Posted inଜାତୀୟ

ଏକାଥରେ ୯ ଜଣଙ୍କୁ ଫାଶୀ

ନୂୂଆଦିଲ୍ଲୀ,୫।୩ : ବିହାରର ଗୋପାଳଗଞ୍ଜ ଜିଲାରେ ୨୦୧୬ରେ ଘଟିଥିବା ମଦ ମୃତ୍ୟୁ ମାମଲାରେ ସ୍ବତନ୍ତ୍ର ଅବକାରୀ କୋର୍ଟ ୯ ଜଣଙ୍କୁ ଫାଶି ଦଣ୍ଡ ଦେଇଛନ୍ତି। ସମାନ ମାମଲାରେ ୪ ଜଣ ମହିଳାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇ ଥିବାବେଳେ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନ ମଧ୍ୟ କରାଯାଇଛି। ଗତ ଫେବୃୟାରୀ ୨୬ ତାରିଖରେ ହୋଇଥିବା ମାମଲାର ଶୁଣାଣିରେ ୧୩ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଫାଶି ଦଣ୍ଡ ପାଇଥିବା ୯ ଜଣ ଗୋଟିଏ ହିଁ ପରିବରର।

୨୦୧୬, ଅଗଷ୍ଟରେ ବିହାରର ଗୋପାଳଗଞ୍ଜ ଜିଲାର ଖଜୁରବାନି ଅଞ୍ଚଳରେ ଅପମିଶ୍ରିତ ମଦ କାରଣରୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ଦୃଷ୍ଟି ଶକ୍ତି ହରାଇଥିଲେ ଦୁଇ ଜଣ।

ଉଲ୍ଲେଖଯୋଗ୍ୟ, ସେହି ବର୍ଷ ହିଁ ମଦ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟରେ ମଦ ବ୍ୟାନ ହେବା ପରେ ଏହା ଥିଲା ବିହାରର ସବୁଠୁ ବଡ଼ ଅପମିଶ୍ରିତ ମଦ ମୃତ୍ୟୁ ଘଟଣା। ଏହା ସାମ୍ନାକୁ ଆସିବା ପରେ ଖଜୁରବାନି ଅଞ୍ଚଳରେ ବ୍ୟାପକ ଚଢ଼ାଉ କରାଯାଇ ୫୦୦ ଲିଟର ମଦ ଜବତ କରାଯାଇଥିଲା। ଏହି ଘଟଣାରେ ୩ ଏସ୍‌ଆଇଙ୍କ ସମେତ ୨୧ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିଥିଲେ ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନେତୃତ୍ୱାଧୀନ ସରକାର।


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶରେ ୩ କରୋନା ସଂକ୍ରମିତ ରୋଗୀ: ବାତିଲ ହେଲା ମୋଦିଙ୍କ ଗସ୍ତ

ନୂଆଦିଲ୍ଲୀ,୯।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସପ୍ତାହରେ ଢାକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ସେଠାରେ ୩ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା...

ରାହୁଲ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ନେବି ସନ୍ୟାସ: ହରିଶ୍‌ ରାଓ୍ବତ

ଡେରାଡୁନ୍‌,୨୩।୧୧: ଦେଶରେ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ରାଜନୀତିରୁ ସନ୍ୟାସ ନେବାକୁ କଂଗ୍ରେସ ନେତା ହରିଶ୍‌...

ହସ୍ପିଟାଲରେ ବେଡ୍‌-ଅକ୍ସିଜେନ୍‌ ନାହିଁ: ଶ୍ମଶାନରେ କାଠ ଅଭାବ…

ନୋଏଡା,୧୬।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ଆକ୍ରାନ୍ତଙ୍କ ଲାଗି ହସ୍ପିଟାଲରେ ବେଡ୍‌ର ଅଭାବ ଦେଖାଦେଇଛି। ସେହିପରି ଅକ୍ସିଜେନ୍‌...

ମାର୍ଚ୍ଚରେ ୫୦ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ,୧୫।୨: ମାର୍ଚ୍ଚ ମାସରୁ ୫୦ ବର୍ଷ ବୟଷରୁ ଊର୍ଦ୍ଧ୍ୱ ନାଗରିକଙ୍କୁ କରୋନା ଟିକାକରଣ କରାଯିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଘୋଷଣା କରିଛନ୍ତି।...

୧୨ ରାଜ୍ୟରେ ୫୧ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ …

ନୂଆଦିଲ୍ଲୀ,୨୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ପରେ ଏବେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଯୋଗୁ ପୁଣି ବିପଦ...

ନାଳରେ ପଡିଥିଲା ନବଜାତ ଶିଶୁକନ୍ୟା, କୋଳେଇ ନେଲେ ପୋଲିସ

ଲକ୍ଷ୍ନୌ,୨୫।୮:ପୁଣି ଅଲୋଡା ହେଲା ଶିଶୁକନ୍ୟା। ଉତ୍ତରପ୍ରଦେଶର ବୁଦାଉ ଜିଲାରେ ଥିବା ଏକ ନାଳରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି ଜଣେ ପୋଲିସ କର୍ମଚାରୀ। ତୁରନ୍ତ ଶିଶୁଟିକୁ...

ବଢୁଛି ଡେଲ୍ଟା ପ୍ଲସ ଭାରିଏଣ୍ଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୨ ।୭: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଥରହର କରୁଥିବା ବେଳେ ଦିନକୁ ଦିନ ଏହାର ନୂଆ ଭାରିଏଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇ ସାରିଲାଣି...

ବନ୍ଦେ ଭାରତ ଟ୍ରେନ୍‌ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…

ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ...

Advertisement
Archives

Model This Week