୨ ମାସରେ ଧରିଲେଣି ୨୦୦ ସାପ

କେନ୍ଦୁଝର,୨୩ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଢେଙ୍କିକୋଟ ମୁସଲିମ ସାହିର ସାପ ଧରାଳି ଅବଦୁଲ ନାଦିର ଅନ୍‌ସାରୀ(୨୪)। ଅଞ୍ଚଳରେ ସାପ ମଣିଷ ଭାବେ ପରିଚୟ ଲାଭ କରିଥିବା ଏହି ଯୁବକ ଗତ ୨ ମାସ ମଧ୍ୟରେ ୨ ଶହରୁ ଊର୍ଦ୍ଧ୍ୱ ସାପ ଧରିଲେଣି। ଲୋକଙ୍କ ଘରବାଡ଼ିରେ ସାପ ବାହାରିଲେ ସର୍ବଦା ତାଙ୍କୁ ଖୋଜାପଡ଼େ। ବିଶେଷ କରି ବର୍ଷାଦିନେ ଜଙ୍ଗଲ ଘେରା କେନ୍ଦୁଝର ଜିଲାରେ ସାପ କାମୁଡ଼ାରେ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି। ଘଟଗଁା ଅଞ୍ଚଳରେ ମଧ୍ୟ ପ୍ରାୟତଃ ସାପ କାମୁଡ଼ା ମାମଲା ଆସୁଛି। ଏ ନେଇ ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚତ୍ ସାପ ଉଦ୍ଧାର କରିଥାନ୍ତି। ଏନେଇ କୌଣସି ପାରିଶ୍ରମିକ ମିଳୁ ନ ଥିଲେ ମଧ୍ୟ ନିଜର ଖୁସି ଓ ସେବା ମନୋବୃତ୍ତିରେ କରୁଥିବା ସେ କହିଛନ୍ତି।
ନାଦିର କହିଛନ୍ତି, ଅର୍ଥାଭାବରୁ ୬ଷ୍ଠରୁ ପାଠ ଛାଡ଼ି ଘରେ ରହିଥିଲେ। ୧୫ ବର୍ଷରୁ ସେ ସାପ ଧରିବା କୌଶଳ ଶିଖିଥିଲେ। ଏଥିପାଇଁ ଖଣ୍ଟଘର ଗ୍ରାମର ବବି ଭାଇ ସହାୟତା କରିଛନ୍ତି। ପ୍ରଥମେ ବିଷ ନ ଥିବା ସାପକୁ ଧରିବା କୌଶଳ ଶିଖିବା ପରେ ବିଷାକ୍ତ ସାପ ଧରିବା ଶିଖିଲେ। ସାପ କାହାର କ୍ଷତି କରେ ନାହିଁ। ନିଜର ପ୍ରତିରକ୍ଷା ପାଇଁ କାମୁଡ଼ିଦେଇଥାଏ। ଏଣୁ ସାପ ନ ମାରି ତାଙ୍କୁ ସୂଚିତ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଥାନ୍ତି। ଦିନରାତି ଯେ କୌଣସି ସମୟରେ ଖବର ମିଳିଲେ ଘଟଣାସ୍ଥଳରେ ପହଞ୍ଚତ୍ ସାପକୁ ଧରି ପାଖ ଜଙ୍ଗଲରେ ଛାଡ଼ି ଦିଅନ୍ତି। ପୂର୍ବରୁ ଅନେକ ସାପ ଧରିଥିବା ବେଳେ ଗତ ୨ ମାସରେ ଉକ୍ତ ଅଞ୍ଚଳରୁ ଗୋଖର, ଚିତି, ରଣା, ଡାଳୁଅ ନାଗ ଭଳି ବହୁ ବିଷାକ୍ତ ଓ ଅଜଗର, ଢମଣା ଭଳି ବିଷ ନ ଥିବା ୨ଶହରୁ ଊର୍ଦ୍ଧ୍ୱ ସାପ ଧରିଥିବା କୁହନ୍ତି। ସାପ ଧରିବା ସମୟରେ ସେ ବହୁ ଥର ସାପ କାମୁଡ଼ାର ଶିକାର ମଧ୍ୟ ହୋଇଥିବା କହିଛନ୍ତି। ଏଥିପାଇଁ ସେଭଳି କୌଣସି ପ୍ରଶାସନିକ ସ୍ତରରେ ସହାୟତା ଓ ସମ୍ମାନ ମିଳିନାହିଁ। ବେଳେ ବେଳେ କେତେଜଣ ଲୋକ ଖୁସିରେ କିଛି ଆର୍ଥିକ ସହାୟତା କରିଥାନ୍ତି। ଏଥିପାଇଁ ତାଙ୍କୁ ବିଭିନ୍ନ ସ୍ଥାନରୁ ଶୁଭେଚ୍ଛା ବାର୍ତ୍ତା ଆସିବା ସହ ବିଭିନ୍ନ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଘରେ ବାପା ଏମ୍‌ଡି ତହୁର ଅନସାରୀ, ଭାଇ ଅବଦୁଲ କାଦିର ଅନସାରୀ ଥିବା ବେଳେ ୧୦ ବର୍ଷ ବୟସରେ ମା’ଙ୍କୁ ହରାଇଥିବା କୁହନ୍ତି। ଭାଇ ଫୁଟ୍‌ପାଥରେ କପଡ଼ା ଦୋକାନ କରି ପରିବାର ଚଳାନ୍ତି। ସେ ଲୋକଙ୍କ ସେବା କରିବା ସହ ଭାଇଙ୍କୁ ବ୍ୟବସାୟରେ ସହଯୋଗ କରନ୍ତି। ଏଥିସହ ଏକ ନ୍ୟୁଜ୍‌ ପୋର୍ଟାଲ ଚ୍ୟାନେଲରେ ଖବରଦାତା ଭାବେ କାର୍ଯ୍ୟ କରୁଥିବା କହିଛନ୍ତି। ପ୍ରଶାସନିକ ସ୍ତରରେ ଯୁବକଙ୍କୁ ସହାୟତା ଦେବା ଉଚିତ ବୋଲି ସାମାଜିକ କର୍ମୀ ତପନ କୁମାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?