୨୦ବର୍ଷ ହେଲା ପୁଅର ଫେରିବା ବାଟକୁ ଅପେକ୍ଷା

ସିମୁଳିଆ, ୧୫ା୪(ଡି.ଏନ.ଏ.): ଦିନେ କିମ୍ବା ଦୁଇଦିନ ନୁହେଁ, ୨୦ବର୍ଷ ହେଲା ପୁଅର କିଛି ପତ୍ତା ନାହିଁ। ବିଭିନ୍ନ ମନ୍ଦିର, ସାଧକ, ଜ୍ୟୋତିଷଙ୍କ ନିକଟକୁ ବୁଝାବୁଝି ପାଇଁ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିସାରିଲେଣି। ସମସ୍ତଙ୍କଠାରୁ ଆଶ୍ୱାସନା ମିଳୁଛି । ତେବେ ପୁଅ ବଞ୍ଚିଛି, ନିଶ୍ଚୟ ଫେରିବ ବୋଲି ମନରେ ଆଶା ରଖିଛନ୍ତି ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବଙ୍ଗାଳପୁର ପଞ୍ଚାୟତ ଅଧୀନ ବଙ୍ଗାଳପୁର ଅଞ୍ଚଳର ୬୦ବର୍ଷୀୟା ମଲ୍ଲୀ ଜେନା। ।
ଜେନା ଓ ମଲ୍ଲୀ ଜେନାଙ୍କ ଦୁଇ ଝିଅ ଓ ଦୁଇ ପୁଅ। ଉମାକାନ୍ତ ହେଉଛନ୍ତି ବଡପୁଅ। ମଲ୍ଲୀ ଓ ସନାତନ ଚାଷକାମ କରି ଚଳନ୍ତି । ପରିବାର ଚଳାଇବା ପାଇଁ ମାତ୍ର ୧୭ବର୍ଷ ବୟସରେ ବଡପୁଅ ଉମାକାନ୍ତ ଘରୁ ଗୋଡକାଢି ପଡୋଶୀଙ୍କ ସହିତ ମୁମ୍ବାଇ ଯାଇଥିଲେ। ସେଠାରେ ଥାନେ ଅଞ୍ଚଳରେ ଥିବା ସିନ୍ଧୁଦୁର୍ଗା ହୋଟେଲରେ କାମ ଆରମ୍ଭ କରିଥିଲେ। ପରେ ଟଙ୍କା ପଠାଇ ସାନ ଭଉଣୀଙ୍କ ବିବାହ ସମ୍ପନ୍ନ କରାଇଥିଲେ। ଭଉଣୀ ବିବାହ ପରେ ଘରକୁ ଆସି ପୁଣି ମୁମ୍ବାଇ ଯିବା ପରେ ଗତ ୨୦ବର୍ଷ ହେଲା ଉମାକାନ୍ତଙ୍କ କୌଣସି ଖୋଜ ଖବର ନ ଥିବା କହିଛନ୍ତି ତାଙ୍କ ମା’ ମଲ୍ଲୀ । ଘରକୁ ଫୋନ ନାହିଁ କିମ୍ବା ପୁଅଠାରୁ ଘର ଚଳାଇବା ପାଇଁ ଟଙ୍କା ମଧ୍ୟ ଆସୁନାହିଁ । ସମ୍ପର୍କୀୟମାନଙ୍କୁ ପୁଅର ଖବର ନେବା ପାଇଁ ମଲ୍ଲୀ ବହୁତ ନେହୁରା ହୁଅନ୍ତି, ପ୍ରତ୍ୟେକ ଦିନ ସେ ପୁଅର ବାଟକୁ ଚାହିଁ ରହନ୍ତି। ତାଙ୍କ ପରିବାର ହରିଜନ ଶ୍ରେଣୀର ହୋଇଥିବାରୁ ପ୍ରଶାସନ କିମ୍ବା କେଉଁଠି କଣ ଆବେଦନ କରିବା ପାଇଁ ପଡିବ ତାହା ମଧ୍ୟ ତାଙ୍କୁ ଜଣାନାହିଁ। ପ୍ରଶାସନ ଏ ଦିଗରେ ସହାୟତା କରିବାକୁ ଉମାକାନ୍ତଙ୍କ ପରିବାର ଲୋକେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ଇନ୍‌ ଅଭିଷେକ ଆଉଟ! ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଦଳ ପାଇଁ ଆୟରଲ୍ୟାଣ୍ଡ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସମସ୍ତଙ୍କ ନଜର ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ, ଯିଏ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି…

ଭାଜପାକୁ ବଡ଼ ଧକ୍କା! କେରଳ ହାଇକୋର୍ଟଙ୍କ ଭର୍ତ୍ସନା ପରେ, ୧୯ ଭାଜପା କାଉନସିଲର ପୁନର୍ବାର ଶପଥ ନେଲେ

ଥିରୁଭାନନ୍ତପୁରମ,୨୫।୬: ଥିରୁଭାନନ୍ତପୁରମ ମ୍ୟୁନିସିପାଲ କର୍ପୋରେସନର ୧୯ ଜଣ ଭାରତୀୟ ଜନତା ପାର୍ଟି (ଭାଜପା) କାଉନସିଲର ବୁଧବାର (ଜୁନ ୨୪, ୨୦୨୬), ସେମାନଙ୍କର ପୂର୍ବ ଶପଥକୁ ଅବୈଧ ଘୋଷଣା…

ପାସପୋର୍ଟ ବିବାଦକୁ ନେଇ ଗର୍ଜିଲା କଂଗ୍ରେସ, ଗୋଗୋଇ ସରକାରଙ୍କ ଉପରେ ଉଠାଇଲେ ପ୍ରଶ୍ନ, ଖୁର୍ସିଦ କହିଲେ…

ନୂଆଦିଲ୍ଲୀ,୨୫।୬: ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ବିବେଚନା ନ କରାଯିବା ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କଂଗ୍ରେସ ନେତା ଗୌରବ ଗୋଗୋଇ ଏହି ପ୍ରସଙ୍ଗରେ…

ହାଇକୋର୍ଟଙ୍କ ବଡ଼ ରାୟ; ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି, ମନୋମାଳିନ୍ୟ…

କଟକ,୨୫।୬(ପ୍ରଭୁକଲ୍ୟାଣ ପାଲ): ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କହିଛନ୍ତି ଯେ ‘ ପତ୍ନୀ ସ୍ଵାମୀଙ୍କ ସମ୍ପତ୍ତି ନୁହନ୍ତି’। ବୈବାହିକ ମନୋମାଳିନ୍ୟ ଯୋଗୁ ଘର…

NCERT ଆଣିଲା ବଡ଼ ପରିବର୍ତ୍ତନ, ୯ମ ଶ୍ରେଣୀର ଛାତ୍ରୀଛାତ୍ରଙ୍କୁ ପଢ଼ାଯିବ ଜରୁରୀକାଳୀନ ପରିସ୍ଥିତି ବିଷୟରେ

ନୂଆଦିଲ୍ଲୀ,୨୫।୬: ଭାରତୀୟ ଗଣତନ୍ତ୍ରର ଏକ ଅନ୍ଧକାର ଅଧ୍ୟାୟ – ଏବେ ସ୍କୁଲଗୁଡ଼ିକରେ ୯ମ ଶ୍ରେଣୀରୁ ପଢ଼ାଯିବ। ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ୯ମ…

ଆଦିବାସୀ ନୃତ୍ୟରେ ଦୁଲୁକିଲା ଜନଜାତି ବୈଠକ, ସମ୍ୱର୍ଦ୍ଧିତ ହେଲେ ଛାତ୍ରୀ

ପାଟଣା,୨୫ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପରିସରରେ ଗୁରୁବାର ବ୍ଲକ ସ୍ତରୀୟ ଜନ ଜାତି ସମ୍ବାଦ ବୈଠକ ଅନୁଷ୍ଠିତ ହୋଇଥିଲା ।ଓଡିଶା ସରକାରଙ୍କ ୨ବର୍ଷ ପୂର୍ତ୍ତି…

କେନ୍ଦ୍ରୀୟ ବିଦ୍ୟାଳୟରେ ବିଦ୍ୟା ପ୍ରବେଶ ଉତ୍ସବ, ଛାତ୍ରୀଛାତ୍ରଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା…

ଭଞ୍ଜନଗର,୨୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟରେ ଗୁରୁବାର ପ୍ରଥମ ଶ୍ରେଣୀର ବିଦ୍ୟା ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ପ୍ରଦୀପ କମାନୁ…

ଭାଜପାର ମିଶନ ୨୦୨୭ ପାଇଁ ଟିମ୍‌ ପ୍ରସ୍ତୁତ

ଲକ୍ଷ୍ନୌ,୨୫।୬: ଭାରତୀୟ ଜନତା ପାର୍ଟି (ଭାଜପା)ର ଉତ୍ତର ପ୍ରଦେଶ ୟୁନିଟ ପାଇଁ ନୂତନ ଦଳ ଘୋଷଣା କରାଯାଇଛି। ୟୁପି ଭାଜପା ସଭାପତି ପଙ୍କଜ ଚୌଧୁରୀ ତାଙ୍କ ଦଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri