ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର/ପାଟଣା,୧୧ା୩(ସ୍ବ.ପ୍ର.): ମହାବଳ ବାଘର ଗତିବିଧି ନିରୀକ୍ଷଣ ପାଇଁ କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ଲଗାଯାଇଥିବା ୨ ଟ୍ରାପ୍‌ (ସିସିଟିଭି) କ୍ୟାମେରା ଚୋରି ହୋଇଯାଇଛି। ଦୁଇ କ୍ୟାମେରା ରୋହିଣୀଦୁମା ଜଙ୍ଗଲରେ ଲଗାଯାଇଥିଲା। ଚୋରି ପଛରେ ସ୍ଥାନୀୟ ଲୋକ କିମ୍ବା ଶିକାରୀଙ୍କ ହାତ ଥିବା ବନ ବିଭାଗ ସନ୍ଦେହ କରୁଛି। ଚୋରି ନେଇ ପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଡିଏଫ୍‌ଓ ଏଚ୍‌.ଡି.ଧନରାଜ କହିଛନ୍ତି।
ପ୍ରକାଶ ଯେ, କିଛି ମାସ ତଳେ ପାଟଣା ବନାଞ୍ଚଳ ଅନ୍ତର୍ଗତ ଉକ୍ତ ଗ୍ରାମ ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ରାସ୍ତାରୁ ମିଳିବା ପରେ ବାଘ ଆତଙ୍କ ଦେଖାଦେଇଥିଲା। କିନ୍ତୁ ବାଘ ଆକ୍ରମଣ ନୁହେଁ ଏହା ଏକ ହତ୍ୟାକାଣ୍ଡ ବୋଲି ବନ ବିଭାଗ କହି ଆସୁଥିଲା। ବ୍ୟବଚ୍ଛେଦ ରିପୋର୍ଟରେ କ’ଣ ବାହାରିଲା ତାହାର ଯାଞ୍ଚ କଲେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ମତପ୍ରକାଶ ପାଉଛି। ଅଭିଯୋଗ ପରେ କେନ୍ଦୁଝର ବନଖଣ୍ଡର ପାଟଣା ଓ ଘଟଗଁା ରେଞ୍ଜରେ ମହାବଳ ବାଘ ନିରୀକ୍ଷଣ ପାଇଁ ସମୁଦାୟ ୫୫ଟି ସିସିଟିଭି ବା ଟ୍ରାପ୍‌ କ୍ୟାମେରା ବିଭିନ୍ନ ଗଛରେ ଲଗାଯାଇଥିଲା। ସେଥି ମଧ୍ୟରୁ ଦୁଇ କ୍ୟାମେରା ମିଳୁ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଟ୍ରାପ୍‌ କ୍ୟାମେରା ଲାଗିବା ଫଳରେ ଅଟେଇ ଜଙ୍ଗଲରେ ଶିକାରୀମାନଙ୍କ ଚଳପ୍ରଚଳ ଉପରେ ଅଂକୁଶ ଲାଗିଛି। ଏଣୁ ଏହି ଚୋରି ପଛରେ ଶିକାରୀ କିମ୍ବା ସ୍ଥାନୀୟ ଲୋକଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ କିଛି ଦିନ ତଳେ ମହାବଳ ବାଘର ଏକ ଫଟୋକୁ ନେଇ ବନ ବିଭାଗ ପକ୍ଷରୁ ଘଟଗଁା ଅଞ୍ଚଳରେ ବାଘର ଉପସ୍ଥିତି ନେଇ ଦାବି କରାଯାଇଥିଲା। କିନ୍ତୁ ଅଦ୍ୟାବଧି ବାଘର ଉପସ୍ଥିତି ନେଇ କୌଣସି ସୂଚନା ମିଳୁନାହିଁ। ଏନେଇ ବନ ବିଭାଗ ଅଧିକ ସିସିଟିଭି କ୍ୟାମେରା ଲଗାଇଥିଲେ ହେଁ ବାଘର ଫଟୋ କୌଣସି କ୍ୟାମେରାରେ କଏଦ ହୋଇ ନ ଥିବା ସମସ୍ତଙ୍କୁ ଚକିତ କରିଛି। ଆଖପାଖ ଜଙ୍ଗଲରେ ବାଘର ଉପସ୍ଥିତିକୁ ନେଇ ସେଭଳି ପାରିପାର୍ଶ୍ୱିକ ପ୍ରମାଣ ଯଥା ଲୋକଙ୍କୁ ଆକ୍ରମଣ, ବାଘର ଗର୍ଜନ, ଗୋରୁ ବା ମଇଁଷିକୁ ଆକ୍ରମଣ ଆଦି ମଧ୍ୟ ମିଳୁନାହିଁ। ଏଣୁ ମହାବଳ ବାଘର ଉପସ୍ଥିତିର ସତ୍ୟତାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବାଘର କୌଣସି ଫଟୋ ଉତ୍ତୋଳନ ହୋଇ ନ ଥିବାରୁ ବାଘଟି ପୁଣି ନିଜ ବାସସ୍ଥାନକୁ ଚାଲିଯାଇଥାଇ ପାରେ ବୋଲି ବନ ବିଭାଗର ବରିଷ୍ଠ ଅଧିକାରୀମାନେ ଆଶଙ୍କା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri