୨୦ କୋଟି ଟଙ୍କା ବ୍ୟୟରେ ଦୁର୍ନୀତି

ନୟାଗଡ ଅଫିସ୍‌,୨୮ା୫: ପାନୀୟ ଜଳ ପ୍ରକଳ୍ପ ମରାମତି ନଁାରେ ଟାଏଡ ଫଣ୍ଡରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲା ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜିନ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ) ପକ୍ଷରୁ ଜିଲା ପରିଷଦ ବୈଠକରେ ଏନେଇ ତଥ୍ୟ ଦେବାରେ ସମୟ ଗଡାଇ ଚାଲିଥିବାରୁ ଅନୁଦାନ ଖର୍ଚ୍ଚରେ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ପୁଣି ଗତ ୨୬ରେ ଜିଲା ପରିଷଦ ବୈଠକରେ ଉଦ୍‌ବେଗ ଓ କ୍ଷୋଭ ପ୍ରକାଶ ପାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଉଠିଛି ।
ଟାଏଡ ଫଣ୍ଡରେ ଜିଲା ପରିଷଦ ପାଣ୍ଠି ଓ ସମିତି ପାଣ୍ଠି ଅନୁଦାନ ରହିଛି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ପ୍ରାୟ ୨୦ କୋଟି ଟଙ୍କା ଜିଲାରେ ଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ମରାମତିରେ ଖର୍ଚ୍ଚ ହୋଇଛି । ଜିଲାରେ ୪୯୩ ପାନୀୟ ଜଳ ପ୍ରକଳ୍ପ ରହିଥିବାରୁ ଏଥିରେ ଏହି ଟଙ୍କା ମରାମତିରେ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏନେଇ ନୟାଗଡ଼ର ସିଦ୍ଧେଶ୍ୱର ସାହୁ, ଗଣିଆର ସରସ୍ବତୀ ଦେଇ, ରଣପୁରର ସଦାଶିବ ସ୍ବାଇଁ କୁହନ୍ତି, ଅଚଳ ହେଉ ବା ସଚଳ ହେଉ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ମରାମତି ଦର୍ଶାଯାଇ ବହୁ କୋଟି ଟଙ୍କା ହଡପ କରାଯାଇଛି । ଗୋଟିଏ ପ୍ରକଳ୍ପରେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ଦେଖା ଯାଇଛି । ତେବେ ଜିଲାର ସମସ୍ତ ପ୍ରକଳ୍ପକୁ ହିସାବକୁ ନେଲେ ୫ ବର୍ଷରେ ୨୦ କୋଟି ଟଙ୍କାର ଦୁର୍ନୀତିକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ସେମାନେ କହିଛନ୍ତି। ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି କୁହନ୍ତି, ପାନୀୟ ଜଳ ପ୍ରକଳ୍ପ ମରାମତି ନଁାରେ ଟାଏଡ ଫଣ୍ଡରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ମିଳୁନି । ୨୦୧୭ରୁ ୨୦୨୨ ମଧ୍ୟରେ ଏହି ଅନୁଦାନରେ ବାଟମାରଣା ହୋଇଥିବା ଖବର ପାଇଲି। ଏଣୁ ମୁଁ ସେ ସମୟ ଗୃହରେ ଏହାର ହିସାବ ମାଗିଥିଲି । ପୁଣି ୨୦୨୩ ମେ ୨୬ରେ ହୋଇଥିବା ଜିଲା ପରିଷଦ ବୈଠକରେ ପୁଣି ତଥ୍ୟ ମାଗିଲି। ହେଲେ ତଥ୍ୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଦେଉ ନାହିଁ । ଏଥର ନିଜେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦେବେ ବୋଲି କହିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ନୟାଗଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର କର କୁହନ୍ତି, ଟାଏଡ ଫଣ୍ଡରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଜଣାନାହିଁ। ତେବେ ଏହାର ହିସାବ ରହିଛି । ଜିଲା ପରିଷଦ ସଭ୍ୟ ମାଗିଥିବା ତଥ୍ୟ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଅଚଳ ଥିଲେ ବି କୁହାଯାଉଛି ସଚଳ: ଜିଲାରେ ରହିଛି ୪୯୩ ପାନୀୟ ଜଳ ପ୍ରକଳ୍ପ । ଏଥିରୁ ଭାପୁର ବ୍ଲକରେ ୪୫, ଦଶପଲ୍ଲା ବ୍ଳକରେ ୬୪, ଗଣିଆ ବ୍ଳକରେ ୩୫, ଖଣ୍ଡପଡା ବ୍ଲକରେ ୪୩, ନୟାଗଡ଼ ବ୍ଳକରେ ୭୧, ନୂଆଗଁା ବ୍ଳକରେ ୭୪, ଓଡ଼ଗଁା ବ୍ଳକରେ ୯୪, ରଣପୁର ବ୍ଳକରେ ୬୭ ପ୍ରକଳ୍ପ ରହିଛି । ଏଥିରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅଚଳ ରହିଥିବାର ଅଭିଯୋଗ ହେଉଥିବାବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ସବୁ ପ୍ରକଳ୍ପ ସଚଳ ବୋଳି କୁହାଯାଉଛି । ନୂଆଗଁା ବ୍ଳକର ବାହାଡାଝୋଲା ପ୍ରକଳ୍ପ ହେଉ କି ସିଙ୍ଗାରପଲ୍ଲୀ ପାନୀୟ ଜଳ ପ୍ରକଳ୍ପ ହେଉ ଅଥବା ନୟାଗଡ଼ ବ୍ଳକର କାଳିକାପ୍ରସାଦ ପଞ୍ଚାୟତର ସିପାହି ଅସୁରଢ଼ିପା, ସେହିପରି ଖଣ୍ଡପଡ଼ା ବ୍ଳକର ଗିରିଡିପଲ୍ଲୀ ପ୍ରକଳ୍ପ ହେଉ ଅଧିକାଂଶ ଅଚଳ ହୋଇ ପଡି ରହିଛି । ତେବେ କାଗଜାତରେ ଏହା ସଚଳ ଦର୍ଶାଯାଇଛି । ଜିଲାରେ ସବୁ ପ୍ରକଳ୍ପ ସଚଳ ଥିବାରୁ ଅଚଳ ପ୍ରକଳ୍ପକୁ ଅନୁଧ୍ୟାନ କଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି । ଯାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

ରଘୁନନ୍ଦନଙ୍କୁ ଭେଟି ଆଶୀର୍ବାଦ ନେଲେ ସାରଦା

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଜିଲାର ବାଲିକୁଦା-ଏରସମା ବିଧାନସଭା ଆସନ ନିମନ୍ତେ ଯୁବନେତା ସାରଦା ପ୍ରସନ୍ନ ଜେନାଙ୍କ ଉପରେ ବିଜେଡି ଆସ୍ଥା ପ୍ରକଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri