ସେନ୍‌ସେକ୍ସ, ନିଫ୍ଟିରେ ୨୫ ବର୍ଷର ସବୁଠୁ ବଡ଼ ସାପ୍ତାହିକ ହ୍ରାସ

ମୁମ୍ବାଇ,୨।୧୦(ପି.ଟି./ରଏଟର୍ସ): ଗୁରୁବାର କାରବାର ଶେଷସୁଦ୍ଧା ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ୩୧ ପଇସା ହ୍ରାସ ପାଇ ୯୬.୨୫ରେ ବନ୍ଦ ହୋଇଛି, ଯାହା ଗତ ଦୁଇ ମାସ ମଧ୍ୟରେ ସର୍ବନିମ୍ନ ସ୍ତର। ଇଣ୍ଟରବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଗୁରୁବାର ଟଙ୍କା ୯୫.୯୫ ସ୍ତରରେ ଖୋଲିବା ପରେ କାରବାର ମଧ୍ୟରେ ୯୬.୩୪ ପର୍ଯ୍ୟନ୍ତ ହ୍ରାସ ପାଇଥିବା ବେଳେ ବୁଧବାର ଏହାର ମୂଲ୍ୟ ୯୫.୯୪ ରହିଥିଲା। ଆମେରିକାର ୧୦ ବର୍ଷୀୟ ଟ୍ରେଜେରି ବଣ୍ଡ ୟିଲ୍ଡ ୫.୩୪% ନିକଟତର ହେବା, ଡଲାର ଇଣ୍ଡେକ୍ସ ୧୦୧.୯୦କୁ ବୃଦ୍ଧି ପାଇବା ଏବଂ ବ୍ରେଣ୍ଟ କ୍ରୁଡ୍‌ ଦର ୨.୫୪% ବୃଦ୍ଧି ପାଇ ବ୍ୟାରେଲ ପିଛା ୧୦୦.୫୨ ଡଲାରରେ ପହଞ୍ଚିବା ଯୋଗୁ ଟଙ୍କା ଉପରେ ବଡ଼ ଚାପ ସୃଷ୍ଟି ହୋଇଛି। ତେବେ ସେପ୍ଟେମ୍ବରରେ ଭାରତର ମାନୁଫାକ୍‌ଚରିଂ ପିଏମ୍‌ଆଇ ୫୨.୮ରୁ ବୃଦ୍ଧି ପାଇ ୭ ମାସର ସର୍ବୋଚ୍ଚ ସ୍ତର ୫୫.୧ରେ ପହଞ୍ଚିବା, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସମ୍ଭାବ୍ୟ ହସ୍ତକ୍ଷେପ ସହ ଟଙ୍କାକୁ କିଛିଟା ସାହାରା ଦେଇପାରେ। ଅନ୍ୟପକ୍ଷରେ ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ)ମାନେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ରେକର୍ଡ ୨୭.୮ ବିଲିଅନ ଡଲାର ପୁଞ୍ଜି ପ୍ରତ୍ୟାହାର କରିସାରିଛନ୍ତି। ବୁଧବାର ଗୋଟିଏ ଦିନରେ ସେମାନେ ଭାରତୀୟ ଶେୟାର ବଜାରରୁ ମୋଟ ୧୦,୧୪୮.୪୧ କୋଟି ଟଙ୍କାର ଶେୟାର ବିକ୍ରିକରି ପୁଞ୍ଜି ପ୍ରତ୍ୟାହାର କରିଛନ୍ତି। ୧୬ଟି ପ୍ରମୁଖ ସେକ୍ଟର ମଧ୍ୟରୁ ୧୫ଟି ସାପ୍ତାହିକ କ୍ଷତି ସହିଛନ୍ତି, ଯେଉଁଥିରେ ମୁଖ୍ୟତଃ ଦୁର୍ବଳ ମୌସୁମୀ ଯୋଗୁ ଚାହିଦା ହ୍ରାସ ପାଇବା ଆଶଙ୍କାରେ ଅଟୋ ସେକ୍ଟର ୫.୯% ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ ୬.୨% ହ୍ରାସ ପାଇଛି। ଏଥିସହିତ ସ୍ମଲ୍‌-କ୍ୟାପ୍‌ ୩.୪% ଏବଂ ମିଡ୍‌-କ୍ୟାପ୍‌ ୩.୬% ଖସିଛି। ଅନ୍ୟପଟେ, ଆମେରିକାରେ ମୁଦ୍ରାସ୍ଫୀତି ଆଶାଠାରୁ କମ୍‌ ରହିବାରୁ ସୁଧହାର ବୃଦ୍ଧି ସମ୍ଭାବନା କମିଛି, ଯାହା ଫଳରେ ଆଇଟି ସେକ୍ଟର ଗୁରୁବାର ୨.୨% ଏବଂ ସାପ୍ତାହିକ ଭାବେ ୦.୫% ଲାଭରେ ରହିଥିବା ଏକମାତ୍ର ସେକ୍ଟର ପାଲଟିଛି। ଏହି ସମୟରେ ଇନ୍‌ଫୋସିସ୍‌, ଟିସିଏସ୍‌, ଏଚ୍‌ସିଏଲ ଟେକ୍‌ ଏବଂ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲାଭରେ ବନ୍ଦ ହୋଇଛନ୍ତି। ବିଶ୍ଳେଷକଙ୍କ ଅନୁଯାୟୀ, ଅଶୋଧିତ ତୈଳ ଦର ୧୦୦ ଡଲାର ଉପରେ ରହିବା ଯୋଗୁ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆର୍‌ବିଆଇ ଅକ୍ଟୋବର ୭ରେ ସୁଧହାର ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି କରି ୫.୫୦% କରିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା! ଏଣିକି ୫ କିଲୋ ଗ୍ୟାସ ସିଲିଣ୍ଡରରେ ମିଳିବ ସବ୍‌ସିଡି, ଜାଣନ୍ତୁ କେତେ…

ନୂଆଦିଲ୍ଲୀ, ୧।୧୦: ଦେଶରେ ଘରୋଇ LPGର ବଢ଼ୁଥିବା ଦର ଯୋଗୁ ସାଧାରଣ ଲୋକଙ୍କ ରୋଷେଇ ଘରର ବଜେଟ ଉପରେ ଚାପ ବଢ଼ିଛି। ଯଦି ଆପଣଙ୍କ ରୋଷେଇ ଘରେ…

ପାର୍ବଣ ଋତୁ ପୂର୍ବରୁ ଗ୍ରାହକଙ୍କୁ ଝଟକା: ଆଜିଠାରୁ ମହଙ୍ଗା ହେଲା AC, TV ଓ ଫ୍ରିଜ୍‌! ଜାଣନ୍ତୁ କିଣାକିଣି ଉପରେ କେତେ ପଡ଼ିବ…

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭରୁ ହିଁ ସାଧାରଣ ଗ୍ରାହକଙ୍କ ପକେଟ୍‌ ଉପରେ ଚାପ ପଡ଼ିବାକୁ ଯାଉଛି। ଅକ୍ଟୋବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ AC, LED TV,…

କିଟ୍‌ ଦେଶର ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ, ଶିକ୍ଷାଦାନର ମାନ…

ଭୁବନେଶ୍ୱର, ୧।୧୦: ଟାଇମ୍ସ ହାୟର ଏଜୁକେଶନ ବିଶ୍ୱ ବିଶ୍ୱବିଦ୍ୟାଳୟ ର଼୍ୟାଙ୍କିଙ୍ଗ୍‌-୨୦୨୭ରେ କିଟ୍‌ ବିଶ୍ୱବିଦ୍ୟାଳୟ ୪ର୍ଥ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ସ୍ଥାନ ପାଇଛି । ଉକ୍ତ ର଼୍ୟାଙ୍କିଙ୍ଗ୍‌ରେ କିଟ୍‌…

ବ୍ୟାଙ୍କରେ ସବୁ ଶନିବାର ଛୁଟି, ସପ୍ତାହରେ ୫ ଦିନ ହେବ କାମ? ଭାଇରାଲ ବିଜ୍ଞପ୍ତିରେ ହେଉଥିବା ଦାବିକୁ ନେଇ ସରକାର କହିଲେ…

ନୂଆଦିଲ୍ଲୀ,୧।୧୦: ଆଜିକାଲି ସୋସିଆଲ୍‌ ମିଡିଆରେ ଭ୍ରାମକ ଓ ଗୁଜବ ଖବର ଅତି ଶୀଘ୍ର ଭାଇରାଲ୍‌ ହେବାରେ ଲାଗିଛି। ଗତ କିଛି ଦିନ ହେବ ବ୍ୟାଙ୍କିଙ୍ଗ୍‌ ସେକ୍ଟରକୁ ନେଇ…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ବଦଳିଗଲା ନିୟମ! ରାସନ୍ ନେବା ପାଇଁ ଆଉ ଦରକାର ନାହିଁ ଫିଙ୍ଗରପ୍ରିଣ୍ଟ, ଅକ୍ଟୋବର ୧ ରୁ କରିବାକୁ ପଡ଼ିବ…

ନୂଆଦିଲ୍ଲୀ,୩୦ା୯: ୧୭ଶ ଆଧାର ଦିବସ (୨୯ ସେପ୍ଟେମ୍ବର ୨୦୨୬) ଅବସରରେ ଦେଶର କୋଟି କୋଟି ରାଶନ୍ କାର୍ଡଧାରୀଙ୍କ ପାଇଁ ଏକ ପ୍ରମୁଖ ସୁବିଧାର ଘୋଷଣା କରାଯାଇଛି ।…

ଗ୍ରାହକଙ୍କୁ ବଡ଼ ଝଟକା; ବଢ଼ିଲା କ୍ଷୀର ଦର, ଅକ୍ଟୋବର ୧ରୁ ଲିଟର ପିଛା…

ଭୋପାଳ,୩୦।୯: ମଧ୍ୟପ୍ରଦେଶର ଇନ୍ଦୋରରେ ବଢ଼ିଲା କ୍ଷୀର ଦର ।ଅକ୍ଟୋବର ୧ ତାରିଖରୁ ଏହା ଲାଗୁ ହେବ । ଇନ୍ଦୋର ଦୁଗ୍ଧ ବିକ୍ରେତା ସଂଘ କ୍ଷୀର ଦର ଲିଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?