Posted inରାଜ୍ୟ

୪.୭୯ କୁଇଣ୍ଟାଲ ଗଞ୍ଜେଇ, ୯.୭୭ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୧୩ା୯ (ବ୍ୟୁରୋ)/ ସୁବର୍ଣ୍ଣପୁର (ନି.ପ୍ର) : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଉଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ର଼୍ୟାକେଟକୁ ଧରିଛି। ରବିବାର ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅଞ୍ଚଳରୁ ୪.୭୯ କୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ର଼୍ୟାକେଟରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୯.୭୭ ଲକ୍ଷ, ଚୋରା ଚାଲାଣରେ ବ୍ୟବହୃତ ପିକ୍‌ଅପ୍‌ ଭ୍ୟାନ ଓ ଏକ ହୋଣ୍ଡା ସିଟି କାରକୁ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବଳୟା ଥାନା କାସଲପୁର ଅଞ୍ଚଳର ନରାୟଣ ପାତ୍ର ଓରଫ ମୁନୁ, ରେଢାଖୋଲା ଥାନା କଦଳୀଗଡ ଅଞ୍ଚଳର ସଞ୍ଜୟ ମେଶ୍ୱ, ବୀରମହାରାଜପୁର ଥାନା ହିଲୁଙ୍ଗ ଅଞ୍ଚଳର ସୌରଭ କୁମାର ବାରିକ ଓ ମଧ୍ୟପ୍ରଦେଶର ସୁଶୀଲ ମିଶ୍ର।
ସୂଚନା ମୁତାବକ, ସୁବଳୟା ଥାନାଞ୍ଚଳରୁ ବିପୁଳ ପରିମାଣ ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ନେଇ ଗୋଇନ୍ଦା ଖବର ପହଞ୍ଚତ୍ଥିଲା। ଏସ୍‌ଟିଏଫ୍‌ ଟିମ୍‌ ପ୍ରାୟ ୨ ଦିନ ଧରି ଉକ୍ତ ଥାନାଞ୍ଚଳରେ ଗୁପ୍ତରେ ଡେରା ପକାଇବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା। ରବିବାର ଭୋର୍‌ରେ ହୋଣ୍ଡା ସିଟି କାର (ଡବ୍ଲ୍ୟୁ ବି୦୨ ଏକ୍ସ ୭୮୧୨ )କୁ ସନ୍ଦେହଜନକ ଅବସ୍ଥାରେ ଦେଖିବା ପରେ ତାହା ଉପରେ ଏସ୍‌ଟିଏଫ୍‌ ଅଧିକାରୀମାନେ ନଜର ରଖିଥିଲେ। ଉକ୍ତ କାର୍‌ଟ ପିତାମାହୁଲ ରୋଡ୍‌ରେ ଏକ ନମ୍ବର ବିହୀନ ପିକ୍‌ଅପ୍‌ ଭ୍ୟାନ ନିକଟରେ ଅଟକିଯିବା ପରେ ଏସ୍‌ଟିଏଫ୍‌ ଟିମ ଚାରପଟୁ ଘେରାଉ କରି ପ୍ରଥମେ ୪ ଅଭିଯୁକ୍ତଙ୍କୁ କାବୁ କରିନେଇଥିଲେ। ପିକଅପ ଭ୍ୟାନକୁ ଯାଞ୍ଚ କରିବା ପରେ ସେଥିରୁ ଗଞ୍ଜେଇ, ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା। ଏ ନେଇ ସୁବଳୟା ଥାନାରେ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ୭୦/୨୦ରେ ମାମଲା ରୁଜୁ କରାଯିବା ସହ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବରଯାତ୍ରୀଙ୍କୁ ପେଟ୍ରୋଲ ବଣ୍ଟା ଯାଉଥିଲା ବେଳେ ଲାଗିଲା ନିଆଁ : ୫ ବର୍ଷର ଶିଶୁ ଜୀବନ୍ତ ଦଗ୍ଧ

ଭୁବନେଶ୍ୱର,୭।୧୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ବରଯାତ୍ରୀଙ୍କୁ ପେଟ୍ରୋଲ ବାଣ୍ଟିବା ବେଳେ ନିଆଁ ଲାଗି ୫ ବର୍ଷର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

ଚାଲିଲାନି ଗ୍ୟାସ୍‌ଚୁଲା, ମଶାଣିରୁ ଫେରିଲା ମୃତଦେହ

ଭୁବନେଶ୍ୱର, ୭।୧୨ (ବନ୍ଦନା ସେଠୀ)ଚାଲିଲାନି ଗ୍ୟାସ୍‌ ଚୁଲା ମେଶିନ। ଫଳରେ ମଶାଣିରୁ ଫେରିଲା ମୃତଦେହ। ମଙ୍ଗଳବାର ବିଏମ୍‌ସି ଅଧୀନ ପଟିଆସ୍ଥିତ ଜଳିମୁଣ୍ଡା ସାହି ଶ୍ମଶାନରେ ଏଭଳି...

ଦୂରଦୃଷ୍ଟି ଅଭାବରୁ ଦୁର୍ଦ୍ଦଶା

ଭୁବନେଶ୍ୱର,୭ା୧୨(ଅନିଲ ଦାସ)ରାଜ୍ୟର ମୁଖଶାଳା କୁହାଯାଉଥିବା ରାଜଧାନୀ ଭୁବନେଶ୍ୱର ମହାନଗରର ଅବ୍ୟବସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ସହରବାସୀଙ୍କ ପାଇଁ ଅଭିଶାପ ପାଲଟିଗଲାଣି। ଗତ କିଛି ମାସ ହେବ ସୈନିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri