ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ କରିଛି। ୩ ପରିବହନକାରୀ ସଂସ୍ଥାର କର୍ମଚାରୀଙ୍କ ନିକଟରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ବଡ଼ବିଲ ପୋଲିସ କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି କରୁଥିଲା। ବଡ଼ବିଲରୁ ଭଦ୍ରାସାହି ଆଡ଼କୁ ଯାଉଥିବା ଏକ ବାଇକ୍‌କୁ ଅଟକାଇ ଯାଞ୍ଚ ବେଳେ ୭ ଲକ୍ଷ ଟଙ୍କା ମିିଳିଥିଲା। ସେହିପରି ସାଧୁସିଂ ହଟିଂ ଛକରେ ଠାକୁରାଣୀ ଅଭିମୁଖେ ଯାଉଥିବା ଏକ ବୋଲେରୋରେ ବସିଥିବା କର୍ମଚାରୀଙ୍କ ନିକଟରୁ ୮ ଲକ୍ଷ ଓ ଏକ ବାଇକ୍‌ରେ ଯାଉଥିବା କର୍ମଚାରୀଙ୍କ ନିକଟରୁୁ ୫ ଲକ୍ଷ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଜବତ ଟଙ୍କା ୩ ପରିବହନକାରୀ ସଂସ୍ଥା ଭଦ୍ରାସାହି ଅଞ୍ଚଳର ତ୍ରିଶକ୍ତି ଟ୍ରାନ୍ସପୋର୍ଟ, ବଡ଼ବିଲ ଅଞ୍ଚଳର ରାଧାକୃଷ୍ଣ ଟ୍ରାନ୍ସପୋର୍ଟ ଏବଂ କେନ୍ଦୁଝରର ସ୍ବପ୍ନେଶ୍ୱର ରୋଡ ଲାଇନ୍ସର ବୋଲି ଜଣାପଡ଼ିଛି। ପୋଲିସ ଜବତ ଟଙ୍କାକୁ କେନ୍ଦୁଝର ଜିଲା ମୁଖ୍ୟ କୋଷାଗାରକୁ ପଠାଇବା ସହ ଆୟକର ବିଭାଗକୁ ତଦନ୍ତ ନିମନ୍ତେ ସୂଚନା ଦେଇଛି। ତେବେ ତ୍ରିଶକ୍ତି ଟ୍ରାନ୍ସପୋର୍ଟର କର୍ମଚାରୀ ବଡ଼ବିଲ ଆକ୍ସିସ ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିବା ବେଳେ ଅନ୍ୟ ଦୁଇ ପରିବହନକାରୀ ସଂସ୍ଥା କେଉଁ ବ୍ୟାଙ୍କରୁ ଟଙ୍କା ଉଠାଣ କରିଥିଲେ ତାହା ଜଣାପଡିନାହିଁ ବୋଲି ଇନ୍ସପେକ୍ଟର ରମାକାନ୍ତ ମୁଦୁଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗାର ଦୁଇ ପଞ୍ଚାୟତକୁ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଭେଟି: ଉଦ୍‌ଘାଟିତ ହେଲା…

କେସିଙ୍ଗା,୧୯।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଦୁଇଟି ପଞ୍ଚାୟତକୁ ଗ୍ରାମ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ଭେଟି...

ପ୍ରେମ ଘଟଣାରୁ ଭଉଣୀ ସହ ଆସିଥିବା ଭାଇଙ୍କୁ ଡାକିନେଇ ଛୁରାମାଡ

ଖଲ୍ଲିକୋଟ,୧୯।୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା କହ୍ନେଇପୁର ରାହାଣଦେବୀ ଛକରେ ଦୁଇ ଯୁବକଙ୍କ ମଧ୍ୟରେ ଛୁରାମାଡ଼ ହୋଇଛି । ସୂଚନା ଅନୁଯାୟୀ, କହ୍ନେଇପୁର...

ଦାଦା-ପୁତୁରାଙ୍କ ହେବ ମିଳନ! ମହାରାଷ୍ଟ୍ର ରାଜନୀତି ପୁଣି ହଲଚଲ

ମୁମ୍ବାଇ,୧୯।୭: ପ୍ରାୟ ୨ ଦଶନ୍ଧି ପରେ ମହାରାଷ୍ଟ୍ରରେ ଠାକରେ ଭାଇମାନଙ୍କୁ ଏକାଠି ହେଉଥିବାର ଦେଖାଯାଉଛି। କଳ୍ପନାଜଳ୍ପନା ଆରମ୍ଭ ହୋଇଛି ଯେ, ଦାଦା-ପୁତୁରା ଅର୍ଥାତ୍‌ ଶରଦ ପାୱାର...

ଏସିଆ କପ ୨୦୨୫ ବୟକଟ କରିବ BCCI! ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୧୯।୭:ଏସିଆ କପ ୨୦୨୫ ଆୟୋଜନକୁ ନେଇ ସମସ୍ୟା ଦେଖାଦେଇଛି। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଏସୀୟ କ୍ରିକେଟ ପରିଷଦ (ACC)ର ବାର୍ଷିକ ବୈଠକ ସମ୍ପର୍କରେ...

ତିରୁପତି ମନ୍ଦିରରୁ ହଟିଲେ ୪ ଅଣହିନ୍ଦୁ କର୍ମଚାରୀ, ପଛରେ ରହିଛି ଏହି କାରଣ…

ଅମରାବତୀ,୧୯ା୭: ଆନ୍ଧ୍ରପ୍ରଦେଶର ତିରୁମାଲା ତିରୁପତି ଦେବସ୍ଥାନମ (TTD) ମନ୍ଦିର ଅନ୍ୟ ଧର୍ମ ପାଳନ କରୁଥିବା ଅଭିଯୋଗରେ ୪ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରିଛି। ଏହି କର୍ମଚାରୀମାନଙ୍କ...

ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇବା ଘଟଣା: ପହଞ୍ଚିଲେ ପୁରୀ ଏସ୍‌ପି, କହିଲେ ସ୍ପେଶାଲ ଟିମ୍‌ ଗଠନ କରାଯାଇ…

ପିପିଲି,୧୯ା୭: ପୁରୀ ଜିଲା ପିପିଲି ବଳଙ୍ଗାରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍‌ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା...

ଟିକା ନେଇ ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ଆସିଲା ତଦନ୍ତ ରିପୋର୍ଟ, ଟିକାକରଣ ନୁହେଁ, ଏହି କାରଣରୁ…

ଦାରିଙ୍ଗବାଡ଼ି,୧୯ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତ ପାଟାଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ୬ ଛାତ୍ରୀଛାତ୍ର ଅସୁସ୍ଥ ଘଟଣାରେ ରାଜ୍ୟ ସରକାର...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ: କୋର୍ଟ ନ ହେଲେ ଜାମିନ

ନୂଆଦିଲ୍ଲୀ,୧୯ା୭(ପି.ଟି.):ସ୍ବତନ୍ତ୍ର ଆଇନ ଅଧୀନରେ ଥିବା ମାମଲାଗୁଡ଼ିକ ପାଇଁ କୋର୍ଟ ସ୍ଥାପନ କରାଯାଇ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ଉଦ୍‌ବେଗ ପ୍ରକାଶ କରିବା ସହ କେନ୍ଦ୍ର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri