୨ବର୍ଷ ହେଲା ସୋଲାର ଜଳ ପ୍ରକଳ୍ପ ଅଚଳ: ଅସୁବିଧାରେ ୭୫ ପରିବାର

ଥୁଆମୂଳ ରାମପୁର, ୪।୧୧(ଦୁର୍ଗା କୀର୍ତ୍ତି): ଦୀର୍ଘ ଦୁଇ ବର୍ଷ ହେବ ଅଚଳ ହୋଇପଡିଛି ସୋଲାର ଜଳ ଅମଳ ପ୍ରକଳ୍ପ। ବର୍ତ୍ତମାନ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସୋଲାର ପ୍ରକଳ୍ପରୁ ପାଣି ପାଉଥିବା ଗ୍ରାମବାସୀ। ଏମିତି ଏକ ପ୍ରକଳ୍ପ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ଗ୍ରାମପଞ୍ଚାୟତର ଏକ ଗାଁ ପୋଇଗୁଡ଼ାରେ। ଦୀର୍ଘ ଦଶନ୍ଧି ହେବ ଏଠି ଅଧିବାସୀ ଓ ହରିଜନ ସଂପ୍ରଦାୟର ପ୍ରାୟ ୭୫ ପରିବାର ବସବାସ କରି ରହି ଆସୁଛନ୍ତି। ଏମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ମାତ୍ର ୨ଟି ସଠିକ ଭାବରେ କାମ କରୁଥିବା ନଳକୂପ ରହିଛି l ଏଣୁ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୁର କରିବା ପାଇଁ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଥୁଆମୂଳ ରାମପୁର ବ୍ଲକ ପ୍ରଶାସନର ଜଳ ଓ ପରିମଳ ବିଭାଗ ଦ୍ୱାରା କିଛି ବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଏକ ସୋଲାର ପାଣିପମ୍ପ ସ୍ଥାପନ କରାଯାଇଥିଲା। ଏହି ପ୍ରକଳ୍ପଟି ପ୍ରାୟ କିଛି ମାସ ଠିକଠାକ ଚାଲିଲା କିନ୍ତୁ ବର୍ତ୍ତମାନ ପାଖାପାଖି ଦୁଇ ବର୍ଷ ହେଲା ପ୍ରକଳ୍ପଟି ଅଚଳ ହୋଇ ପଡିଛି।

ତେବେ ପ୍ରକଳ୍ପ ଅଚଳ ହେବା ପରେ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା ପ୍ରକଳ୍ପଟି ମରାମତି ହୋଇ ପାରିନାହିଁ। ଗ୍ରାମବାସୀଙ୍କ ଗଣମାଧ୍ୟମ ଆଗରେ କହିବା ଅନୁଯାୟୀ, ବସୁଧା ଯୋଜନାରେ ଉକ୍ତ ଗ୍ରାମକୁ ଅନ୍ତର୍ଭୁକ୍ତ କରିବା ଲୋଭ ଦେଖାଇ ଆଜି ପର୍ଯ୍ୟନ୍ତ ଖରାପ ପଡିରହିଥିବା ସୋଲାର ପାଣି ପମ୍ପକୁ ମରାମତି କରାଯାଉ ନାହିଁ।

ଏ ସମ୍ପର୍କରେ ଜଳ ପରିମଳ ବିଭାଗୀୟ ଅଧିକାରୀ ମନ୍ମଥ ମୁର୍ମୁ କହିଛନ୍ତି, ହଁ ମୁଁ ସେ ବିଷୟରେ ଅବଗତ ଅଛି। କିନ୍ତୁ ଯେଉଁ ସ୍ଥାନରେ ସୋଲାର ପମ୍ପ ଲାଗିଛି, ସେଠାରେ ପାଣି ସୋର୍ସର ଘୋର ଅଭାବ ରହିଛି। ସେଥିପାଇଁ ପାଣି ଟାଙ୍କିକୁ ଉଠି ପାରୁନାହିଁ। ଆମେ ନୂଆ ସୋର୍ସ ଖୋଲିବା ପାଇଁ ବ୍ୟବସ୍ଥା କଲେ ଉକ୍ତ ଗ୍ରାମର କିଛି ଲୋକ ବିରୋଧ କରୁଛନ୍ତି, ତଳ ପଡ଼ା ଲୋକ ଆମ ପଟେ ପାଣି ସୋର୍ସ ଖୋଲନ୍ତୁ ବୋଲି କହିଲେ ଉପର ପଡ଼ା ଲୋକ ଆମ ପଟେ ଖୋଲନ୍ତୁ ବୋଲି ଟଣାଓଟରା ହେଉଛନ୍ତି l ସେଥିପାଇଁ ଆମେ ମରାମତି କାମ ସ୍ଥଗିତ କରି ରଖିଛୁ। ଏସବୁ ସମାଧାନ ହେଲେ କାମ କରିବୁ ବୋଲି ପ୍ରତିକ୍ରିୟା ରଖିଲେ l ତେବେ ଦେଖିବାକୁ ବାକି ରହିଲା ଆଉ କିଛି ମାସ ପରେ ଗ୍ରୀଷ୍ମ ଋତୁ ଆସୁଛି ଖବର ପ୍ରସାର ପରେ ବିଭାଗୀୟ ଅଧିକାରୀ ସତରେ କଣ ପଦକ୍ଷେପ ନେଉଛନ୍ତି ନା ସେମିତି ଲୋକଙ୍କୁ ପାଣି ବୁନ୍ଦେ ପାଇଁ କଲବଲ କରିବେ ତାହା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…

ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ

ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?