ବନବିଭାଗ ହାତରେ ବାଘଛାଲ ରାକେଟ: ୪ ଗିରଫ

ନବରଙ୍ଗପୁର,୧୩।୯(ବି.ପ୍ର.)-ନବରଙ୍ଗପୁର ବନାଞ୍ଚଳ ପକ୍ଷରୁ ଚଢାଉ କରାଯାଇ ୨ଟି ସ୍ଥାନରୁ ୩ଟି ବାଘଛାଲ, ୨ ବାଇକ, ୪ଟି ମୋବାଇଲ ଜବତ କରାଯାଇଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଖାତିଗୁଡା ଥାନା ଅଧୀନ ବରିଗୁଡା ଗ୍ରାମର ଗୁପ୍ତ ପ୍ରସାଦ ଟାକ୍ରୀ, ପ୍ରହଲ୍ଲାଦ ନାୟକ, କଳାହାଣ୍ଡି ଜିଲା ଥୁଆମାଳ ରାମପୁର ଅଞ୍ଚଳର ସୁରେନ୍ଦ୍ର ନାୟକ ଓ ତ୍ରିନାଥ ନାୟକ। ଛାଲ ସବୁ କଲରାପତରିଆ ବାଘର ବୋଲି ନବରଙ୍ଗପୁରସ୍ଥିତ ଉପଖଣ୍ଡ ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡିଏଫଓ ମଗର ଧନଜି ରାଓସେ ଓ ଏସିଏଫ୍‌ଓ ଧନୁର୍ଜୟ ମହାପାତ୍ର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବାଘଛାଲ ଚାଲାଣ ହେଉଥିବା ଖବରପାଇ ନବରଙ୍ଗପୁର ରେଞ୍ଜର ଏକ ସ୍ବତନ୍ତ୍ର ଟିମ୍‌ ଶନିବାର କଳାହାଣ୍ଡି-ନବରଙ୍ଗପୁର ସୀମାରେ ଏବଂ ନନ୍ଦାହାଣ୍ଡି ବ୍ଲକ ଦହଣା ପଞ୍ଚାୟତର ଅଣ୍ଟାସର ନିକଟ ଉସୁରୀପଦର ଛକରେ ଜଗି ରହିଥିଲା। ଏହି ସମୟରେ ବାଘ ଛାଲ ନେଇ ଯାଉଥିବା ୨ଟି (ଓଡି-୧୦ଏଏନ୍‌- ୦୪୯୧,ଓ ଏକ ନମ୍ବର ବିହୀନ)ବାଇକ୍‌କୁ ସେମାନେ ଅଟକାଇଥିଲେ। ଗୋଟିଏ ବାଇକ୍‌ରୁ ୧ ଓ ଅନ୍ୟଟିରୁ ୨ଟି ବାଘ ଛାଲ ଜବତ ହୋଇଛି। ସମସ୍ତ ଛାଲ କଲରାପତରିଆ ବାଘର ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ଅଭିଯୁକ୍ତମାନେ କେଉଁଠୁ ଏହି ଛାଲ ଆଣିଥିଲେ ଓ କାହାକୁ ବିକ୍ରି କରିଥାନ୍ତେ ସେ ସଂକ୍ରାନ୍ତରେ ବନ ବିଭାଗ ତଦନ୍ତ ଜାରି ରଖିଛି। ଦରକାର ପଡିଲେ ବନ ବିଭାଗ ଅଭିଯୁକ୍ତଙ୍କୁ କୋର୍ଟରୁ ରିମାଣ୍ଡରେ ଆଣି ତଦନ୍ତ କରିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ଘର ଦୋହଲିଲା, ଟିଭି ଭାଙ୍ଗିଲା! ଗାଁଲୋକଙ୍କ ଅଭିଯୋଗ ପରେ ବେଆଇନ ପଥର ଖାଦାନ ଉପରେ ଚଢ଼ାଉ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ ଅନ୍ତର୍ଗତ ଆଙ୍କୋରଡ଼ା ମୌଜା ବଡ଼ଢ଼ିମିରା ପାହାଡ଼ରେ ବେଆଇନ ପଥର ଖନନ ଓ ବ୍ଲାଷ୍ଟିଂ ଅଭିଯୋଗ ହୋଇଛି। ଏପରି…

ଗୁରୁବାର ଓଡ଼ିଶା ବନ୍ଦ, କଣ ଖୋଲା-କଣ ବନ୍ଦ ଜାଣନ୍ତୁ

ଭୁବନେଶ୍ବର,୭।୧୦: ଆସନ୍ତା ୮ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ…

ପଦୋନ୍ନତି ପରେ ବଦଳିଲେ ସାନଖେମୁଣ୍ଡି ବିଡିଓ

ଦିଗପହଣ୍ଡି,୭ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଭବାନୀପାଟଣାସ୍ଥିତ କଳାହାଣ୍ଡି ଜିଲା ପରିଷଦ କାର୍ଯ୍ୟାଳୟର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ…

ମାଣତ୍ରୀ ଏସ୍‌ଏସ୍‌ଡି ବାଳିକା ହଷ୍ଟେଲରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ବାରିପଦା, ୭।୧୦ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ମାଣତ୍ରୀସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ (ଏସ୍‌ଏସ୍‌ଡି) ବାଳିକା ହାଇସ୍କୁଲ…

ବିଜେଡିକୁ ସାଲୁଜାଙ୍କ କଟାକ୍ଷ : ଦିଲ୍ଲୀରୁ ଆସିଲା ଫୋନ୍‌ ଡରିଗଲେ …

ଭୁବନେଶ୍ୱର,୭।୧୦ : ବିଜେଡିର ଆଭିମୁଖ୍ୟକୁ ନେଇ କଟାକ୍ଷ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ବିଜେଡିକୁ ‘ଦିଗହରା ପାର୍ଟି’ ବୋଲି ଆକ୍ଷେପ କରିବା ସହ…

ଗାଧୋଇବାକୁ ଯାଇଥିଲେ, ଆଉ ଫେରିଲେନି: ପୋଖରୀରେ ବୁଡ଼ି ୨ ନାବାଳିକା…

କଲ୍ୟାଣସିଂହପୁର, ୭/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପୂଜାରୀଗୁଡ଼ା ପଞ୍ଚାୟତର ବଡ଼ନାୟକଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଶାନ୍ତିନଗର ପୋଖରୀରେ…

ଆନନ୍ଦପୁର କଲେଜ ନିର୍ବାଚନ ପାଇଁ ପୋଲିସ-ପ୍ରଶାସନର ସମନ୍ୱୟ ବୈଠକ: ପଡ଼ୁଛି ଉଠୁଛି କଲେଜ କ୍ୟାମ୍ପସ

ବଞ୍ଚୋ, ୭।୧୦ (ପ୍ରଦୋଷ ବିଶ୍ୱାଳ): ଓଡ଼ିଶା ସରକାରଙ୍କ ନିର୍ଦ୍ଧାରିତ କଲେଜ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆନନ୍ଦପୁର ପୁଲିସ ଓ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?