Posted inଜାତୀୟ

୨ ଆତଙ୍କବାଦୀ ଗିରଫ, ୩ ହ୍ୟାଣ୍ଡ ଗ୍ରେନେଡ ସହିତ ଏକ ଲକ୍ଷ ଟଙ୍କା ଜବତ…

ଅମୃତସର,୧୭।୧୧ : ଅମୃତସର ପୋଲିସ ଆତଙ୍କବାଦୀ ନେଟୱାର୍କର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ପୋଲିସ ସେମାନଙ୍କ ପାଖରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ, ଏକ ଲକ୍ଷ ଟଙ୍କା ଏବଂ ଗୋଟିଏ କାର ଜବତ କରିଛି। ତେବେ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବରିଷ୍ଠ ପୋଲିସ ଅଧିକାରୀ କିଛି ପ୍ରକାଶ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଖୁବ ଶୀଘ୍ର ଡିଜିପି ଗୌରବ ଯାଦବ ଚଣ୍ଡିଗଡ଼ରେ ଏନେଇ ଏକ ଗଣମାଧ୍ୟମ ସମ୍ମିଳନୀ କରିପାରିବେ।

ଗିରଫ ଆତଙ୍କବାଦୀମାନେ ଫେରୋଜପୁର ଜିଲାର ବାରକେ ଗ୍ରାମର ପ୍ରକାଶ ସିଂ ଛଦ୍ମନାମ ମିଣ୍ଟୁ ଏବଂ ଫେରୋଜେପୁରର ସାଦର ପୋଲିସ ଷ୍ଟେଶନ ଅନ୍ତର୍ଗତ ଆଲିକେ ଗାଁର ବାସିନ୍ଦା ଅଙ୍ଗ୍ରେଜୀ ସିଂ ଛଦ୍ମନାମ ଗେଜା ବୋଲି ଜଣାପଡିଛି। ପୋଲିସକୁ ଗୁପ୍ତସୂଚନା ମିଳିଥିଲା ଯେ ଆତଙ୍କବଦାଦୀମାନେ ପଠାନକୋଟରୁ ଅମୃତସର ଆଡକୁ ଏକ କାରରେ ଆସୁଛନ୍ତି। ଗୁରୁବାର ସକାଳେ ମକବୁଲପୁରା ଅଞ୍ଚଳରେ ଅବରୋଧ କରି ପୋଲିସ ଗାଡି ଯାଞ୍ଚ ଆରମ୍ଭ କରିଥିଲା।

ଏହି ସମୟରେ ପଠାନକୋଟରୁ ଆସୁଥିବା ଏକ କାରକୁ ଅଟକାଇ ତଲାସୀ କରାଯାଇଥିଲା ଏବଂ କାରରୁ ତିନୋଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଥିଲା। ଏହା ବ୍ୟତୀତ ପୋଲିସ ସନ୍ଦିଗ୍ଧଙ୍କ ନିକଟରୁ ଏକ ଲକ୍ଷ ଟଙ୍କା ଜବତ କରିଛି। ପୋଲିସ ସନ୍ଦେହ କରୁଛି ଯେ ଅଭିଯୁକ୍ତମାନେ ଏହି ଗ୍ରେନେଡକୁ ଜମ୍ମୁ-କଶ୍ମୀରର କିଛି ଆତଙ୍କବାଦୀ ସଂଗଠନରୁ ଆଣିଛନ୍ତି। ଉଭୟଙ୍କୁ ଗିରଫ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅରବିନ୍ଦ କେଜରିଓ୍ବାଲ, କେ. କବିତାଙ୍କୁ କୋର୍ଟରୁ ମିଳିଲା ଝଟ୍‌କା

ନୂଆଦିଲ୍ଲୀ,୨୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଏକ୍ସାଇଜ ପଲିସି ସ୍କାମ ସହ ଜଡିତ ମନି ଲଣ୍ଡରିଂ...

ପତଞ୍ଜଳି ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୪: ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ମାମଲାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ଯୋଗ ଗୁରୁ ରାମଦେବ ଏବଂ ଆଚାର୍ଯ୍ୟ ବାଲକ୍ରିଷ୍ଣା ଉପସ୍ଥିତ ଥିଲେ।...

କଂଗ୍ରେସ ସମର୍ଥନରେ ପଚାର ମଇଦାନକୁ ଓହ୍ଲାଇଲେ ପୁଷ୍ପା! ଜାଣନ୍ତୁ ଭାଇରାଲ ଭିଡିଓର ସତ୍ୟତା

ନୂଆଦିଲ୍ଲୀ,୨୩।୪: କିଛି ଦିନ ଧରି ଭାରତରେ ଡିପ୍‌ଫେକ ସମସ୍ୟା ଗମ୍ଭୀର ହୋଇପଡ଼ିଛି। ଅନେକ ତାରକା ଡିପ୍‌ଫେକ ଭିଡିଓର ଶିକାର ହୋଉଛନ୍ତି ଏବଂ ଏହା ଏ ପର୍ଯ୍ୟନ୍ତ...

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ,୨୩/୪:ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ...

ଚାପରେ ଭୁଲ୍‌ ତଥ୍ୟ ଦେଉଛନ୍ତି ଜେଲ କର୍ତ୍ତୃପକ୍ଷ: କେଜ୍‌ରିଓ୍ବାଲଙ୍କ

ନୂଆଦିଲ୍ଲୀ,୨୩ା୪:ତିହାର ଜେଲ କର୍ତ୍ତୃପକ୍ଷ ଇନ୍‌ସୁଲିନ୍‌ ଯୋଗାଣକୁ ସ୍ଥଗିତ ରଖିଥିବା ଡାଇବେଟିସ୍‌ ଆକ୍ରାନ୍ତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଅଭିଯୋଗ କରିଛନ୍ତି। ସେମାନେ ଶାସକ ଭାଜପାର ଚାପରେ...

ଏଲ୍‌ଏଲ୍‌ବି ପାଠ୍ୟକ୍ରମ ୫ ବର୍ଷ ରହିବ

ନୂଆଦିଲ୍ଲୀ,୨୩ା୪: ଆଇନ ପେସାକୁ ପରିପକ୍ୱ ବ୍ୟକ୍ତିମାନେ ଆସିବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନ ଡିଗ୍ରୀ ପାଠ୍ୟକ୍ରମକୁ ୩ ବର୍ଷକୁ ହ୍ରାସ କରିବା...

ପଶ୍ଚିମବଙ୍ଗରେ ବେଆଇନ ନିଯୁକ୍ତି ରଦ୍ଦ

କୋଲକାତା,୨୩ା୪: ପଶ୍ଚିମବଙ୍ଗର ସରକାରୀ ତଥା ଅନୁଦାନପ୍ରାପ୍ତ ସ୍କୁଲ୍‌ଗୁଡ଼ିକ ପାଇଁ ୨୦୧୬ର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାକୁ କାଲ୍‌କାଟା ହାଇକୋର୍ଟ ସୋମବାର ରଦ୍ଦ କରିଦେଇଛନ୍ତି। ଫଳରେ ୨୫,୭୫୩ ଜଣ...

ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଏହି ଆସନରେ ଦେଲା ପ୍ରାର୍ଥୀ

ନୂଆଦିଲ୍ଲୀ,୨୨।୪: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସୋମବାର ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri