Odisha Elections 2024

କାଠ ପୋଲ ତିଆରି କଲେ ୨ ପଡ଼ାବାସୀ

ଭବାନୀପାଟଣା,୩।୭(ଉତ୍ତମ କୁମାର ଦାଶ): କଥାରେ ଅଛି ଏକତାର ବଳ ଆଗରେ ସବୁ କିଛି କାମ ସମ୍ଭବ ହୋଇପାରେ। ଏହା କଥାରେ ନୁହେଁ ବଂର କାମରେ କରି ଦେଖାଇଛନ୍ତି କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବକ୍ସିତୁଲସୀପାଲି ପଞ୍ଚୟତ ରଣପୁର ଗ୍ରାମର ୨ ପଡାବାସୀ। ଦୀର୍ଘ ବର୍ଷ ହେଲା ଏଠାରେ ଥିବା ମୁଖ୍ୟ କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ନେତା ଓ ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀଙ୍କୁ ରଣପୁର ଗ୍ରାମର ଯୋଜନାପଡା ଓ ଝାଙ୍କରପଡାବାସୀ ଗୁହାରୀ କରିଥିଲେ। ହେଲେ ସେମାନଙ୍କ ଏହି ସମସ୍ୟା ପ୍ରତି କେହି କର୍ଣ୍ଣପାତ କରି ନ ଥିଲେ। ଶେଷରେ ବାଧ୍ୟ ହୋଇ କେନାଲରେ ପୋଲ ନିର୍ମାଣ ପାଇଁ ୨ ପଡାବାସୀ ଅଣ୍ଟା ଭିଡିଥିଲେ। ୩ ଦିନ ୨ ପଡାବାସୀଙ୍କ ଅକ୍ଲାନ୍ତ ପରିଶ୍ରମ କରି କେନାଲ ଉପରେ ଗୋଟିଏ ନୁହେଁ ବଂର ୨ଟି କାଠ ପୋଲ ନିର୍ମାଣ କରି ନେତା ଓ ବିଭାଗୀୟ ଅଧିକାରୀଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ପ୍ରକାଶ ଯେ, ରଣୁପର ଗ୍ରାମକୁ ଲାଗି ଇନ୍ଦ୍ରାବତୀ ବାମ ଦକ୍ଷିଣ ମୁଖ୍ୟ କେନାଲ ଯାଇଛି। ଏହି କେନାଲର ଗୋଟିଏ ପଟରେ ଯୋଜନା ପଡା ରହିଥିବାବେଳେ ଅନ୍ୟପଟେ ଝାଙ୍କରପଡା ରହିଛି। ଯୋଜନାପଡାରେ ପ୍ରାୟ ୫ଶହ ଲୋକ ବାସ କରୁଥିବାବେଳେ କେନାଲ ଆରପାଟରେ ସେମାନଙ୍କ ୨ଶହରୁ ଊର୍ଦ୍ଧ୍ୱ ଏକର ଚାଷ ଜମି ରହିଛି। ଫଳରେ ପଡାବାସୀଙ୍କୁ ଚାଷ ପାଇଁ ମୁଖ୍ୟ କେନାଲ ଡେଇଁ ଯିବାକୁ ପଡିଥାଏ। ଖରାଦିନ ପଡାବାସୀଙ୍କୁ କୌଣସି ସମସ୍ୟା ହେଉ ନ ଥିବାବେଳେ ବର୍ଷା ଋତୁରେ ବିପଦ ସଙ୍କୁଳ ଭାବେ କେନାଲ ପାର ହୋଇ ଚାଷ ଜମିକୁ ଯାଇଥାନ୍ତି ପଡବାସୀ। ଏଠାକାର ଗରିବ ଲୋକମାନେ ସ୍ଥାନୀୟ ଘନା ଜଙ୍ଗଲ ଉପରେ ମଧ୍ୟ ନିର୍ଭର କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ସେହିପରି କେନାଲ ଆରପଟରେ ଥିବା ଝାକରପଡାରେ ୨୦ଟି ଆଦିବାସୀ ପରିବାର ରହୁଥିବାବେଳେ ସେମାନେ ମଧ୍ୟ ପଡାକୁ ମୁଖ୍ୟ କେନାଲ ଡେଇଁ ବିଭିନ୍ନ କାମ ପାଇଁ ଆସିଥାନ୍ତି। ତେବେ ବର୍ଷା ସମୟରେ ସେମାନେ ନାହଁି ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ବିଶେଷ କରି ଏଠାରେ ପଢୁଥିବା ସ୍କୁଲ ଓ ଅଙ୍ଗନୱାଡି ଛାତ୍ରୀଛାତ୍ର, ରୋଗୀ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସେମାନେ ବିପଦସଙ୍କୁଳ ଭାବେ କେନାଲ ପାର ହୋଇ ଆରପଟକୁ ଯାଇଥାନ୍ତି। କେନାଲର ଉପର ମୁଣ୍ଡରେ ଏକ ପୋଲ ରହିଛି। ତେବେ ଦୂରତା ହେତୁ ୨ ପଡାବାସୀ ଜରୁରୀ କାମ ନ ଥିଲେ ଏହି ପୋଲକୁ ବ୍ୟବହାର କରନ୍ତି ନାହଁି। ତେଣୁ ଯୋଜନାପଡା ଓ ଝାଙ୍କରପଡା ମଧ୍ୟରେ ଏକ ପୋଲ କରାଗଲେ ଏହି ୨ ପଡାବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଜବାଗଡ଼ ନଦୀଘାଟରେ ଡଙ୍ଗାବୁଡ଼ି ଘଟଣା: ଆଜି ଉଦ୍ଧାର ହେଲା ନିଖୋଜ ଯୁବକଙ୍କ ମୃତଦେହ

କୋରାପୁଟ,୧୮ା୫(ଅମିତାଭ ବେହେରା): କୋରାପୁଟ ଜିଲା ନନ୍ଦପୁର ବ୍ଲକର ବିଲାପୁଟ ପଞ୍ଚାୟତ ଜବାଗଡ଼ ନଦୀଘାଟରେ ଗତ ଗୁରବାର ଡଙ୍ଗାବୁଡି ଘଟଣାରେ ନିଖୋଜ ଥିବା ସୁକୁ ପ୍ରଧାନୀ (୩୫)ଙ୍କ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ...

୩୪ ନଂ ଜୋନ୍‌ରେ କେନ୍ଦ୍ର ସରକାରଙ୍କ ଗ୍ୟାରେଣ୍ଟିକୁ ନେଇ ପ୍ରାର୍ଥୀଙ୍କ ଭୋଟ୍‌ ଭିକ୍ଷା

ହାଟଡିହୀ,୧୮।୫(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକର ୩୪ନଂ ଜୋନ୍‌ ଅଧୀନ ୭ଟି ପଞ୍ଚାୟତରେ ଭାଜପା ପକ୍ଷରୁ ନିର୍ବାଚନୀ ପ୍ରଚାର କରାଯାଇଛି।...

ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ଗଞ୍ଜାମରେ ବଢୁଛି ନିର୍ବାଚନୀ ହିଂସା, ଅଧିକ ପୋଲିସ ଫୋର୍ସ ମୁତୟନ

ଛତ୍ରପୁର,୧୮ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ବଢୁଛି ନିର୍ବାଚନୀ ହିଂସା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଆସିକା ଲୋକ ସଭା ଅଧୀନ ୭ ବିଧାନସଭା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri