୨୦ କୋଟି ଟଙ୍କା ବ୍ୟୟରେ ଦୁର୍ନୀତି

ନୟାଗଡ ଅଫିସ୍‌,୨୮ା୫: ପାନୀୟ ଜଳ ପ୍ରକଳ୍ପ ମରାମତି ନଁାରେ ଟାଏଡ ଫଣ୍ଡରେ ଖର୍ଚ୍ଚ ହୋଇଥିବା ୨୦ କୋଟି ଟଙ୍କାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ନୟାଗଡ଼ ଜିଲା ଆର୍‌ଡବ୍ଲୁଏସ୍‌ଏସ୍‌ ଡିଭିଜିନ (ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ) ପକ୍ଷରୁ ଜିଲା ପରିଷଦ ବୈଠକରେ ଏନେଇ ତଥ୍ୟ ଦେବାରେ ସମୟ ଗଡାଇ ଚାଲିଥିବାରୁ ଅନୁଦାନ ଖର୍ଚ୍ଚରେ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ପୁଣି ଗତ ୨୬ରେ ଜିଲା ପରିଷଦ ବୈଠକରେ ଉଦ୍‌ବେଗ ଓ କ୍ଷୋଭ ପ୍ରକାଶ ପାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଉଠିଛି ।
ଟାଏଡ ଫଣ୍ଡରେ ଜିଲା ପରିଷଦ ପାଣ୍ଠି ଓ ସମିତି ପାଣ୍ଠି ଅନୁଦାନ ରହିଛି। ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ପ୍ରାୟ ୨୦ କୋଟି ଟଙ୍କା ଜିଲାରେ ଥିବା ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ମରାମତିରେ ଖର୍ଚ୍ଚ ହୋଇଛି । ଜିଲାରେ ୪୯୩ ପାନୀୟ ଜଳ ପ୍ରକଳ୍ପ ରହିଥିବାରୁ ଏଥିରେ ଏହି ଟଙ୍କା ମରାମତିରେ ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏନେଇ ନୟାଗଡ଼ର ସିଦ୍ଧେଶ୍ୱର ସାହୁ, ଗଣିଆର ସରସ୍ବତୀ ଦେଇ, ରଣପୁରର ସଦାଶିବ ସ୍ବାଇଁ କୁହନ୍ତି, ଅଚଳ ହେଉ ବା ସଚଳ ହେଉ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ମରାମତି ଦର୍ଶାଯାଇ ବହୁ କୋଟି ଟଙ୍କା ହଡପ କରାଯାଇଛି । ଗୋଟିଏ ପ୍ରକଳ୍ପରେ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ ଦେଖା ଯାଇଛି । ତେବେ ଜିଲାର ସମସ୍ତ ପ୍ରକଳ୍ପକୁ ହିସାବକୁ ନେଲେ ୫ ବର୍ଷରେ ୨୦ କୋଟି ଟଙ୍କାର ଦୁର୍ନୀତିକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଏହାର ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ସେମାନେ କହିଛନ୍ତି। ଜିଲା ପରିଷଦ ସଭ୍ୟ ରାମେଶ୍ୱର ଶତପଥି କୁହନ୍ତି, ପାନୀୟ ଜଳ ପ୍ରକଳ୍ପ ମରାମତି ନଁାରେ ଟାଏଡ ଫଣ୍ଡରୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ମିଳୁନି । ୨୦୧୭ରୁ ୨୦୨୨ ମଧ୍ୟରେ ଏହି ଅନୁଦାନରେ ବାଟମାରଣା ହୋଇଥିବା ଖବର ପାଇଲି। ଏଣୁ ମୁଁ ସେ ସମୟ ଗୃହରେ ଏହାର ହିସାବ ମାଗିଥିଲି । ପୁଣି ୨୦୨୩ ମେ ୨୬ରେ ହୋଇଥିବା ଜିଲା ପରିଷଦ ବୈଠକରେ ପୁଣି ତଥ୍ୟ ମାଗିଲି। ହେଲେ ତଥ୍ୟ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ଦେଉ ନାହିଁ । ଏଥର ନିଜେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଦେବେ ବୋଲି କହିଛନ୍ତି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ନିର୍ବାହୀ ଯନ୍ତ୍ରୀ ଦାୟିତ୍ୱରେ ଥିବା ନୟାଗଡ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର ଅଧୀକ୍ଷଣ ଯନ୍ତ୍ରୀ ସରୋଜ କୁମାର କର କୁହନ୍ତି, ଟାଏଡ ଫଣ୍ଡରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଜଣାନାହିଁ। ତେବେ ଏହାର ହିସାବ ରହିଛି । ଜିଲା ପରିଷଦ ସଭ୍ୟ ମାଗିଥିବା ତଥ୍ୟ ଖୁବ୍‌ଶୀଘ୍ର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।
ଅଚଳ ଥିଲେ ବି କୁହାଯାଉଛି ସଚଳ: ଜିଲାରେ ରହିଛି ୪୯୩ ପାନୀୟ ଜଳ ପ୍ରକଳ୍ପ । ଏଥିରୁ ଭାପୁର ବ୍ଲକରେ ୪୫, ଦଶପଲ୍ଲା ବ୍ଳକରେ ୬୪, ଗଣିଆ ବ୍ଳକରେ ୩୫, ଖଣ୍ଡପଡା ବ୍ଲକରେ ୪୩, ନୟାଗଡ଼ ବ୍ଳକରେ ୭୧, ନୂଆଗଁା ବ୍ଳକରେ ୭୪, ଓଡ଼ଗଁା ବ୍ଳକରେ ୯୪, ରଣପୁର ବ୍ଳକରେ ୬୭ ପ୍ରକଳ୍ପ ରହିଛି । ଏଥିରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଅଚଳ ରହିଥିବାର ଅଭିଯୋଗ ହେଉଥିବାବେଳେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ପକ୍ଷରୁ ସବୁ ପ୍ରକଳ୍ପ ସଚଳ ବୋଳି କୁହାଯାଉଛି । ନୂଆଗଁା ବ୍ଳକର ବାହାଡାଝୋଲା ପ୍ରକଳ୍ପ ହେଉ କି ସିଙ୍ଗାରପଲ୍ଲୀ ପାନୀୟ ଜଳ ପ୍ରକଳ୍ପ ହେଉ ଅଥବା ନୟାଗଡ଼ ବ୍ଳକର କାଳିକାପ୍ରସାଦ ପଞ୍ଚାୟତର ସିପାହି ଅସୁରଢ଼ିପା, ସେହିପରି ଖଣ୍ଡପଡ଼ା ବ୍ଳକର ଗିରିଡିପଲ୍ଲୀ ପ୍ରକଳ୍ପ ହେଉ ଅଧିକାଂଶ ଅଚଳ ହୋଇ ପଡି ରହିଛି । ତେବେ କାଗଜାତରେ ଏହା ସଚଳ ଦର୍ଶାଯାଇଛି । ଜିଲାରେ ସବୁ ପ୍ରକଳ୍ପ ସଚଳ ଥିବାରୁ ଅଚଳ ପ୍ରକଳ୍ପକୁ ଅନୁଧ୍ୟାନ କଲେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡର କାର୍ଯ୍ୟ ସନ୍ଦେହ ଘେରକୁ ଆସିଛି । ଯାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?