Posted inଜାତୀୟ

ଗିନିଜ୍‌ ବୁକ୍‌ରେ ୨୦୧୮ ବାଘ ଗଣନା

ନୂଆଦିଲ୍ଲୀ,୧୨ା୭(ପି.ଟି.): ୨୦୧୮ରେ ଭାରତରେ ହୋଇଥିବା ବାଘଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇଛି। ବାଘ ଠାବ କରିବା ପାଇଁ ହୋଇଥିବା ସର୍ଭେ ବେଳେ ବିଶ୍ୱର ସର୍ବାଧିକ କ୍ୟାମେରା ବ୍ୟବହାର କରାଯାଇଥିଲା। ସର୍ବଭାରତୀୟ ବାଘ ଆକଳନ ୨୦୧୮ର ଚତୁର୍ଥ ଚକ୍ର ଅନୁଯାୟୀ ଦେଶରେ ୨,୯୬୭ ବାଘ ରହିଛନ୍ତି, ଯାହା କି ବିଶ୍ୱ ବାଘ ସଂଖ୍ୟାର ୭୫ ପ୍ରତିଶତ। ଗତବର୍ଷ ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉକ୍ତ ଫଳାଫଳ ଘୋଷଣା କରିଥିଲେ। ୨୦୦୬ ବାଘ ସଂଖ୍ୟାଠାରୁ ଏହା ଦୁଇଗୁଣରୁ ଅଧିକ।
ଭାରତର ବ୍ୟାଘ୍ର ଗଣନା ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଇବା ଏକ ବଡ଼ ସଫଳତାର ମୁହୂର୍ତ୍ତ ବୋଲି କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଟୁଇଟ୍‌ କରିଛନ୍ତି। ଆତ୍ମନିର୍ଭର ଭାରତ ପାଇଁ ପ୍ରକୃତରେ ଏହା ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ବୋଲି ସେ କହିଛନ୍ତି। ଏହାର ୪ ବର୍ଷ ପୂର୍ବରୁ ପ୍ରଧାନମନ୍ତ୍ରୀ ‘ସଂକଳ୍ପ ସେ ସିଦ୍ଧି’ ଅଭିଯାନ ବେଳେ ବାଘ ସଂଖ୍ୟା ଦୁଇଗଣ କରିବା ପାଇଁ ରଖିଥିବା ଲକ୍ଷ୍ୟ ପୂରଣ ହୋଇପାରିଛି।
୨୦୧୮-୧୯ରେ ହୋଇଥିବା ବାଘ ଗଣନା ଉଭୟ ସମ୍ବଳ ଓ ତଥ୍ୟ ଏକାଠି କରିବା ଦୃଷ୍ଟିରୁ ଅତ୍ୟନ୍ତ ବିସ୍ତୃତ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି। ୧୪୧ଟି ବିଭିନ୍ନ ଜଙ୍ଗଲ ଅଞ୍ଚଳର ୨୬,୮୩୮ଟି ସ୍ଥାନରେ କ୍ୟାମେରା ଲଗାଯାଇଥିଲା। ଏହି କ୍ୟାମେରା ସହ ମୋଶନ ସେନ୍‌ସର ଲାଗିଥିବାରୁ ବାଘ ଗତିବିଧି ଉପରେ ପୂର୍ଣ୍ଣ ନଜର ରଖିପାରିଥିଲା। ମୋଟ ୧,୨୧,୩୩୭ ବର୍ଗ କିଲୋମିଟର ଅଞ୍ଚଳକୁ କ୍ୟାମେରା ନଜର ମଧ୍ୟରେ ରଖାଯାଇଥିଲା ଏବଂ ବନ୍ୟଜନ୍ତୁଙ୍କର ୩,୪୮,୫୮,୬୨୩ ଫଟୋ ଉଠାଯାଇଥିଲା। ସେଥିରୁ ୭୬,୬୫୧ ବାଘ ଫଟୋ ଥିବାବେଳେ ୫୧,୭୭୭ ଚିତାବାଘ ଏବଂ ଅବଶିଷ୍ଟ ଅନ୍ୟ ପ୍ରାଣୀଙ୍କ ଫଟୋ ଥିଲା। ଷ୍ଟ୍ରପ୍‌ ପାଟର୍ନ ରେକଗ୍‌ନାଇଜେଶନ ସଫ୍ଟଓ୍ବେର ବ୍ୟବହାର କରି ଉକ୍ତ ଫଟୋରୁ ଛୁଆଙ୍କୁ ବାଦ୍‌ ଦେଇ ୨,୪୬୧ ବାଘ ଚିହ୍ନଟ ହୋଇଥିଲେ।
୨୦୧୮ ଗଣନା ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ୫୨୬ ବାଘ ରହିଥିବାବେଳେ କର୍ନାଟକରେ ୫୨୪ ଓ ଉତ୍ତରାଖଣ୍ଡରେ ୪୪୨ ବାଘ ଚିହ୍ନଟ ହୋଇଥିଲେ। ଭାରତର ୫ଟି ଅଞ୍ଚଳ ବାଘମାନଙ୍କର ମୁଖ୍ୟ ବାସସ୍ଥାନ ହୋଇଆସିଛି। ସେଗୁଡ଼ିକ ହେଲା ଶିଭଲିକ୍‌ ଗାଙ୍ଗେୟ ସମତଳ ଅଞ୍ଚଳ, କେନ୍ଦ୍ରୀୟ ଭାରତ ଓ ପୂର୍ବଘାଟ, ପଶ୍ଚିମଘାଟ, ଉତ୍ତରପୂର୍ବ ପାର୍ବତ୍ୟାଞ୍ଚଳ ଓ ବ୍ରହ୍ମପୁତ୍ର ଅବବାହିକା ଏବଂ ସୁନ୍ଦରବନ। ଗଣନା ଅନୁଯାୟୀ ୪ଟି ରାଜ୍ୟରେ ୩୦୦ରୁ ଅଧିକ ବାଘ ରହିଛନ୍ତି। ସେହିପରି ୮ଟି ରାଜ୍ୟରେ ୧୫୦ରୁ ଅଧିକ ବାଘ ଅଛନ୍ତି। ୨୦୦୬ ତୁଳନାରେ କେରଳରେ ବାଘସଂଖ୍ୟାରେ ୩୧୩ ପ୍ରତିଶତ ବୃଦ୍ଧି ଘଟିଛି। ୮ ରାଜ୍ୟରେ ବାଘ ସଂଖ୍ୟା ଦୁଇଗୁଣ ବଢ଼ିଛି। ପରିତାପର ବିଷୟ, ବିଭିନ୍ନ ରାଜ୍ୟରେ ବାଘ ସଂଖ୍ୟା ବଢ଼ିଚାଲିଥିବାବେଳେ ଓଡ଼ିଶାରେ ତାହା ହ୍ରାସ ପାଇଛି। ୨୦୦୬ରେ ଓଡ଼ିଶାରେ ୪୫ ବାଘ ଥିବାବେଳେ ୨୦୧୮ ବେଳକୁ ତାହା ୨୮କୁ ଖସିଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଲକିଲାରେ କୁନି ପିଲାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୧୫।୮: କରୋନା କାଳରେ ଦେଶରେ ୭୪ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ସାଢ଼େ ୭ଟାରେ ଲାଲକିଲାରେ ପହଞ୍ଚି ପତାକା...

ମାଲ୍ୟା-ନୀରବ-ଚୋକ୍‌ସି ମାମଲାରେ ୧୮,୧୭୦ କୋଟି ସମ୍ପତ୍ତି ଜବତ…

ନୂଆଦିଲ୍ଲୀ,୨୩।୬: ବିଜୟ ମାଲ୍ୟା, ନୀରବ ମୋଦି ଏବଂ ମେହୁଲ ଚୋକ୍‌ସି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ୮୦.୪୫ ପ୍ରତିଶତ ସମ୍ପତ୍ତି ଜବତ କରାଯାଇଛି। ଏହାର...

ଅସ୍ଥାୟୀ ଜେଲ୍‌ରେ ପରିବର୍ତ୍ତନ ହେବ ନାହିଁ ଷ୍ଟାଡିୟମ୍‌: ପୋଲିସର ଦାବିକୁ ପ୍ରତ୍ୟାଖ୍ୟାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୭।୧୧: ଦିଲ୍ଲୀ ପୋଲିସକୁ କେଜରିଓ୍ବାଲ ସରକାରଙ୍କ ପକ୍ଷରୁ ଏକ ଝଟ୍‌କା ମିଳିଛ। ୯ଟି ଷ୍ଟାଡିୟମ୍‌କୁ ଅସ୍ଥାୟୀ ଜେଲ୍‌ରେ ପରିଣତ କରିବା ପାଇଁ ପୋଲିସ କରିଥିବା ଦାବିକୁ...

ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ ଦେବ ଏଏପି

ନୂଆଦିଲ୍ଲୀ,୩।୮: ଆସନ୍ତା ଉପରାଷ୍ଟ୍ରପତି ନିର୍ବାଚନରେ ଅରବିନ୍ଦ କେଜ୍‌ରିୱାଲଙ୍କ ଆମ ଆଦମୀ ପାର୍ଟି (ଏଏପି) ବିରୋଧୀ ଦଳର ପ୍ରାର୍ଥୀ ମାର୍ଗାରେଟ୍‌ ଆଲ୍‌ଭାଙ୍କୁ ସମର୍ଥନ କରିବ। ପାର୍ଟି ବୈଠକ...

ଦିଲ୍ଲୀରେ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ,୫।୧୨: ଦିଲ୍ଲୀରେ ପ୍ରଥମ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେ ତାଞ୍ଜାନିଆରୁ ଫେରିଥିବା କୁହାଯାଉଛି। ଏନେଇ ଦିଲ୍ଲୀ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ...

କରୋନା ଭାଇରସ ମୁକାବିଲା ପାଇଁ କେରଳ ଜେଲରେ ଖୋଲିଲା ସ୍ବତନ୍ତ୍ର ସେଲ

ଥିରୁଭାନନ୍ତପୁରମ,୧୦।୩: କେରଳରେ କୋଭିଡ-୧୯ ପଜିଟିଭ ଥିବା ୬ ଜଣଙ୍କୁ ସୋମବାର ଚିହ୍ନଟ କରାଯାଇଥିବା ବେଳେ ଏବେ ଏହାକୁ ନେଇ ସରକାର ସତର୍କ ହୋଇଯାଇଛନ୍ତି। ଏହାକୁ ଦୃଷ୍ଟିରେ...

ସିଏଏ ବିରୋଧୀଙ୍କୁ ଭାଜପା ବିଧାୟକଙ୍କ ଧମକ: ହିଂସାକାଣ୍ଡ ଭିଆଇଲେ ଚମଡ଼ା ଉତାରି ଦିଆଯିବ

ଗାଜିଆବାଦ,୨୦।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଭାଜପା ନେତା ବିଭିନ୍ନ ସମୟରେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶର ଭାଜପା ବିଧାୟକ ସିଏଏ ବିରୋଧୀଙ୍କୁ...

ଅମ୍ଫନ ପ୍ରଭାବରେ ଆସାମରେ ହୋଇପାରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୨୧।୫: ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ତାଣ୍ଡବ ରଚିବା ପରେ ଏବେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଶ୍ଚିମବଙ୍ଗ ଉପରେ ପଡିବ ନାହିଁ ବୋଲି କହିଛି ଭାରତୀୟ...

Advertisement
Archives

Model This Week