ଭତ୍ତା ପାଇଁ ୨୦ କି.ମି. ଆସିଲେ ଦିବ୍ୟାଙ୍ଗ

ଉଦଳା, ୧୮ା୬(ସନ୍ତୋଷ କୁମାର ବାଚ୍ଛିନୀ) ଦିବ୍ୟାଙ୍ଗମାନଙ୍କୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କରାଯାଇଛି। ମୁଖ୍ୟତଃ ଦିବ୍ୟାଙ୍ଗମାନଙ୍କୁ ପଞ୍ଚାୟତରେ ଭତ୍ତା ପ୍ରଦାନ କରାଯିବାକୁ ବ୍ୟବସ୍ଥା ରହିଛି। ହେଲେ ଭତ୍ତା ପାଇଁ ଜଣେ ଦିବ୍ୟାଙ୍ଗଙ୍କୁ ୨୦ କିଲୋମିଟର ଯିବାକୁ ପଡ଼ିଛି। ସକାଳ ୮ଟା ବେଳକୁ ପ୍ରବଳ ଖରା ସାଙ୍ଗକୁ ଅସହ୍ୟ ତାତି। ଏଭଳି ସ୍ଥିତିରେ ଘରୁ ବାହାରକୁ ଯିବା କଷ୍ଟକର ହୋଇଥିବା ବେଳେ ଦିବ୍ୟାଙ୍ଗ ଜଣକ ଭତ୍ତା ଆଣିବାକୁ ୨୦ କିଲୋମିଟର ଦୂର ବ୍ୟାଙ୍କକୁ ଯାଇଥିଲେ। ଦିବ୍ୟାଙ୍ଗ ହିତାଧିକାରୀ ଜଣକ ହେଲେ ଉଦଳା ବ୍ଲକ ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ଦଶରାପଦା ଗ୍ରାମର ଧିରାଇ ମୁର୍ମୁ।
ଭାବେ ଚାଲିବାକୁ ସକ୍ଷମ ନ ଥିବା ଧିରାଇ ଶନିବାର ଆଶାବାଡ଼ି ଧରି ଭତ୍ତା ଆଣିବାକୁ ବାହାରିଥିଲେ। ଘର ପାଖରୁ କିଛି ବାଟ ଚାଲି ଚାଲି ଯିବା ପରେ ଗାଡ଼ିରେ ଉଦଳା ପର୍ଯ୍ୟନ୍ତ ଯାଇଥିଲେ। ସେଠାରୁ ପ୍ରାୟ ଅଧା କିଲୋମିଟର ଚାଲି ଚାଲି ଯାଇ ବ୍ୟାଙ୍କରେ ପହଞ୍ଚତ୍ଥିଲେ। ଉଦଳା କଚେରୀ ପରିସର ଦେଇ ଗଲେ ଉକ୍ତ ବ୍ୟାଙ୍କ ପଡୁଥିବା ବେଳେ ଡହଡହ ଖରାରେ ଏତେ ଦୂରକୁ ଆସି ଥକି ପଡ଼ିଥିବା ଧିରାଇ ସେଠାରେ ଥିବା ଏକ ଗଛ ତଳେ ବସି ପଡ଼ିଥିଲେ। ତାଙ୍କ କହିବା ଅନୁଯାୟୀ, ସେ ମାସକୁ ୭ଶହ ଟଙ୍କା ଭତ୍ତା ପାଆନ୍ତି। କିନ୍ତୁ ଗତ ୩ ମାସ ହେବ ତାଙ୍କୁ ଭତ୍ତା ମିଳିନାହିଁ। ଏ ବାବଦରେ ସେ ବାରମ୍ବାର ଯାଇ ପଞ୍ଚାୟତ କାର୍ଯ୍ୟାଳୟରେ ପଚାରିଥିଲେ। ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଉଥିବା ପଞ୍ଚାୟତ ଅଧିକାରୀ କହିଥିଲେ। ନିଜର ଆର୍ଥତ୍କ ସ୍ଥିତି ସ୍ବଚ୍ଛଳ ନ ଥିବାବେଳେ ଭତ୍ତା ଟଙ୍କା ଭରସା। ଏଣୁ ଏଭଳି ଖରା ତାତିରେ ବି ଆଶାବାଡ଼ି ସାହାରା ନେଇ ବ୍ୟାଙ୍କକୁ ଯାଇ ଭତ୍ତା ଆଣିଛନ୍ତି। ଏହା ତାଙ୍କୁ ବହୁ କଷ୍ଟ ଦେଇଥିବା ସେ କହିଛନ୍ତି। ଏ ସମ୍ପର୍କରେ ବ୍ଲକ ଚେୟାରମ୍ୟାନ ମଞ୍ଜୁଲତା ବିଶ୍ୱାଳଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତ ଅଫିସ୍‌ ନିକଟରେ ଦିବ୍ୟାଙ୍ଗମାନଙ୍କୁ ଭତ୍ତା ଦିଆଯିବା କଥା। ଏଭଳି ଘଟଣା ନଜରକୁ ଆସିନାହିଁ। ତେବେ ଆସନ୍ତା ମାସଠାରୁ ତାଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri