ଟ୍ରାଫିକ ଯୋଗୁ ବେଙ୍ଗାଲୁରୁରେ ପ୍ରତିବର୍ଷ କ୍ଷତି ହେଉଛି ୨୦ ହଜାର କୋଟି…

ବେଙ୍ଗାଲୁରୁ,୭।୮ : କର୍ନାଟକର ରାଜଧାନୀ ବାଙ୍ଗାଲୋର ଏହାର ବୈଷୟିକ ଶିଳ୍ପ ଏବଂ ଭିଡ଼ ପାଇଁ ଜଣାଶୁଣା । ଏ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି। ରିପୋର୍ଟରେ କୁହାଯାଇଛି ସହରକୁ ପ୍ରତିବର୍ଷ ପ୍ରାୟ ୨୦ ହଜାର କୋଟି କ୍ଷତି ସହିବାକୁ ପଡୁଛି। ଏହାର କାରଣ ହେଉଛି ଏଠାରେ ଥିବା ଜାମ ଟ୍ରାଫିକ। ଯେଉଁ କାରଣରୁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହୁଛନ୍ତି। ଏପରି ପରିସ୍ଥିତିରେ ସମୟ କେବଳ ନଷ୍ଟ ହୁଏ ନାହିଁ, ଇନ୍ଧନ ମଧ୍ୟ ଖର୍ଚ୍ଚ ହୁଏ ।

ଟ୍ରାଫିକ ବିଶେଷଜ୍ଞ ଏମ.ଏନ ଶ୍ରୀହରି ଏବଂ ତାଙ୍କ ଦଳଙ୍କ ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ ସଡକ ଯୋଜନା, ଫ୍ଲାଏଓଭର, ଟ୍ରାଫିକ ପରିଚାଳନା ଏବଂ ଭିତ୍ତିଭୂମି ଅଭାବ ସହ ଜଡିତ ସମସ୍ୟାଗୁଡିକ ଉପରେ ଦୃଷ୍ଟି ଦିଆଯାଇଥିଲା। ଅଧ୍ୟୟନରେ କୁହାଯାଇଛି ସହରରେ ୬୦ଟି ଫ୍ଲାଏଓଭର ଥାଇ ମଧ୍ୟ ପଥଚାରୀଙ୍କ ପାଇଁ ରାସ୍ତାରେ ସ୍ଥାନ ଅଭାବ, ସିଗନାଲରେ ଯାନବାହନ ଚଳାଚଳ ବନ୍ଦ ହେବା, ଦ୍ରୁତ ଗତିରେ ଯାନବାହନ ଚଳାଚଳ କରିବା ଦ୍ୱାରା, ୧୯,୭୨୫ କୋଟି ଟଙ୍କା କ୍ଷତିଗ୍ରସ୍ତ ହୋଇଛି। ଅଯଥା ଇନ୍ଧନ ଏବଂ ସମୟର ଅପଚୟ ହେଉଛି।

ରିପୋର୍ଟରେ କୁହାଯାଇଛି ଆଇଟି କ୍ଷେତ୍ରରେ ନିଯୁକ୍ତି ବୃଦ୍ଧି ଯୋଗୁ ଘର ଏବଂ ଶିକ୍ଷା ଭଳି ସମସ୍ତ ଆନୁଷଙ୍ଗିକ ସୁବିଧା ଏଠାରେ ବିକଶିତ ହୋଇଛି। ଏହା ସହିତ ଜନସଂଖ୍ୟାରେ ୧.୪୫ କୋଟି ବୃଦ୍ଧି ଘଟିଛି। କେବଳ ଏତିକି ନୁହେଁ କର୍ନାଟକର ରାଜଧାନୀରେ ପ୍ରାୟ ୧.୫ କୋଟି ଯାନ ବ୍ୟବହାର କରାଯାଉଛି।

ଏହା ସହିତ ସହରର ସମ୍ପ୍ରସାରଣ ଚଳିତ ବର୍ଷ ୮୮ ବର୍ଗ କିଲୋମିଟରରୁ ୯୮୬ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି ବୋଲି ରିପୋର୍ଟରେ କୁହାଯାଇଛି। ସହରର ସମ୍ପ୍ରସାରଣ ୧୧୦୦ ବର୍ଗ କିଲୋମିଟର ପର୍ଯ୍ୟନ୍ତ ହେବା ଉଚିତ ବୋଲି ଅନୁସନ୍ଧାନକାରୀଙ୍କ ଦ୍ୱାରା ପ୍ରସ୍ତାବ ଦିଆଯାଇଛି।

ଶ୍ରୀହରି ଏବଂ ତାଙ୍କ ଦଳ କହିଛନ୍ତି ସହରର ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜନସଂଖ୍ୟା ବୃଦ୍ଧି ସହିତ ଏଠାରେ ରୋଜଗାର ମଧ୍ୟ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ଜନସଂଖ୍ୟା ଏବଂ ରୋଜଗାରର ଆଶା କରାଯାଉଥିବା ଗତି ବିଦ୍ୟମାନ ଭିତ୍ତିଭୂମି ବିକାଶ ସହିତ ମେଳ ଖାଉ ନାହିଁ। ଏହି କାରଣରୁ ସହରକୁ ପ୍ରତିବର୍ଷ କୋଟି କୋଟି କ୍ଷତି ସହିବାକୁ ପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Chamoli Pipalkoti Tunnel Collapse: ସୁଡଙ୍ଗରେ ହଠାତ ପଶିଗଲା ପାଣି କାଦୁଅ, ଫସି ରହିଛନ୍ତି ୨୦ରୁ ଅଧିକ ଶ୍ରମିକ, ୧୦ ଜୀବିତ ଉଦ୍ଧାର

ଚାମୋଲି,୧୩।୮: ଉତ୍ତରାଖଣ୍ଡର ପର୍ବତମାଳାରେ ପ୍ରକୃତି ପୁଣିଥରେ ତା’ର ବିନାଶକାରୀ ଶକ୍ତି ପ୍ରଦର୍ଶନ କରିଛି। ଚାମୋଲିର ପିପଲକୋଟି ଅଞ୍ଚଳରେ ଏକ ପ୍ରମୁଖ ସୁଡ଼ଙ୍ଗ ପ୍ରକଳ୍ପ ସମୟରେ ଏକ ଦୁର୍ଘଟଣା…

ବିରୋଧୀଙ୍କ ହଟ୍ଟଗୋଳ, ସଂସଦ ଅଚଳ! ଲୋକ ସଭାରେ ୧୯% ଏବଂ ରାଜ୍ୟ ସଭାରେ ୩୯% କାର୍ଯ୍ୟ ସହିତ ମୌସୁମୀ ଅଧିବେଶନ ଶେଷ

ନୂଆଦିଲ୍ଲୀ,୧୩।୮: ଗୁରୁବାର (୧୩ ଅଗଷ୍ଟ, ୨୦୨୬) ଦିନ ଲୋକ ସଭା କାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଥିଲା। ମୌସୁମୀ ଅଧିବେଶନ ସମୟରେ, ଲୋକ ସଭାରେ ୧୯…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri