍ଷବର୍ଦ୍ଧନ ବେହେରା): ଶିଳ୍ପାୟନ ନାମରେ ଯାଜପୁର ଜିଲାରେ ଶିଳ୍ପସଂସ୍ଥାଙ୍କ ମନମାନି ବଢିବାରେ ଲାଗିଛି। କାରଖାନା ପ୍ରତିଷ୍ଠା ପାଇଁ ଶିଳ୍ପପତିମାନେ ଭୂଅର୍ଜନ ସକାଶେ ଇଡ୍‌କୋ ଜରିଆରେ ଦରଖାସ୍ତ...

ଜାରକା ବସ୍‌ଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

କାଏମା,୨୬ା୪(ଶିବପ୍ରସାଦ ମହାନ୍ତି): ଜାରକା ବସ୍‌ଷ୍ଟାଣ୍ଡରେ ଯାତ୍ରୀ ବିଶ୍ରାମଗୋର ନିର୍ମାଣ ହୋଇ ପାରୁନାହିଁ। ଫଳରେ ଯାତ୍ରୀମାନେ ଖରାରେ ଆଉଟୁପାଉଟୁ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଯୋଗୁ ଘରଠୁ...

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri