୨ ଅଧିକାରୀଙ୍କୁ ୫ବର୍ଷ ଲେଖାଏ ଜେଲଦଣ୍ଡ

ବାଲେଶ୍ୱର, ୨୩।୮ (ମାନସ ବିଶ୍ୱାଳ): ଚିଟ୍‌ଫଣ୍ଡ ଠକେଇ ମାମଲାର ବିଚାର କରି ବାଲେଶ୍ୱର ସ୍ବତନ୍ତ୍ର ଓପିଆଇଡି (ଓଡ଼ିଶା ପ୍ରୋଟେକ୍ସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର) କୋର୍ଟ ଜଜ୍‌ ବିଶ୍ୱଜିତ ଦାସ ସାରଦା ଚିଟ୍‌ଫଣ୍ଡର ଷ୍ଟେଟ୍‌ କୋଅର୍ଡିନେଟର ବିଚିତ୍ରାନନ୍ଦ ଦାସ ଓ ବାଲେଶ୍ୱର ବ୍ରାଞ୍ଚ ମ୍ୟାନେଜର ବାସୁଦେବ ସାମଲଙ୍କୁ ୫ବର୍ଷ ଲେଖାଏ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଉଭୟଙ୍କୁ ୨ଲକ୍ଷ ୪୦ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। ଜରିମାନା ଅନାଦାୟେ ଅଧିକ ୨ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
ଫକୀରମୋହନ ଗୋଲେଇରେ ଥିବା ସୁଧାଞ୍ଜଳି ଟାୱାରରେ ୨୦୧୦ ଜାନୁୟାରୀରେ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ୍‌ ନାମରେ ଏକ ସଂସ୍ଥା ଖୋଲିଥିଲା। ଏହା ଅଧିକ ସୁଧ ଏବଂ ସୁବିଧା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ ରେକରିଂ ଡିପୋଜିଟ୍‌ (ଆର୍‌ଡି) ଓ ଫିକ୍ସଡ ଡିପୋଜିଟ୍‌ (ଏଫ୍‌ଡି) ମାଧ୍ୟମରେ ଟଙ୍କା ଉଠାଉଥିଲେ। ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ଏଜେଣ୍ଟ ଭାବରେ ବ୍ୟବହାର କରାଯାଉଥିଲା। ଜମାକାରୀଙ୍କୁ ପ୍ରଲୋଭିତ କରି ସଂସ୍ଥା ବିଭିନ୍ନ ସ୍କିମ୍‌ ଯଥା ସାରଦା ରିୟଲିଟି ଓ ସାରଦା ଟୁର୍‌ ଆଣ୍ଡ ଟ୍ରାଭେଲ୍ସ ଆଦିରେ ଟଙ୍କା ଲଗାଇ ୨୭୩୫ ଜମାକାରୀଙ୍କଠାରୁ ୪କୋଟି ୧୬ଲକ୍ଷ ଟଙ୍କା ଠକି ନେଇଥିଲା। ୨୦୧୩ ଜାନୁୟାରୀରୁ ସଂସ୍ଥା ଲୋକଙ୍କ ପ୍ରାପ୍ୟ ଟଙ୍କାକୁ ଫେରସ୍ତ ବନ୍ଦ କରିବା ସହ ସେହିବର୍ଷ ଏପ୍ରିଲରୁ ବାଲେଶ୍ୱର ଶାଖା କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଅଫିସ୍‌କୁ ବନ୍ଦ କରିଥିଲା। ଜମାକାରୀମାନେ ବାଧ୍ୟ ହୋଇ କମ୍ପାନୀର ମୁଖ୍ୟ ସୁଦୀପ୍ତ ସେନଙ୍କ ସମେତ ସହଯୋଗୀଙ୍କ ନାମରେ ଅଭିଯୋଗ ଆଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସିଂଲା ଥାନା ଅଧୀନ ସିଂଲା ଅଞ୍ଚଳର ଗିରିଜା ଶଙ୍କର ଦାଶଙ୍କ ଅଭିଯୋଗ ଅନୁସାରେ ବାଲେଶ୍ୱର ଓପିଆଇଡି କୋର୍ଟରେ ସିଟି ମାମଲା(ନଂ.୯(ସି)/୨୦୧୬) ରୁଜୁ କରାଯାଇଥିଲା। ପରେ ଏହା ଇଓଡବ୍ଲ୍ୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଜଜ୍‌ ବିଶ୍ୱଜିତ ଦାସ ୬୫ଜଣ ସାକ୍ଷ୍ୟ ଓ ୧୪୪ଟି ଦଲିଲ୍‌ ଦସ୍ତାବିଜ୍‌କୁ ଭିତ୍ତିକରି ଉକ୍ତ ସଂସ୍ଥାରେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ବାସୁଦେବ ସାମଲ ଓ ସହଦେବଖୁଣ୍ଟା ମଡେଲ ଥାନା ରାଣୀପାଟଣା ଅଞ୍ଚଳର ବିଚିତ୍ରାନନ୍ଦ ଦାସଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ସାରଦା ରିୟଲିଟି ଇଣ୍ଡିଆ ଲିମିଟେଡ ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସହ ବାଲେଶ୍ୱର ତହସିଲ ଅଧୀନ ଶ୍ରୀକୋଣା ମୌଜାରେ ୧୩ଏକର ୬୪ ଡିସିମିଲ ଜମିକୁ ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ବାଜ୍ୟାପ୍ତି କରାଯାଇଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri