ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ଚାଲିଗଲା ଜୀବନ

ବଇଣ୍ଡା,୨୮।୮(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ଥାନା ଧଉରାପାଲିରେ ଏକ ହୃଦୟବିଦାରକ ଘଟଣା ଘଟିଛି। ପାଇଖାନା ଟାଙ୍କିରେ ଶ୍ବାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଜଣ ହେଲେ ବଇଜା ଗ୍ରାମର ଆର୍ତତ୍ରାଣ ମିର୍ଦ୍ଧା ଏବଂ ବାମୁର ଗ୍ରାମରର ରୀନା ମହାର ବୋଲି ସୂଚନା ମିଳିଛି।
ଘଟଣାରୁ ଜଣାପଡିଛି ଯେ, ଓସ୍କାପାଲି ଅଞ୍ଚଳର ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଧଉରାପାଲି ଗ୍ରାମରେ ଜମି କିଣି ଘର ନିର୍ମାଣ କରୁଛନ୍ତି । ଏହି ଘର ନିର୍ମାଣ ଦାୟିତ୍ୱରେ ଥିବା ରାଜମିସ୍ତ୍ରୀ ଭାବରେ କାମ କରୁଥିବା ଆର୍ତ୍ତତ୍ରାଣଙ୍କୁ ଠିକା ଭାବରେ ଦିଆଯାଇଛି । ଘର ପାଖରେ ଏକ ପାଇଖାନା ଟାଙ୍କି ନିର୍ମାଣ କରାଯାଇଛି । ଉକ୍ତ ପାଇଖାନା ଟାଙ୍କିରେ ସେଟ୍ରିଙ୍ଗ ଖୋଲିବା ପାଇଁ ବୁଧବାର ସକାଳ ୮ଟାରେ ଆର୍ତ୍ତତ୍ରାଣଙ୍କ ସହ ମହିଳା ଶ୍ରମିକ ରୀନା ପାଇଖାନା ଟାଙ୍କି ଭିତରେ ପଶିଥିଲେ। ଅନ୍ୟ ଆଉ କିଛି ଶ୍ରମିକ ଘର କାମ କରୁଥିଲେ। ହେଲେ ଉଭୟ ୨ ଜଣ ପାଇଖାନା ଟାଙ୍କିରୁ ବର୍ଷା ଜଳ ଗୁଡିକ କାଢିବା ପାଇଁ ବ୍ୟବସ୍ଥା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ଦୀର୍ଘ ୧ ଘଣ୍ଟା ହେବ ଉକ୍ତ ଟାଙ୍କିରୁ ନ ବାହାରିବା ପରେ କିଛି ଶ୍ରମିକ ଓ ଅବସରପ୍ରାପ୍ତ ଶିକ୍ଷକଙ୍କର ସମ୍ପର୍କୀୟମାନେ ଯାଇ ଦେଇବାରୁ ଉଭୟ ଅଚେତ ଅବସ୍ଥାରେ ଉକ୍ତ ଟାଙ୍କିରେ ପଡିଥିଲେ।
ଏ ନେଇ ବାମୁର ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା। ଖବର ପାଇଁ ବାମୁର ଅଗ୍ନିଶମ ବିଭାଗର ଏକ ଟିମ ପହଞ୍ଚି ଉଭୟଙ୍କୁ ଅଚେତ ଅବସ୍ଥାରେ କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ କିଶୋରନଗର ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ଜଣାପଡିବା ପରେ କିଶୋରନଗର ଡାକ୍ତର ଖାନାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ କିଶୋରନଗର ତହସିଲଦାର ମନୋଜ କୁମାର ପ୍ରଧାନ, କିଶୋରନଗର ଆଇଆଇସି ବିଭୁତି ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ପରେ କିଶୋରନଗର ତହସିଲଦାର ରେଡ କ୍ରସରୁ ଉଭୟ ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ସାହାଯ୍ୟ ଯୋଗାଇ ଦେଇଛନ୍ତି । କିଶୋରନଗର ପୋଲିସ ଦୁଇଟି ମୃତଦେହ ଜବତ କରି ନମ୍ବର ୮/୨୦୨୪ ଓ ୯/୨୦୨୪ ରେ ଦୁଇଟି ଅପମୃତ ମାମଲା ରୁଜୁ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ, ଶୁଦ୍ଧ ପେଟ୍ରୋଲ କିଣ: ନିତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୭: ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

ରାଜଧାନୀର ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ରୁ ଅଧିକ ଲୋକ…

ନୂଆଦିଲ୍ଲୀ,୧୫।୭: ନୋଏଡାର ସେକ୍ଟର ୬୬ରେ ଏକ କୋଠାର ବେସମେଣ୍ଟରେ ପାର୍କିଂ ହୋଇଥିବା ଏକ ଇଲେକ୍ଟ୍ରିକ୍ ବାଇକ୍ ଜଳିବା ପରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିକାଣ୍ଡରେ ବର୍ତ୍ତମାନ…

ଖ୍ରୀଷ୍ଟିଆନ ପରିବାରକୁ ଜୀବନ୍ତ ଜାଳିଦେଇଥିବା ଦାରା ସିଂ କିଏ? ୨୬ ବର୍ଷ ଜେଲଦଣ୍ଡ ପରେ ଏବେ ଚର୍ଚ୍ଚାରେ, ବଜରଙ୍ଗ ଦଳ ସହ…

କେନ୍ଦୁଝର/ନୂଆଦିଲ୍ଲୀ,୧୫।୭: ଓଡ଼ିଶାର କେନ୍ଦୁଝର ଜିଲା ଜେଲ୍‌ରେ ବନ୍ଦୀ ଥିବା ରବୀନ୍ଦ୍ର ପାଲ ସିଂ ଓରଫ ଦାରା ସିଂ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଗତ ୨୬ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri