Posted inଜାତୀୟ

୨୨ ବିଧାୟକ, ୯ ଏମ୍‌ପି ଶିନ୍ଦେ କ୍ୟାମ୍ପ୍‌ ଛାଡ଼ିପାରନ୍ତି

ମୁମ୍ବାଇ, ୩୧ା୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ୯ ଜଣ ଏମ୍‌ପି ଏବଂ ୨୨ ବିଧାୟକ ଦଳ ଛାଡ଼ିପାରନ୍ତି ବୋଲି ଉଦ୍ଧବ ଠାକ୍‌ରେ ନେତୃତ୍ୱାଧୀନ ଶିବସେନା (ୟୁବିଟି) ପକ୍ଷରୁ ଅଭିଯୋଗ କରାଯାଇଛି। ସେମାନେ ଦଳ ଭିତରେ ଅଣନିଃଶ୍ୱାସୀ ଅନୁଭବ କରୁଛନ୍ତି। ସେମାନଙ୍କ ପ୍ରତି ଭାଜପା ବୈମାତୃକ ବ୍ୟବହାର ଦେଖାଉଥିବା ଶିବସେନା(ୟୁବିଟି) ମୁଖପତ୍ର ‘ସାମ୍‌ନା’ର ସମ୍ପାଦକୀୟରେ ପ୍ରକାଶ ପାଇଛି। ଉପରୋକ୍ତ ଅସନ୍ତୁଷ୍ଟ ଏମ୍‌ପି ଏବଂ ବିଧାୟକମାନେ ଭାଜପା ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି ଓ ସେମାନେ କେତେବେଳେ ବଳିପଡ଼ିବେ କହିହେବ ନାହିଁ। ଅନୁରୂପ ଭାବେ ଭାଜପାର ବୈମାତୃକ ବ୍ୟବହାର କାରଣରୁ ୨୦୧୯ରେ ଶିବସେନା ଏହାଠାରୁ ସମ୍ପର୍କ ତୁଟାଇଥିଲା ବୋଲି ସମ୍ପାଦକୀୟରେ ଉଲ୍ଲେଖ କରାଯାଇଛି। ଶିବସେନାର ଏହି ଏମ୍‌ପି ଓ ବିଧାୟକମାନେ ଉଦ୍ଧବଙ୍କୁ ପ୍ରତାରିତ କରି ଭାଜପା ସହ ହାତ ମିଳାଇଥିଲେ। ଗୈରିକ ଦଳ ସହ ସେମାନଙ୍କ ମଧୁର ସମ୍ପର୍କ ଏବେ ତିକ୍ତ ହୋଇଛି। ସେମାନେ ଶିନ୍ଦେ କ୍ୟାମ୍ପ୍‌ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି। ଭାଜପାରେ ସେମାନଙ୍କୁ ଉପଯୁକ୍ତ ବ୍ୟବହାର କରାଯାଉ ନ ଥିବା ନେଇ ଶିବସେନା ଏମ୍‌ପି ଗଜାନନ କୀର୍ତ୍ତିକାର ୩ ଦିନ ପୂର୍ବରୁ କହିଥିଲେ। ଶିବସେନାକୁ ଧ୍ୱଂସ କରିଦେବାକୁ ଭାଜପା ଉଦ୍ୟମ କରିଥିଲା। ସେଥିପାଇଁ ଏହି ଦଳ ଭାଜପାଠାରୁ ଦୂରେଇ ଯାଇଥିବା ସଞ୍ଜୟ ରାଉତ କହିଛନ୍ତି। ଭାଜପା ଏକ କୁମ୍ଭୀର କିମ୍ବା ଅଜଗର ଭଳି। ଏହା ପାଖକୁ ଗଲେ ଗିଳିଦେବ। ଶିବସେନାର ଯେଉଁ ଏମ୍‌ପି ଏବଂ ବିଧାୟକମାନେ ଏବେ ନେତୃତ୍ୱ ବିରୋଧରେ ବିଦ୍ରୋହ କରୁଛନ୍ତି, ସେମାନେ ନିଶ୍ଚୟ ବୁଝିପାରୁଥିବେ ଯେ ଉଦ୍ଧବ ଗୈରିକ ଦଳଠାରୁ ଦୂରେଇ ଯିବା ଲାଗି ନେଇଥିବା ନିଷ୍ପତ୍ତି ଠିକ୍‌ ଥିଲା ବୋଲି ସଞ୍ଜୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଞ୍ଚ ଦିନ ମଧ୍ୟରେ କାହିଁକି ତରଳିଗଲେ ବାବା ବର୍ଫାନି? ଏକ୍ସପର୍ଟ କହିଲେ ଏହାର କାରଣ

ଶ୍ରୀନଗର,୮।୭: ପବିତ୍ର ଅମରନାଥ ଗୁମ୍ଫାରେ ପ୍ରାକୃତିକ ଭାବରେ ଗଠିତ ବରଫ ଶିବଲିଙ୍ଗ ତୀର୍ଥଯାତ୍ରାର ପ୍ରଥମ ସପ୍ତାହ ମଧ୍ୟରେ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଉଭାନ ହୋଇଗଲା। ଜୁଲାଇ ୩…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ନୂତନ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ, କହିଲେ ଜଙ୍ଗଲ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା ସହ ନିୟମିତ…

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବନାଞ୍ଚଳରେ ନୂତନ ଭାବେ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ କାର୍ଯ୍ୟରେ ଯୋଗଦେବା ପରେ ବନାଞ୍ଚଳର…

ପୋଲିସ୍‌ରେ ୩୩ ହଜାର ପଦବୀ ଖାଲି: ବଡ଼ ସୂଚନା ଦେଲେ DGP

ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ…

କବାଟ ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା, ସିସିଟିଭିରେ ଲୁଟେରାଙ୍କ ଚେହେରା

ଡେରାବିଶ,୮ା୭(ବେବର୍ତ୍ତା ଅଜୟ ଦାସ): ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ପଞ୍ଚାୟତ ଫକୀରାବାଦ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ଦାଶଙ୍କ ପରିବାର ଘରେ ନ ଥିବାର ସୁଯୋଗ…

ପାହାଡ଼ରୁ ନିଖୋଜ ହୋଇଥିବା ୨ ଯୁବକ ୨୦ ଘଣ୍ଟା ପରେ ଉଦ୍ଧାର

ବରଗଡ଼,୮ା୭(ପ୍ରେମାନନ୍ଦ ଖମାରୀ/ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ରୁ ନିଖୋଜ ହୋଇଥିବା ୨ଯୁବକ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ସୁରକ୍ଷିତ ଉଦ୍ଧାର…

କୋଟିଆ ପଞ୍ଚାୟତରେ ଆନ୍ଧ୍ର ତହସିଲଦାର, SIR ସର୍ଭେକୁ ନେଇ…

ପଟାଙ୍ଗି,୮ା୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମଗୁଡିକରେ ପଡ଼ୋଶୀ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଅନୁପ୍ରବେଶ…

ଭିଜିଲାନ୍ସ ଜାଲରେ ରେଞ୍ଜର, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ ସ୍ଥାନରେ ଚଢାଉ

କେନ୍ଦ୍ରାପଡା, ୮।୭ (ଜଗନ୍ନାଥ ଧଳ): କଟକସ୍ଥ ଭିଜିଲାନ୍ସ ବିଭାଗ ସ୍ବତନ୍ତ୍ର ଜଜ୍‌ଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ରେଞ୍ଜର ରବିନ୍ଦ୍ର କୁମାର ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri