୨୦୨୪ରେ କେମିତି ରହିବ ଦୁନିଆ? ୧୦୦ବର୍ଷ ପୂର୍ବେ ଏହି ଖବରକାଗଜ କରିଥିଲା ଭବିଷ୍ୟବାଣୀ, ସତ ହୋଇଛି…

ଅଟାଓ୍ବା,୨୪।୧: ଏବେ ନୁହେଁ ବହୁବର୍ଷ ଧରି ଭବିଷ୍ୟତକୁ ନେଇ ବିଭିନ୍ନ ଭବିଷ୍ୟବାଣୀ କରାଯାଇଆସୁଛି। ଏଥିରୁ କିଛି ସତ ହୋଇଥାଏ ତ କିଛି ମିଛ। ନିକଟରେ ୧୦୦ବର୍ଷ ପୂର୍ବର ଏକ ଖବରକାଗଜର ଏକ କଟିଙ୍ଗ ଆର୍ଟିକିଲ୍‌ ଭାଇରାଲ ହୋଇଛି ଯେଉଁଥିରେ ୨୦୨୪ର ଜୀବନପ୍ରଣାଳୀ, ମାନବ ସଭ୍ୟତା କିପରି ରହିବ ଉଲ୍ଲେଖ କରାଯାଇଛି।
୧୯୨୪ରେ ଏକ ଖବରକାଗଜରେ ଏହି ଭବିଷ୍ୟବାଣୀ କରାଯାଇଥିଲା। ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କାନାଡାର କ୍ୟାଲଗରୀ ୟୁନିଭରସିଟିର ରିସର୍ଚ୍ଚର ପୋଲ ଫ୍ୟାରୀ ଏହି ଖବରକାଗଜର କଟିଂକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।

 अखबार की तस्वीरें वायरल (तस्वीर- @paulisci, X/Pexels)

ଏଥିରେ କୁହାଯାଇଛି କି, ୨୦୨୪ରେ ଘୋଡାଙ୍କ ସଂଖ୍ୟା ହ୍ରାସ ପାଇବ। ବଦଳରେ ବିଭିନ୍ନ ପ୍ରକାର ଗାଡି ଚାଲିବ। ଗାଡି ସଂଖ୍ୟା ବହୁଳ ମାତ୍ରାରେ ବୃଦ୍ଧି ପାଇବ। ରେଡିଓ ବଦଳରେ ପୋଡକାଷ୍ଟର ଚାହିଦା ବଢିବ। ସେତେବେଳେ ତାହା ଲୋକପ୍ରିୟ ହେବ। ଏହି କ୍ରମରେ ଲୋକଙ୍କର ଆୟୁଷ ୧୦୦ବର୍ଷ ଯାଏଁ ରହିବ। ଏଥିସହ ୭୫ବର୍ଷିୟ ବ୍ୟକ୍ତିଙ୍କୁ ଯୁବକ ବୋଲି କୁହାଯିବ। ସେହପରି ୨୦୨୪ରେ ସବୁଠି ୧୦୦ମହଲା ବିଶିଷ୍ଟ ଫ୍ଲାଟ ଦେଖାଯିବ। ଫ୍ୟାମିଲି ଆଲବମ ବଦଳରେ ଭିଡିଓ ଲୋକପ୍ରିୟ ହେବ। ଲୋକ ଅନ୍ୟ ଗ୍ରହକୁ ସହଜରେ ପହଞ୍ଚିପାରିବେ।

 अखबार की तस्वीरें वायरल (तस्वीर- @paulisci, X/Pexels)
ତେବେ ୧୦୦ବର୍ଷର ଏହି ଆର୍ଟିକିଲ ଅନୁସାରେ ପ୍ରତିଟି କଥା ସତ ହୋଇଥିବା ଦେଖିବାକୁ ମିଳୁଥିବାବେଳେ କେତୋଟି କଥା ଏପର୍ଯ୍ୟନ୍ତ ସତ ହୋଇନାହିଁ। ଯେପରି, ଫିଲ୍ମ, ଦୁନିଆରେ ଶାନ୍ତି ଆଣିବ। ହଲିଉଡ ଏକ ୟୁନିର୍ଭସାଲ ଭାଷା ଆଣିବ। ଏବଂ ଦୁନିଆରେ ଯୁଦ୍ଧ ସମାପ୍ତ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri