ଦୋଷୀଙ୍କୁ ୨୦ବର୍ଷ ଜେଲ

ବାରିପଦା ଅଫିସ,୭ା୧୨: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଦୁର୍ଗାଚରଣ ମିଶ୍ର ଏହାର ବିଚାର କରି ଦୋଷୀଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ୧୦ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୧ବର୍ଷ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବେତନଟୀ ଥାନା କଛିମବିଲା ଗ୍ରାମର ଦୁଲାଲ ସିଂ(୫୮) ା ମାମଲାର ବିବରଣୀ ଅନୁଯାୟୀ, ୨୦୧୯ ମେ ୨୦ରେ ଅଭିଯୁକ୍ତ ଦୁଲାଲ ଜଣେ ନାବାଳିକାଙ୍କୁ ଘରୁ ଡାକି ନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ। ମୁର୍ର୍ମୂଷୁ ଅବସ୍ଥାରେ ପୀଡ଼ିତା ଜଙ୍ଗଲରେ ପଡ଼ି ରହିଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ପ୍ରଥମେ ବେତନଟୀ ଓ ପରେ ବାରିପଦାସ୍ଥିତ ପିଆର୍‌ଏମ୍‌ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଏ ସଂକ୍ରାନ୍ତରେ ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ପୋକ୍‌ସୋ ଆକ୍ଟରେ ଏକ ମାମଲା(ନଂ. ୭୦/୧୯) ରୁଜୁକରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଥିଲା। ଉକ୍ତ ମାମଲାକୁ ସରକାରୀ ଆଇନଜୀବୀ ମନୋରଞ୍ଜନ ପଟ୍ଟନାୟକ ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ, ମାମଲାର ବିଚାର ସମୟରେ ପୀଡ଼ିତାଙ୍କର ମୃତ୍ୟୁ ଘଟିିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଘୋଷଣା ପରେ ଘରଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝୁଛି ବ୍ଲକ ପ୍ରଶାସନ

ଗଞ୍ଜାମ,୯ା୪(ଡି.ଏନ୍‌.ଏ.) : କରୋନା ପାଇଁ ସରକାର ଓ ଜିଲା ପ୍ରଶାସନ ଦିନରାତି ଏକ କରିସାରିଲେଣି। କରୋନା ସଂକ୍ରମଣ କିପରି ନ ବ୍ୟାପିବ ସେନେଇ ଜିଲା ପ୍ରଶାସନ...

ଜରି ବସ୍ତାରେ ଧାନ କିଣାକୁ ନେଇ ବିବାଦ

ପଦ୍ମପୁର,୨୦।୨(ଡି.ଏନ.ଏ.)-ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗଠାରେ ମହିଳା ମହାସଂଘ ପକ୍ଷରୁ ଗୋରାମାଟି ଓ ସାବରଙ୍ଗ ପଞ୍ଚାୟତର ଚାଷୀଙ୍କଠାରୁ ଧାନ କିଣା ଯାଉଛି। ପ୍ରଥମରୁ ଝୋଟ...

ହାଟଡିହୀ ଜନସମ୍ପର୍କ ପଦଯାତ୍ରାରେ ମନ୍ତ୍ରୀ

ହାଟଡିହୀ,୨୩।୧୦(ସ୍ବ.ପ୍ର.): ରାଜ୍ୟ କାରିଗରୀ ଓ ବୈଷୟିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରେମାନନ୍ଦ ନାୟକ ବୁଧବାର ହାଟଡିହୀ ବ୍ଲକର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି। ତାଙ୍କୁ ଛେନାପଦୀ, ଜଳକଳଙ୍ଗ,...

କୋଶଲୀ ଭାଷାକୁ ସାମ୍ବିଧାନିକ ସ୍ବୀକୃତି ନ ମିଳିଲେ ଆନ୍ଦୋଳନ

ବଲାଙ୍ଗୀର ଅଫିସ,୨୧।୨: କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ ପକ୍ଷରୁ ବଲାଙ୍ଗୀର ସାମ୍ବାଦିକ ଭବନରେ ସୋମବାର ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ବିଦ୍ୟାବାଚସ୍ପତି ଡ....

ଭବାନୀପାଟଣାରୁ ସେକ୍ସ ର଼୍ୟାକେଟ ଠାବ: ୪ ଦେହଜୀବୀ ଉଦ୍ଧାର, ୩ ଯୁବକ ଅଟକ

ଭବାନୀପାଟଣା, ୪।୧୨(ଡି.ଏନ୍‌.ଏ.): ଭବାନୀପାଟଣା ଟାଉନ୍‌ ଥାନା ପୋଲିସ ସ୍ଥାନୀୟ ନକଟିଗୁଡାରେ ଥିବା ଏକ ଘର ଉପରେ ଚଢ଼ାଉ କରି ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ସେଠାରୁ...

ଗ୍ରାହକଙ୍କ ନିରାପତ୍ତାକୁ ଦିଆଯାଉଛି ପ୍ରାଥମିକତା

ବାଲେଶ୍ୱର ଅଫିସ, ୧୯ ।୨ ବିଦ୍ୟୁତ ଆବଣ୍ଟନର ଦାୟିତ୍ୱ ନେଇ ଟାଟା ପାୱାର ନର୍ଦ୍ଦନ ଓଡ଼ିଶା ପ୍ରାଇଭେଟ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌) ଉତ୍ତରଓଡ଼ିଶାରେ ବିଦ୍ୟୁତ୍‌ ସଂସ୍କାର କ୍ଷେତ୍ରରେ...

ରାଜନୈତିକ ହିଂସା: ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, କରୁଆ...

ଆପଣ-ଶାଶୁ ଯେମିତି ଭଲରେ ଅଛନ୍ତି, ଆମକୁ ସେମିତି ରହିବାକୁ ଦିଅନ୍ତୁ: ତପସ୍ବିନୀ

ବ୍ରହ୍ମପୁର ଅଫିସ,୪।୧: ଯାହା ଚାହୁଁଥିଲେ ତାହା ହିଁ ହେଲା। ଦୀର୍ଘ ୪୪ ଦିନ ଧାରଣାରେ ବସିବା ପରେ ଛତ୍ରପୁର କୋର୍ଟଙ୍କ ରାୟ ତପସ୍ବିନୀ ଦାଶଙ୍କ ସପକ୍ଷରେ...

Advertisement
Archives

Model This Week