ରୁଚି-ଫ୍ରୋଜିଟ୍‌ର ୨ ନୂଆ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୭।୮: ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ. ମସଲା ଉଦ୍ୟୋଗ ରୁଚି ଦ୍ୱାରା ପରିଚାଳିତ ଫ୍ରୋଜିଟ୍‌ର ୨ଟି ନୂଆ ଫୁଡ୍‌ ଆଉଟ୍‌ଲେଟ୍‌ ଶନିବାର ସ୍ଥାନୀୟ ପୁରୀଘାଟ ଓ ରାମଦାସପୁରଠାରେ ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ଓଲିଉଡ୍‌ ଅଭିନେତ୍ରୀ ଭୂମିକା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୁଚି ଫୁଡ୍‌ଲାଇନ୍‌ର ପରିଚାଳନା ନିର୍ଦ୍ଦେଶକ ଡ . ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ ଓ ସଲିନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶାର ପ୍ରଥମ ଫ୍ରୋଜ୍‌ନ ଫୁଡ୍‌ ଉଦ୍ୟୋଗ ଫ୍ରୋଜିଟ୍‌ର ଏହା ହେଉଛି ୧୧ତମ ଏବଂ ୧୨ତମ ଆଉଟ୍‌ଲେଟ୍‌। ଫ୍ରୋଜିଟ୍‌ ଦୀର୍ଘ ୧୦ବର୍ଷ ଧରି ଓଡ଼ିଶାର ଖାଉଟିମାନଙ୍କୁ ଫ୍ରୋଜନ୍‌-ରେଡି-ଟୁ-ଇଟ୍‌, ରେଡି-ଟୁ-କୁକ୍‌, ବେକରି, ପ୍ରିମିୟମ୍‌ ଓ ସ୍ବାସ୍ଥ୍ୟୋପଯୋଗୀ ଖାଦ୍ୟ ତଥା ମୃଦୁପାନୀୟ ଯୋଗାଇବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପୋଡ଼ପିଠା ଓ ଖିରି ଆଦିକୁ ସ୍ବତନ୍ତ୍ର ଶୈଳୀରେ ପରିବେଷଣ କରିପାରୁଛି ବୋଲି ଫ୍ରୋଜିଟ୍‌ର ପ୍ରତିଷ୍ଠାତା ରଶ୍ମି ସାହୁ ମତବ୍ୟକ୍ତ କରିଛନ୍ତି। ସେହିଭଳି ପୁରୀଘାଟ ଆଉଟ୍‌ଲେଟ୍‌କୁ ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ଘଡ଼ାଇ ଫ୍ରାଞ୍ଚାଇଜ୍‌ ଭାବେ ନେଇଥିବାବେଳେ ରାମଦାସପୁର ଆଉଟ୍‌ଲେଟ୍‌କୁ ଅବିନାଶ ପ୍ରସାଦ ଫ୍ରାଞ୍ଚାଇଜ୍‌ ଭାବେ ନେଇଛନ୍ତି। ଉଭୟ ଆଉଟ୍‌ଲେଟ୍‌ରେ ସ୍ପ୍ରିଙ୍ଗ୍‌ ରୋଲ୍‌, ପାସ୍ତା, ମଟନ-ଘିଅ ରୋଷ୍ଟ, ଚିକେନ୍‌ ଲଲିପପ୍‌, ବିରିୟାନୀ, ଲଚ୍ଛାପରଟା, ସାଣ୍ଡୱିଚ୍‌, ପେଟିସ୍‌, କେକ୍‌, କୁକିଜ୍‌ ଆଦି ବିଭିନ୍ନ ପ୍ରକାର ଗୁଣାମତ୍କ ଖାଦ୍ୟ ବିକ୍ରୟ ପାଇଁ ରହିଥିବା ବେଳେ ରୁଚି ଓ ଫ୍ରୋଜିଟ୍‌ ଦ୍ୱାରା ପ୍ରସ୍ତୁତ ଅନେକ ଖାଦ୍ୟଦ୍ରବ୍ୟ ମଧ୍ୟ ଉଭୟ ଷ୍ଟୋରରେ ଉପଲବ୍ଧ। ସେହିପରି ଫାର୍ମ-ବି ଦ୍ୱାରା ପ୍ରସ୍ତୁତ ଓଟସ୍‌,ଚକୋଚିପସ୍‌, ମ୍ୟୁସେଲି, କର୍ନଫେକ୍ଟସ୍‌ ଭଳି ଖାଉଟି ସାମଗ୍ରୀ ଆଦି ଉପଲବ୍ଧ ରହିଛି। ଅପରପକ୍ଷରେ ଉଦ୍‌ଘାଟନୀ ଅଫର ଭାବେ ଅଗଷ୍ଟ ୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ଉପରେ ୨୦% ରିହାତି ଦିଆଯାଉଛି ବୋଲି ଆଉଟ୍‌ଲେଟ୍‌ ମୁଖ୍ୟ ଅବିନାଶ ସିଂହ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଫ୍ରୋଜିଟର ଶିଳ୍ପା ଦାସ,ଆଦ୍ୟାଶା ପଟ୍ଟନାୟକ,ଶ୍ରୀକାନ୍ତ ମହାପାତ୍ର,ଦେବସ୍ମିତା ମିଶ୍ର, ସାଗ୍ନିକା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆବଶ୍ୟକ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ…

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?