ଏବେ ନଦୀକୂଳକୁ ନା

ଚାନ୍ଦବାଲି,୬।୯(ଅଶୋକ ପଣ୍ଡା): ଏବେ ବିଭିନ୍ନ ନଦୀରେ କୁମ୍ଭୀର ଭୟ। ଏପରିକି ନଦୀକୂଳରୁ ଲୋକଙ୍କୁ ଟାଣି ନେଇ କୁମ୍ଭୀର ମାରି ଦେଉଛି। ଗତ ୩ ମାସ ମଧ୍ୟରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପଡ଼ୋଶୀ କେନ୍ଦ୍ରାପଡ଼ା, ଯାଜପୁର ଜିଲାର ବ୍ରାହ୍ମଣୀ ଓ ବିରୂପା ନଦୀରେ କୁମ୍ଭୀର ଆକ୍ରମଣରେ ୩ ଜୀବନ ଗଲାଣି। ସେହିପରି ଭଦ୍ରକ ଜିଲା ଧାମନଗର ବ୍ଲକ ଦେଇ ଯାଇଥିବା ବୈତରଣୀ ନଦୀରେ କୁମ୍ଭୀର ଆତଯାତ ଦେଖାଯାଇଛି। ଚାନ୍ଦବାଲି ବ୍ଲକର ବୈତରଣୀ, ମନ୍ତେଇ ଓ ସାଳନ୍ଦୀ ନଦୀକୂଳିଆ ଗଁା ଲୋକଙ୍କର ଦିନ ଆଶଙ୍କାରେ କଟୁଛି। ନଦୀକୂଳିଆ ଲୋକଙ୍କ ଜୀବନ ଓ ଜୀବିକା କୁମ୍ଭୀର ପାଇଁ ଅସୁରକ୍ଷିତ ପାଲଟିଛି। କେବଳ ମଣିଷ ନୁହେଁ, ଗୃହପାଳିତ ପ୍ରାଣୀ ମଧ୍ୟ ବାଦ୍‌ ପଡୁନାହାନ୍ତି। ନଦୀ ହୁଡ଼ାରେ ଚରୁଥିବା ବଳଦ, ଗାଈ, ମଇଁଷି, ବାଛୁରୀ, ଛେଳି ଆଦି ପ୍ରାଣୀଙ୍କୁ କୁମ୍ଭୀର ନଦୀକୁ ଟାଣି ନେବା ଭଳି ଘଟଣା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଖାଦ୍ୟ ପାଇଁ କୁମ୍ଭୀର ଓ ଆତ୍ମରକ୍ଷା ପାଇଁ ମଣିଷ ମଧ୍ୟରେ ସଂଘର୍ଷ ଯେ ଉଗ୍ରରୂପ ଧାରଣ ନ କରିବ, ତାହା କହି ହେବ ନାହିଁ।
କୁମ୍ଭୀର ପ୍ରଜନନ ପ୍ରକଳ୍ପ ଭିତରକନିକା(ଡାଙ୍ଗମାଳ) ଚାନ୍ଦବାଲିରୁ ଜଳପଥରେ ନିକଟ। ଏହା ୧୯୭୫ରେ ଆରମ୍ଭ ହୋଇଛି। ଏଠାରେ ବଉଳା ଜାତୀୟ କୁମ୍ଭୀର ଦେଖାଯାଆନ୍ତି। ଅଦ୍ୟାବଧି ୧୭୯୩ରୁ ଅଧିକ ବିଭିନ୍ନ ପ୍ରକାର କୁମ୍ଭୀର ନିକଟସ୍ଥ ନଦୀରେ ଅଛନ୍ତି ବୋଲି ବନ୍ୟପ୍ରାଣୀ ବିଭାଗ ଗଣନାରୁ ଜଣାଯାଏ। ପ୍ରକଳ୍ପଠାରୁ ଜଳପଥରେ ଚାନ୍ଦବାଲିର ଦୂରତା ପ୍ରାୟ ୩୦ କିଲୋମିଟର। ଜଳପଥରେ ସଂଯୋଗ ହେତୁ ଖାଦ୍ୟ ସନ୍ଧାନରେ ପ୍ରକଳ୍ପ ଅଞ୍ଚଳରୁ ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀକୁ କୁମ୍ଭୀର ଆସୁଛନ୍ତି। କୁମ୍ଭୀର ଡରରେ ଲୋକଙ୍କ ପାଇଁ ଗଁା ପାଖ ପୋଖରୀ, କେନାଲରେ ବାସନ ମାଜିବା, ଗାଧୋଇବା, ଶୌଚ ହେବା, ହୁଡାରେ ଘାସ କାଟିବା, ଜାଲରେ ମାଛ ଧରିବା, କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା, ଦେବଦେବୀଙ୍କ ମୂର୍ର୍ତ୍ତି ବିସର୍ଜନ ଓ ଚାଷ କିଆରିକୁ ପାଣି ମଡ଼ାଇବା ଏକ ପ୍ରକାର ମନା। ପ୍ରତିବର୍ଷ ଜାନୁୟାରୀରୁ ଫେବୃୟାରୀରେ ଭଦ୍ରକ ବନ୍ୟପ୍ରାଣୀ ଡିଭିଜନର ଗଣନା ଅନୁସାରେ ବୈତରଣୀ, ସାଳନ୍ଦୀ ଓ ମନ୍ତେଇ ନଦୀରେ କୁମ୍ଭୀରଙ୍କ ସଂଖ୍ୟା ବଢ଼ିଛି। ୨୦୦୫ରେ ଚାନ୍ଦବାଲିରେ ବନ୍ୟପ୍ରାଣୀ ଡିଭିଜନ କାର୍ଯ୍ୟକ୍ଷମ ହେବାଠାରୁ ଅଦ୍ୟାବଧି କୁମ୍ଭୀର ଆକ୍ରମଣରେ ୧୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ସମ୍ପୂର୍ଣ୍ଣ ଅକ୍ଷମ ହୋଇଛନ୍ତି। ୨୦୦୭-୦୮ରେ ୨ ଜଣ, ୨୦୦୮-୦୯ରେ ୧, ୨୦୦୯-୧୦ ରେ ୧, ୨୦୧୦-୧୧ରେ ୩, ୨୦୧୪-୧୫ରେ ୨, ୨୦୧୫-୧୬ରେ ୩, ୨୦୧୬-୧୭ରେ ୧, ୨୦୧୯-୨୦ରେ ୧, ୨୦୨୦-୨୧ରେ ୧, ୨୦୨୧-୨୨ରେ ୧ ଓ ୨୦୨୨-୨୩ରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଗୋରୁ, ଗାଈ, ମଇଁଷିଙ୍କ ସଂଖ୍ୟାର ଠିକ ତଥ୍ୟ ମିଳିପାରି ନାହିଁ। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଅଦ୍ୟାବଧି କୁମ୍ଭୀର ଦ୍ୱାରା କ୍ଷତିଗ୍ରସ୍ତ ସମସ୍ତଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯାଇଥିବା ଜଣାଯାଇଛି।
ଏ ସମ୍ପର୍କରେ ଆରଡ଼ି ପଞ୍ଚାୟତ ସାନପଙ୍କି ଗଁାର ସୁରେଶ ସାହୁ କୁହନ୍ତି, କୁମ୍ଭୀର ଡରରେ ନଦୀକୂଳିଆ ଗଁାର ଜନଜୀବନ ପ୍ରଭାବିତ ହୋଇଛି। ମତ୍ସ୍ୟଜୀବୀ ନଦୀରେ ଜାଲ ବସାଇବାକୁ ଡରୁଛନ୍ତି। ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ହିଂସ୍ରଜନ୍ତୁଙ୍କୁ ଘଉଡ଼ାଇବାର ବ୍ୟବସ୍ଥା ଥିବାବେଳେ ଆଧୁନିକ ଜ୍ଞାନକୌଶଳରେ କୁମ୍ଭୀରଙ୍କୁ ନଦୀରୁ ଘଉଡ଼ାଇବା ବ୍ୟବସ୍ଥା ହେବା ଆବଶ୍ୟକ। ସେହିପରି କୁମ୍ଭୀର ଡରରେ କୁଲ୍ଲିବିନ୍ଧା, ଗୁଆଳିବିନ୍ଧା, କଣ୍ଡିଆସାହି ଗଁାର ଶତାଧିକ ଏକର ନଦୀକୂଳିଆ ଚାଷଜମି ଏବେ ପଡ଼ିଆ ପଡ଼ିଛି। ମଜୁରିଆ ବିଲରେ କାମ କରିବାକୁ ଡରୁଛନ୍ତି ବୋଲି ତେନ୍ତୁଲିଡିହି ପଞ୍ଚାୟତ କୁଲ୍ଲିବିନ୍ଧା ଗଁାର ପ୍ରବୀର ରାଉତ କହିଛନ୍ତି। ପରିବେଶବିତ୍‌ ସଂଗ୍ରାମ କୁମାର ରାଉତ କୁହନ୍ତି, କୁମ୍ଭୀରକୁ ନେଇ ଯେଉଁସବୁ ସଚେତନତା କାର୍ଯ୍ୟକ୍ରମ ପୂର୍ବରୁ ୧୫-୨୦ବର୍ଷ ତଳେ ହେଉଥିଲା ତାହା ଏବେ ନାହିଁ। କୁମ୍ଭୀର ପ୍ରକଳ୍ପର କୋର୍‌ ଅଞ୍ଚଳ ପ୍ରତି ବିଭାଗ ପକ୍ଷରୁ ଦୃଷ୍ଟି ଦିଆଯାଉଥିବା ବେଳେ ବଫର ଜୋନ୍‌ରେ ଥିବା ୮୦ଟି ଗଁା କଥା ସମସ୍ତେ ଭୁଲିଗଲେଣି। ପ୍ରତ୍ୟେକ ନଦୀଘାଟରେ କୁମ୍ଭୀର ପାଇଁ ସଚେତନତା ବୋର୍ଡ ଲଗାଇବା ସହ ନଦୀକୂଳିଆ ଲୋକଙ୍କୁ ସଚେତନ କରାଯାଉଛି। କୁମ୍ଭୀରର ଗତିବିଧି ପ୍ରତି ନଜର ରଖିବାକୁ ବିଭିନ୍ନ ଅଞ୍ଚଳରେ କର୍ମଚାରୀ ମୁତୟନ କରାଯାଇଛି। କିଛି ଅଞ୍ଚଳରେ ସୁରକ୍ଷା ଜାଲି ଲଗାଇବାର ପ୍ରସ୍ତାବ ରହିଥିବା ଭଦ୍ରକ ଡିଏଫ୍‌ଓ ଅଧୀର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

କଣ୍ଟାପଡ଼ା ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଏଲ୍‌ଆଣ୍ଡ୍‌ଟି କର୍ମଚାରୀଙ୍କ ମୃତ୍ୟୁ

ଭଞ୍ଜନଗର, ୪/୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ସୋରଡ଼ାର କଣ୍ଟାପଡ଼ା ଯାତ୍ରା ଦେଖି ଶନିବାର ମଧ୍ୟରାତ୍ରିରେ ଭଞ୍ଜନଗର ନିକଟସ୍ଥ ଡିହପଢ଼ାଳ ଗ୍ରାମସ୍ଥିତ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା…

ତାମିଲନାଡୁରେ ବନ୍ଧା ପଡ଼ିଛି ଦାଦନ ଶ୍ରମିକଙ୍କ ମୃତଦେହ

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଦାଦନ ସମସ୍ୟା ଅସମାହିତ ରହିଛି। ଜିଲାର ପଦ୍ମପୁର ଉପଖଣ୍ଡରେ ଏହି ସମସ୍ୟା ଲାଗି ରହିଛି। ଏଠାରୁ ପ୍ରତିବର୍ଷ ରାଜ୍ୟ ବାହାରକୁ ଲୋକେ…

ସୂର୍ଯ୍ୟ-ଶନିଙ୍କ ମୁହାଁମୁହିଁ ଦୃଷ୍ଟି: ସତର୍କ ରୁହନ୍ତୁ ୩ ରାଶି; ଚାଲିଯିବ ସବୁ ଟଙ୍କା, କ୍ୟାରିୟରରେ ବଡ଼ ସଙ୍କଟ!

ସୂର୍ଯ୍ୟ ଏବଂ ଶନିଙ୍କ ମଧ୍ୟରେ ପ୍ରତିଯୁତି ଦୃଷ୍ଟି ଯୋଗ ଗଠନ ଅନେକ ରାଶି ପାଇଁ ଅଶୁଭ ସାବ୍ୟସ୍ତ ହୋଇପାରେ। ସୂର୍ଯ୍ୟ ଏବଂ ଶନି ମୁହାଁମୁହିଁ ହେବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?