Posted inଅପରାଧ

ଜେଲ୍‌ ପାଚେରୀ ଡେଇଁ ପଳାଇଲେ ୨ କଏଦୀ; କମ୍ବଳ କାଟି ତିଆରି କରିଥିଲେ ରଶି

ଭୋପାଳ, ୧୩।୯: ମଧ୍ୟପ୍ରଦେଶର ଦେବାସ ଜେଲରୁ ୨ଜଣ ବିଚାରଧୀନ କଏଦୀ ଫେରାର୍‌ ହୋଇଯାଇଛନ୍ତି। ଏହି ଦୁଇଜଣ କଏଦୀ ଫେରାର୍‌ ହେବା ଲାଗି ପ୍ରଥମେ ପାଖରେ ଥିବା କମ୍ବଳ କାଟି ରଶି ତିଆରି କରିଥିଲେ। ଏହାପରେ ସେମାନେ ସେହି ରଶି ସହାୟତାରେ ଜେଲ୍‌ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ ବୋଲି ଜେଲ୍‌ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାର ଅତିରିକ୍ତ ପୋଲିସ ଅଧିକ୍ଷକ ସୂର୍ଯ୍ୟକାନ୍ତ ଶର୍ମା କହିଛନ୍ତି, ବାଗଲି ଉପ-କାରାଗାରର ୨ଜଣ ବିଚାରଧୀନ କଏଦୀ ମୁକେଶ (୩୨ ବର୍ଷ) ଓ ଛୋଟେ ଲାଲ୍‌ (୨୨) କମ୍ବଳ କାଟି ରଶି ତିଆରି କରିଥିଲେ। ଏହାପରେ ଶନିବାର ସନ୍ଧ୍ୟାରେ ଜେଲ୍‌ ପାଚେରୀ ଡେଇଁ ଫେରାର୍‌ ହୋଇଯାଇଥିଲେ। ମୁକେଶ ବେଆଇନ ମଦ ଚାଲାଣ ମାମଲାରେ ଅଗଷ୍ଟ ୨୧ରୁ ଜେଲ୍‌ରେ ଥିଲା। ସେହିଭଳି ଏକ ବଳାତ୍କାର ମାମଲାରେ ଛୋଟେ ଲାଲ୍‌ ୨୬ ଅଗଷ୍ଟରୁ ବିଚାରଧୀନ କଏଦୀ ଭାବେ ଏହି ଜେଲ୍‌ରେ ରହି ଆସୁଥିଲା। ଉଭୟଙ୍କୁ ଧରିବା ଲାଗି ପୋଲିସ ଅଲଗା ଅଲଗା ଟିମ୍‌ ପ୍ରସ୍ତୁତ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୦ ସେକେଣ୍ଡରେ ୪୦ ଲକ୍ଷ ଟଙ୍କାର ସୁନା ଚୋରି କରିଥିବା ଗ୍ୟାଙ୍ଗକୁ ଏନ୍‌କାଉଣ୍ଟର

ଆଲିଗଡ଼, ୧୬।୯: ଉତ୍ତର ପ୍ରଦେଶର ଆଲିଗଡ଼ରେ ୫ ଦିନ ତଳେ ଗୋଟିଏ ଅଳଙ୍କାର ଶୋରୁମ୍‌ରୁ ୪୦ ଲକ୍ଷ ଟଙ୍କାର ଗହଣା ଚୋରି କରିନେଇଥିବା ଗ୍ୟାଙ୍ଗକୁ ପୋଲିସ...

ବାଲିଅନ୍ତାରେ ଯୁବକଙ୍କୁ ଗୋଡ଼ାଇ ଖଣ୍ଡାରେ ହାଣିବା ଘଟଣା: ଅଭିଯୁକ୍ତ ବଡ଼ ଭାଇ ଗିରଫ, କେନାଲରୁ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା ଜବତ

ବାଲିଅନ୍ତା,୯।୬(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ପାହାଳ ଫାଣ୍ଡି ପଞ୍ଚମୁଖୀ ବିହାର ଆପାର୍ଟମେଣ୍ଟ ମୁଖ୍ୟ ଫାଟକ ନିକଟରେ ଶୁକ୍ରବାର ପ୍ରୀତମ କୁମାର ରାଉତରାୟ ନାମକ ଜଣେ ଯୁବକଙ୍କୁ ଗୋଡ଼ାଇ...

ହେଟେଲରେ ବଙ୍ଗୀୟ ଯୁବତୀଙ୍କୁ ମାରପିଟ୍‌, ୨ ଅଟକ

କଟକ ରୋଡ୍‌,୧୭।୧୨(ଡି.ଏନ୍‌.ଏ.): ରାଜଧାନୀର ଏକ ହୋଟେଲରେ ମଙ୍ଗଳବାର ଜଣେ ବଙ୍ଗୀୟ ଯୁବତୀଙ୍କୁ ଅସଦାଚରଣ ସହ ମାରପିଟ୍‌ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨ଜଣଙ୍କୁ...

ବିବାହିତା ମହିଳାଙ୍କୁ ଧରି ଫେରାର୍‌ ହୋଇ ଯାଇଥିଲେ ଶିକ୍ଷକ; ତାପରେ…

ବାରମେରା, ୧୭।୯: ରାଜସ୍ଥାନର ବାରମେରା ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନୁର୍‌ ଅହମ୍ମଦ ନାମକ ଜଣେ ସ୍କୁଲ ଶିକ୍ଷକ ଜଣେ ବିବାହିତା ମହିଳାଙ୍କୁ...

ଠେଙ୍ଗାରେ ପିଟିପିଟି ଜନ୍ମଦାତାଙ୍କ ଜୀବନ ନେଲେ ପୁଅ

ଦେବଗଡ଼,୨୩ା୮(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଠେଙ୍ଗା ମାଡ଼ରେ ଜନ୍ମଦାତାଙ୍କ ଜୀବନ ଯାଇଛି। ସୂଚନା ଅନୁଯାୟୀ, ଶନିବାର...

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ...

ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରେ କାଠମାଫିଆ ସକ୍ରିୟ: ଶାଳଗଣ୍ଡି ସହ ଟ୍ରାକ୍ଟର, କଟର ମେଶିନ ଜବତ କଲା ବନବିଭାଗ

ଛେଣ୍ଡିପଦା,୧୯।୧୦(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋଶଳା ବିଟ-୧ର ଜଳତାପ ଗ୍ରାମ ନିକଟସ୍ଥ ବ୍ରାହ୍ମଣବିଲ ସଂରକ୍ଷିତ ଜଙ୍ଗଲରୁ ୫ ଖଣ୍ଡ ଶାଳଗଣ୍ଡି ସହିତ ଟ୍ରକ୍ଟର...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୯ ଗିରଫ, ୫ ବାଇକ୍‌ ଜବତ

ଦିଗପହଣ୍ଡି,୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ସହରରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମନୋଜ ବେହେରା, ହିମାଂଶୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ଦୋରା, କୁନା...

Coronavirus Update


Archives

Model This Week

Why Dharitri